ସ୍ପେଶାଲ

୨୦୨୦ ଶେଷ ବେଳକୁ ଭାରତରେ ଆସିପାରେ ମହାପ୍ରଳୟ, ଭୟାନକ ଭୁକମ୍ପ ହେବାର ଆଶଙ୍କା କଲେ ବୈଜ୍ଞାନିକ

ମାଳିକା ବଚନ କ’ଣ ସତ ହେବ ! ପୃଥିବୀ କ’ଣ ଧ୍ୱଂସ ପାଇବ । ଏମିତି ବହୁ ପ୍ରଶ୍ନ ଏବେ ଅସମାଧିତ । ସମସ୍ତଙ୍କ ମନରେ ଏବେ କରୋନାକୁ ନେଇ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ବୈଜ୍ଞାନିକମାନଙ୍କ ମହାପ୍ରଳୟ ଭବିଷ୍ୟବାଣୀ ଏବେ ଆହୁରି ଆତଙ୍କ ସୃଷ୍ଟି କରିଛି । କୁହାଯାଉଛି ଚଳିତ ବର୍ଷ ଶେଷ ବେଳକୁ ଏକ ମହାପ୍ରଳୟ ଆସୁଛି ।

୨୦୨୦ ବର୍ଷ ଭାରତ ପାଇଁ ମହାବିପଦର ବର୍ଷ । କରୋନା ମହାମାରୀ ପାଇଁ ସାରା ବିଶ୍ୱ ମଧ୍ୟ କିଛି ବର୍ଷ ପଛକୁ ଚାଲିଯାଇଛି । ରୋଜଗାର ଠାରୁ ଆରମ୍ଭ କରି ସ୍କୁଲ କଲେଜ ବନ୍ଦ ହେବା ଯୋଗୁ ପିଲାଙ୍କ ପାଠ ପଢ଼ାରେ ମଧ୍ୟ ବଡ ପ୍ରଭାବ ପକାଇଛି । ଏହି ବର୍ଷକୁ ଲୋକେ ଏକ ଅଶୁଭ ବର୍ଷ ଭାବେ କହୁଥିବା ବେଳେ ଆଗକୁ ଆହୁରି ଭୟଙ୍କର ବିପଦ ଥିବା ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ।

 

ନିକଟରେ ହୋଇଥିବା ଏକ ରିସର୍ଚ୍ଚରୁ ଜଣାପଡ଼ିଛି ଯେ ଭାରତର ହିମାଳୟରେ ହେବ ଭୟଙ୍କର ଭୁକମ୍ପ । ଏହାକୁ ନେଇ ଚାଲିଛି ତର୍କ ବିତର୍କ । ଭାରତ ପାଇଁ ହିମାଳୟର ଏକ ବଡ଼ ଆବଶ୍ୟକତା ହେଉଛି ଏହା ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ପବନକୁ ରୋକିବା ସହ ଦେଶ ଭିତରକୁ ଶତ୍ରୁଙ୍କ ପ୍ରବେଶକୁ ରୋକିଥାଏ । ଦେଶର ସୁରକ୍ଷାରେ ହିମାଳୟର ବଡ଼ ଅବଦାନ ରହିଛି ।

ସେସ୍‌ମୋଲୋଜିକାଲ୍‌ ରିସର୍ଚ୍ଚ ଲେଟର୍ସ ଜର୍ଣ୍ଣାଲ୍‌ରେ ପ୍ରକାଶିତ ତଥ୍ୟ ଅନୁଯାୟୀ ହିମାଳୟରେ ଏକ ବଡ଼ ଭୁକମ୍ପ ହେବ । ମାଟି ଓ ରେଡିଓକାର୍ବନ ବିଶ୍ଲେଷଣ ଅନୁଯାୟୀ ଏହା ଅନୁମାନ କରାଯାଇଛି । ଭୁମିକମ୍ପ ଭାରତରୁ ପାକିସ୍ତାନ ପର୍ଯ୍ୟନ୍ତ ଅନୁଭୁତ ହେବ । ଗବେଷଣାରୁ ଆହୁରି ମଧ୍ୟ ପ୍ରକାଶ ପାଇଛି ଯେ ଏହି ଭୟାବହ ଭୁମିକମ୍ପ ଭାରତର ଚଣ୍ଡିଗଡ଼, ଡେରାଡୁନ୍‌ ଓ ନେପାଳର କାଠମାଣ୍ଡୁ ଭଳି ବଡ଼ ସହରକୁ ବେଶୀ ପ୍ରଭାବିତ କରିବ ।

Niharanjan

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

13 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

28 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

43 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

53 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

2 hours ago