କଣ ଆପଣ ଜାଣନ୍ତି ଯେତେବେଳେ ମୋଦି ଚିନ୍ତାଗ୍ରସ୍ତ ଥାନ୍ତି ସେତେବେଳେ କେଉଁ ଗୀତ ଗୁଣଗୁଣାନ୍ତି ?

ନିଜର ସାଧା ସିଧା ଜୀବନ ଶୈଳୀ ପାଇଁ ବେଶ୍ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲେ ମୋଦି କଣ କେବେ ମନୋରଞ୍ଜନ କରନ୍ତିନି ? ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ବି ମଧ୍ୟ କଣ କେବେ ଫିଲ୍ମ ଦେଖୁନଥିଲେ ମୋଦି । ଏମିତି ଅନେକ ପ୍ରଶ୍ନ ଆପଣଙ୍କ ମନକୁ ନିଶ୍ଚୟ ଆସିଥିବ । ତେବେ ମାସକୁ ଥରେ ଦେଶବାସୀଙ୍କୁ ମନ କଥା କହୁଥିବା ମୋଦିଙ୍କ ମନପସନ୍ଦର ଗୀତ କଣ ? ଏ ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆମର ଏହି ରିପୋର୍ଟ ।
ଏ ସବୁ ପଶ୍ନର ଉତ୍ତର ନିଜେ ମୋଦି ଏକ ସାକ୍ଷାତକାରରେ ଦେଇଛନ୍ତି । ମୋଦି କହିଛନ୍ତି ଯୌବନ ଅବସ୍ଥାରେ ମୁଁ ବି ଉତ୍ସୁକତାର ସହ ସିନେମା ଦେଖୁଥିଲି । କିନ୍ତୁ ମନୋରଞ୍ଜନ ଦୃଷ୍ଟିକୋଣରୁ ନୁହେଁ କିଛି ଶିକ୍ଷା ପାଇବା ଦୃଷ୍ଟିରୁ ସିନେମା ଦେଖୁଥିଲେ ମୋଦି । କିନ୍ତୁ ଯେମିତି ଯେମିତି ରାଜନୀତିର ଗଭୀର କୁଅ ଭିତରେ ବୁଡି ବୁଡି ଚାଲିଲେ ସେମିତି ସେମିତି ସିନେମାଠାରୁ ଦୂରେଇ ଗଲେ ମୋଦି । କିନ୍ତୁ ସର୍ବଦା ଭାରତୀୟ କଳା, ସଂସ୍କୃତି ତଥା ସନେମା ଦୁନିଆ ସହ ଜଡିତ ରୁହନ୍ତି ।
ତେବେ ମୋଦିଙ୍କ ମନ ପସନ୍ଦ ଗୀତ ହେଉଛି ୧୯୬୧ରେ ଆସିଥିବା ଫିଲ୍ମ ଜୟ ଚିତୋଡରେ ଲତା ମଙ୍ଗେସକର ଗାଇଥିବା “ ହୋ ପବନ ବେଗ ସେ ଉଡନେ ବାଲେ ଘୋଡେ, ତେରେ କନ୍ଧୋ ପର୍ ଆଜ୍ ଭାର୍ ହୈ ମେୱଡା କା, କରନା ପଡେଗା ତୁଝେ ସାମନା ପାହାଡ କା , ହଲଦୀଘାଟି ନେହିଁ କୋଇ ଖିଲୱାଡ କା, ଦେନା ଯବାବ୍ ୱହାଁ ଶେରୋଁ କେ ଦହାଡ କା” । ଚିନ୍ତାଗ୍ରସ୍ତ ଥିଲେ ଏହି ଗୀତ ଗୁଣୁଗୁଣେଇ ଥାନ୍ତି ମୋଦି ।