ମୋ ସମ୍ମାନ ମୋ ସାହସ ମୋ ଗର୍ବ ଆଉ ସବୁଠୁ ବଡ଼ ପରିଚୟ, ସିଏ ହେଉଛନ୍ତି ବାପା…..

ଆମ ଜୀବନର ପରିଧି ମଧ୍ୟରେ ଅନେକ ସମ୍ପର୍କ ଆସେ ଓ ଯାଏ । କିନ୍ତୁ ଏମିତି କିଛି ସମ୍ପର୍କ ଅଛି ଯାହା ଜନ୍ମରୁ ହିଁ ଆମ ସହିତ ରହିଥାଏ । ଯେମିତିକି ଭାଇ ଭଉଣୀର ସମ୍ପର୍କ, ଭଉଣୀ- ଭଉଣୀର ସମ୍ପର୍କ , ଦାଦା- ପୁତୁରା ସମ୍ପର୍କ, ମାମୁଁ- ଭଣଜା ସମ୍ପର୍କ, ଅଜା- ନାତିର ସମ୍ପର୍କ ଏମିତିକି ମା’ ଝିଅର ସମ୍ପର୍କ । କିନ୍ତୁ ଏହି ସବୁ ସମ୍ପର୍କ ଠାରୁ ଟିକିଏ ନିଆରା ଟିକିଏ ଭିନ୍ନ ଟିକିଏ ସ୍ୱତନ୍ତ୍ର ହେଉଛି ଜଣେ ବାପା ସହ ତାର ସନ୍ତାନ ସହ ସମ୍ପର୍କ । ସବୁଠୁ ନିଆରା, ସବୁଠୁ ଅଦ୍ଭୁତ ଏହି ସମ୍ପର୍କ । ଯାହାର କୌଣସି ଆଦି ଅଛି ନା ଅନ୍ତ । ସନ୍ତାନ ପାଇଁ ଗୋଟେ କଙ୍କ୍ରିଟ ଛାତ ସଦୃଶ ହୋଇଥାନ୍ତି ତା ବାପା । ନିଜ ପିଲା ମାନଙ୍କୁ ଏକ ସଠିକ ଦିଗ ଦେଖେଇବାରେ ବାପା ହିଁ ମୁଖ୍ୟ ଭୂମିକା ନିଭେଇଥାନ୍ତି ।

father's day

ପିଲାର ପାଳନ- ପୋଷଣ, ଶିକ୍ଷା, ଲାଳନପାଳନ ସବୁର ଦାୟିତ୍ୱ ବାପାଙ୍କ ମୁଣ୍ଡ ଉପରେ ଥାଏ । ନିଜ ପେଟକୁ ଦିନ ରାତି ଅକ୍ଲାନ୍ତ ପରିଶ୍ରମ କରି ଯିଏ ସନ୍ତାନର ସୁନ୍ଦର ଭବିଷ୍ୟତ ପାଇଁ ଅହରହ ଚେଷ୍ଟା କରିଥାନ୍ତି ସେ ହେଉଛନ୍ତି “ବାପା” । ଏହି ସମ୍ପର୍କକୁ ଟିକିଏ ମହତ୍ତ୍ୱ ଦେବା ପାଇଁ ପ୍ରତିବର୍ଷ ଜୁନ ମାସର ତୃତୀୟ ରବିବାରକୁ “ପିତୃ ଦିବସ” ଭାବରେ ପାଳନ କରାଯାଇଥାଏ । ତେବେ ଆସନ୍ତୁ ଏହି ଦିନର ଇତିହାସ ବାବଦରେ କିଛି ଜାଣିରଖିବା ।ଯଦିବା ଇତିହାସରେ “ପିତୃ ଦିବସ”ର ଆରମ୍ଭ ନେଇ ସେମିତି କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ, କିନ୍ତୁ ଲୋକକଥା ଅନୁଯାୟୀ ୧୯୦୭ରେ ପ୍ରଥମ ଥର ପାଇଁ ଭର୍ଜିନିଆରେ “ଫାଦର୍ସ ଡ଼େ” ପାଳନ ହୋଇଥିଲା ।

 

କିନ୍ତୁ କିଛି ଲୋକ ଏମିତି ବି କହନ୍ତି ୧୯୧୦  ରେ ଆମେରିକାର ରାଜଧାନୀ ୱାସିଂଗ ଟନରେ ଏହା ପାଳିତ ହୋଇଥିଲା । କୁହାଯାଏକି ୧୯୨୪ ମସିହାରେ ଆମେରିକାର ତତକାଳୀନ ରାଷ୍ଟ୍ରପତି କେଲବିନ କୋଲି ଏହି ଦିବସ ପ୍ରତି ନିଜ ସହମତି ଦେଇଥିଲେ । ଯାହା ପରେ ୧୯୬୬ ରେ ରାଷ୍ଟ୍ରପତି ଲିଂଡ଼ନ ଜନସନ ଜୁନ ତୃତୀୟ ରବିବାରରେ “ପିତୃ ଦିବସ” ପାଳନ କରାଯିବା ନେଇ ଘୋଷଣା କରିଥିଲେ । ଆଉ ଯାହା ପରେ ପ୍ରତି ବର୍ଷ ଜୁନ ମାସର ତୃତୀୟ ରବିବାର ଦିନ ଏହାକୁ ବିଶ୍ୱବ୍ୟାପି ପାଳନ କରାଯାଇ ଆସୁଛି । ଚଳିତ ବର୍ଷ ଜୁନ ୨୦ ତାରିଖ ଅର୍ଥାତ ଆଜି ପାଳନ କରାଯାଉଛି “ପିତୃ ଦିବସ” ।

ଆପଣଙ୍କର ବାପାଙ୍କ ସହ ଥିବା କିଛି ଅଭୁଲା ଅନୁଭୂତି ଅଛି ତେବେ କମେଣ୍ଟରେ ଲେଖି ସେୟାର କରନ୍ତୁ ।

Leave A Reply

Your email address will not be published.