ସ୍ପେଶାଲ

ପୁଅର ଜୀବନ ବଞ୍ଚାଇବାକୁ ବାପା ମା’ଙ୍କର ଆକୁଳ ନିବେଦନ, ସହାୟତାକୁ ଅପେକ୍ଷା

ଜଳେଶ୍ୱର(କେନ୍ୟୁଜ): ମୋ ପୁଅକୁ ବଞ୍ଚାଇ ଦିଅନ୍ତୁ ଆଜ୍ଞା । ଆପଣ ମାନେ ଚାହିଁଲେ ମୋ ପୁଅର ଜୀବନ ବଞ୍ଚିଯାଇପାରିବ । ବହୁତ ଚେଷ୍ଟା କରି ନିରାଶ ହେବାପରେ ଶେଷରେ ଆପଣ ମାନଙ୍କୁ ନେହୁରା ହେଉଛି ଆଜ୍ଞା । ମୋ ପାଖରେ ସମ୍ବଳ ବୋଲି ଆଉ କିଛି ନାହିଁ । ଯାହା ଥିଲା ପୁଅର ଚିକିତ୍ସାରେ ସବୁ ଶେଷ ହୋଇଗଲାଣି । ଭଙ୍ଗା କୁଡିଆ ଛଡା ଆମ ପାଖରେ ଆଉ କିଛି ନାହିଁ । ଆମେ ବହୁତ ଗରିବ ଲୋକ ପୁଅର ଚିକିତ୍ସା ପାଇଁ ସବୁକିଛି ହରାଇ ଶେଷରେ ଆପଣମାନଙ୍କ ସାହାର୍ଯ୍ୟ ଲୋଡୁଛି ଆପଣ ମାନଙ୍କ ସାହାର୍ଯ୍ୟ ଅର୍ଥରେ ମୋ ପୁଅର କିଡନୀ ପ୍ରତ୍ୟାରୋପଣ ହେଲେ ସେ ବଞ୍ଚି ଯାଇ ପାରିବ । ବାପା ମା କାନ୍ଦି କାନ୍ଦି ଏମିତି ପୁଅର ଜୀବନ ବଞ୍ଚାଇବା ପାଇଁ ଗୁହାରୀ କରୁଛନ୍ତି ।

ବାଲେଶ୍ୱର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଂଶୀ ଗ୍ରାମରେ ବସବାସ କରନ୍ତି ସୁନୀଲ ମହାନ୍ତିଙ୍କ ପରିବାର । ସ୍ତ୍ରୀ,ଗୋଟେ ପୁଅ ଏବଂ ଗୋଟେ ଝିଅଙ୍କୁ ନେଇ ତାଙ୍କର ଛୋଟ ପରିବାର । ପର ଘରେ ମୂଲ ଲାଗି ପୁଅ ଝିଅଙ୍କୁ ପାଠ ପଢାଇ ମଣିଷ କରିବା ପାଇଁ ଲାଗି ପଡିଥିଲେ ବାପା ମା । ପୁଅ ସୁଶାନ୍ତ ଯୁକ୍ତ ଦୁଇ ପଢିବା ପରେ ଅର୍ଥାଭାବ ଯୋଗୁଁ ଆଉ ଆଗକୁ ପଢି ନପାରି ଘରେ ବାପାଙ୍କୁ କାମରେ ସହଯୋଗ କରୁଥିଲେ ।

ସତେ ଯେମିତି କଳା ବାଦଲ ଘୋଟି ଆସିବା ପରି କିଛି ମାସ ପୂର୍ବରୁ ହଠାତ ପୁଅ ସୁଶାନ୍ତଙ୍କ ମୁହଁ ଏବଂ ପାଦ ଫୁଲି ଯିବାରୁ ପରିବାର ଲୋକେ ତାଙ୍କୁ ନେଇ ବାଲେଶ୍ୱର ହସପିଟାଲରେ ଚିକିତ୍ସା କରାଇବା ପରେ ସୁଶାନ୍ତଙ୍କ ଦୁଇଟି ଯାକ କିଡନୀ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ବୋଲି ଡାକ୍ତର କହିଥିଲେ । ଯଦି ତାଙ୍କୁ କେହି କିଡନୀ ଦାନ କରନ୍ତି କିଡନୀ ପ୍ରତ୍ୟାରୋପଣ ପାଇଁ ୮ ରୁ ୧୦ ଲକ୍ଷ ଟଙ୍କା ଆବଶ୍ୟକ । ଡାକ୍ତରଙ୍କ ଏହି କଥା ଶୁଣିବା ପରେ ପରିବାର ଲୋକଙ୍କ ପାଦ ତଳୁ ମାଟି ଖସି ଯାଇଛି । ଏତେ ଟଙ୍କା କେଉଁଠୁ ଯୋଗାଡ କରିବେ ସେହି ଚିନ୍ତାରେ ବାପା ମା’ଙ୍କ ଆଖିରୁ ଲୁହ ଶୁଖୁନି। ଧାର କରଜ କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ ସୁଦ୍ଧା ସୁଶାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ । ତେଣୁ ପୁଅର ଜୀବନ ବଞ୍ଚାଇବା ପାଇଁ ସବୁ ଆଡୁ ନିରାଶ ହୋଇ ଶେଷରେ ସରକାରଙ୍କୁ ସାହାର୍ଯ୍ୟ ପାଇଁ ନିବେଦନ କରିଛନ୍ତି ।

ସୁନୀଲ ଜଣେ ଗରୀବ ପରିବାରର ହୋଇ ଥିବା ବେଳେ କେବଳ ଘର ଖଣ୍ତିଏ ଛଡା ତାଙ୍କ ପାଖରେ ଆଉ କିଛି ବି ସମ୍ବଳ ନାହିଁ । ପୁଅ ରୋଗାକ୍ରାନ୍ତ ହେବାପରେ ଏବେ ପରିବାର ଲୋକେ ଅର୍ଥାଭାବରୁ ଭୋକ ଉପାସରେ ଦିନ କାଟୁଛନ୍ତି । ନିଜର ଜମି ବାଡି କିଛି ନଥିବାରୁ ସୁନୀଲ ପରଘରେ ମୂଲ ଲାଗି ଯାହା କିଛି ଆଣୁଛନ୍ତି ସେଥିରେ କଷ୍ଟେମଷ୍ଟେ ଚଳୁଛନ୍ତି । ଏପରି ଅବସ୍ଥାରେ ଝିଅ ମାନିନୀର ବି ଯୁକ୍ତ ୨ ପାଠ ପଢାରେ ଡୋରି ବନ୍ଧା ହୋଇଛି । ଯେଉଁଠି ଦିନକୁ ଦୁଇ ଓଳି ପେଟକୁ ଦାନା ଯୋଗାଡ କରିବା କଷ୍ଟକର ହୋଇ ପଡୁଛି ସେଠି ଚିକିତ୍ସା ପାଇଁ ଏତେ ଟଙ୍କା ଦରକାର ଡାକ୍ତରଙ୍କ ଠୁ ଶୁଣିବା ପରେ ବାପା ମା ଙ୍କ ପାଦ ତଳୁ ମାଟି ଖସି ଯାଇଛି ।

ଯଦି ଏହି ପରିବାରକୁ ସରକାରୀ ସ୍ତରରେ କିଛି ଆର୍ଥିକ ସହାୟତା ମିଳିପାରନ୍ତା ତାହାଲେ ତାଙ୍କର ଜୀବନ ବଞ୍ଚିଯାଇପାରନ୍ତା । ଆମେ ମଧ୍ୟ ଆପଣ ମାନଙ୍କ ନିକଟରେ ଖବର ପହଞ୍ଚାଉଛୁ ଆଉ ନିବେଦନ କରୁଛୁ ସହାୟତା ପାଇଁ । କାରଣ ଆପଣମାନେ ସବୁବେଳେ ଏଭଳି ଅସହାୟଙ୍କ ସାହାରା ପାଲଟିଛନ୍ତି । ଏବେବି ଆପଣ ମାନଙ୍କ ସହଯୋଗ ସୁଶାନ୍ତଙ୍କ ଜୀବନ ବଞ୍ଚାଇବାରେ ସାହାର୍ଯ୍ୟ କରିବ ବୋଲି ଆଶା କରୁଛୁ । ଯଦି କେହି ସହୃଦୟ ବଦାନ୍ୟ ବ୍ୟକ୍ତି ତାଙ୍କୁ ସହାୟତା କରିବାକୁ ଚାହାନ୍ତି ତାହାଲେ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ନମ୍ବର ରେ ଟଙ୍କା ପଠାଇ ପାରିବେ।

ACCOUNT DETAILS
NAME – SUNIL KUMAR MOHANTY
BANK – STATE BANK OF INDIA
BRANCH – SRIRAMPUR
A/C – 35548703965
IFSC – SBIN0006413
PHONE – 9938480352

 

Sonalisa

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago