ଝିଅର ପ୍ରଥମ ଜନ୍ମ ଦିନରେ ମାଗଣାରେ ୧ ଲକ୍ଷ ଗୁପଚୁପ୍ ବାଣ୍ଟିଲେ ବାପା , କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୁହାଯାଏ ଝିଅ ହେଉଛି ଘରର ଲକ୍ଷ୍ମୀ । ଝିଅ ଥିଲେ ଘର ସୁଖ ସମୃଦ୍ଧିରେ ଭରିଯାଏ । ବୋଧ ହୁଏ ଏହି କଥାକୁ ଠିକ୍ ଭାବରେ ବୁଝିଛନ୍ତି ଏହି ବ୍ୟକ୍ତି । ଭୋପାଳରେ ଜଣେ ବ୍ୟକ୍ତି ନିଜ ଝିଅର ଜନ୍ମଦିନକୁ ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ ପାଳନ କରିଥିଲେ। ସେ ତାଙ୍କ ଜନ୍ମଦିନରେ ଗୁପୁଚୁପର ଏକ ଭୋଜି ଦେଇଥିଲେ ଏବଂ ଲୋକମାନଙ୍କୁ ଏକ ଲକ୍ଷ ୧୧ ହଜାର ଗୁପୁଚୁପ ମାଗଣାରେ ଖାଇବାକୁ ଦେଇଥିଲେ।

ଭୋପାଳରେ ଜଣେ ପିତା ନିଜ ଝିଅର ଜନ୍ମଦିନରେ ଏକ ନିଆରା ପଦକ୍ଷେପ ନେଇଥିଲେ। ଏପରିକି ଗତବର୍ଷ ଝିଅ ଜନ୍ମ ହେବା ଖୁସିରେ ଏହି ବ୍ୟକ୍ତି ମାଗଣାରେ ୫୦ ହଜାର ଗୁପଚୁପ୍ ଖୁଆଇଥିଲେ । ବେଟି ବଚାଓ ବେଟି ପଢ଼ାଓ ଉପଦେଶ ଦେବା ଉଦ୍ଦେଶ୍ୟରେ ଅଞ୍ଚଲ ଗୁପ୍ତା ଏହଭଳି କରିଛନ୍ତି । ଅଞ୍ଚଲ ଗୁପ୍ତା ଭୋପାଳର କୋଲାର ରେ ରହୁଛନ୍ତି । ସମାଜର ଲୋକମାନେ ଝିଅ ମାନଙ୍କୁ ଏକ ବୋଝ ବୋଲି ଭାବିବା ଉଚିତ୍ ନୁହେଁ ଏବଂ ଲୋକଙ୍କ ମାନସିକତାରେ ପରିବର୍ତ୍ତନ କରିବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ।

ଅଞ୍ଚଲଙ୍କ ଝିଅର ନାଁ ହେଉଛି ଅନୋଖୀ । ନିଜ ଝିଅର ପ୍ରଥମ ଜନ୍ମଦିନରେ ସ୍ଥାନୀୟ ଲୋକଙ୍କ ବ୍ୟତୀତ କୋଲାର ରୋଡସେଠାରୁ ଯାଉଥିବା ସବୁ ଲୋକଙ୍କୁ ସେ ମିଠା ଖୁଆଇଛନ୍ତି । ଯେତେବେଳେ ଲୋକଙ୍କୁ ଏହା ବିଷୟରେ ଜଣାପଡ଼ିଥିଲା , ସମସ୍ତେ ତାଙ୍କ ଝିଅକୁ ଆଶୀର୍ବାଦ ଦେଇଥିଲେ । ସ୍ଥାନୀୟ ବିଧାୟକ ମଧ୍ୟ ତାଙ୍କ ଝିଅକୁ ଆଶୀର୍ବାଦ ଦେବା ସହ ଲୋକଙ୍କୁ ଏହି ସମୟରେ ଗୁପଚୁପ୍ ପରଷି ଥିଲେ । ଏଥିପାଇଁ ଅଞ୍ଚଲ ୨୦ ଟି ଷ୍ଟଲ୍ ଲଗାଇଥିଲେ ।

ଆୟୋଜନ ସ୍ଥଳରେ ‘ବେଟି ବଚାଓ’, ‘ବେଟି ପଢାଓ’ ବ୍ୟାନର ଲଗାଇଥିଲେ । ୩ ବର୍ଷୀୟ ପୁଅ ଏବଂ ଏକ ବର୍ଷୀୟ ଝିଅର ପିତା ଗୁପ୍ତା କୁହନ୍ତି କି ସେ ଗୁପଚୁପ୍ ଠେଲା ଲଗାଇ ମାସକୁ ୧୫ରୁ ୨୦ ହଜାର ଟଙ୍କା ଆୟ କରନ୍ତି । ଝିଅ ଜନ୍ମ ହେବା ସହ ତାଙ୍କ ସ୍ୱପ୍ନ ପୂରଣ ହୋଇଥିଲା ବୋଲି ସେ କୁହନ୍ତି । ସେ କୁହନ୍ତି କି ସେ ଅନେକ ଦିନରୁ ଏକ ଝିଅଟିଏ ପାଇଁ ଆଶା କରିଥିଲେ । ଦୁଇ ବର୍ଷ ପୂର୍ବେ ତାଙ୍କର ପୁଅ ହୋଇଥିଲା । ପରେ ଝିଅ ହେଲା ପରେ ସେ ଅତି ଖୁସି ହୋଇଯାଇଥିଲେ ବୋଲି ସେ କୁହନ୍ତି । ମୁଖ୍ୟମନ୍ତ୍ରୀ ଶିବରାଦ ସିଂହ ଚୌହାନ ଟ୍ୱିଟ୍ କରି ଗୁପ୍ତାଙ୍କ ଝିଅ ‘ଅନୋଖୀ’ଙ୍କୁ ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି କି ‘ସର୍ବଦା ଖୁସି ରୁହ’ । କହିରଖୁଛୁ ଅନେକ ଲୋକ ତାଙ୍କ ଝିଅକୁ ଜନ୍ମ ଦିନ ଉପହାର ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.