ମାନିବାକୁ ପଡ଼ିବ ସାହସ! ସିଂହକୁ ଛୁଇଁବାକୁ ଚେଷ୍ଟା କରୁଛି ଏ କୁନି ଛୁଆ; ଭୟ ନ କରି ହାତ ବଢ଼ାଉଛି…ଦେଖନ୍ତୁ ଭିଡିଓ
ନିକଟରେ ଏକ ଭିଡିଓ ଖୁବ୍ ଭାଇରାଲ ହୋଇଥିଲା, ଯେଉଁଥିରେ ଦେଖିବାକୁ ମିଳିଥିଲା କି, ଏକ କୁନିଝିଅ ଭାଲୁ ଆଡ଼କୁ ଦୌଡ଼ୁଛି। ଝିଅଟି ଭାଲୁକୁ ପଛ ପଟୁ କୁଣ୍ଢେଇ ଧରିବାକୁ ଚେଷ୍ଟା କରୁଛି। କିନ୍ତୁ ସୌଭାଗ୍ୟବଶତଃ ତା’ର ମା’ ଠିକ୍ ସମୟରେ ପହଞ୍ଚି ଯାଉଛି ଏବଂ ଝିଅର ହରକତ ଦେଖି ନେଉଛି। ମା’ ସଙ୍ଗେ ସଙ୍ଗେ ଝିଅକୁ ଉଠାଇ ସେଠାରୁ ଦୌଡ଼ି ପଳାଉଛି।
ପିଲାମାନେ ଜୀବଜନ୍ତୁଙ୍କ ବିଷୟରେ ପାଠ ପଢ଼ନ୍ତି ଏବଂ ସେମାନଙ୍କ ଚିତ୍ର ଦେଖନ୍ତି। ଜୀବଜନ୍ତୁଙ୍କ ପ୍ରତି ସେମାନଙ୍କର ଖୁବ୍ ଭଲ ପାଇବା ଥାଏ, କିନ୍ତୁ ସେମାନେ ଜାଣିପାରି ନ ଥାଆନ୍ତି ଯେ ଜୀବଜନ୍ତୁମାନେ କେତେ ଭୟଙ୍କର ହୋଇଥାଆନ୍ତି।
ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି, ଯେଉଁଥିରେ ଏକ କୁନି ଛୁଆ ସିଂହକୁ ଖୁବ୍ ଆଦର ସହକାରେ ଦେଖୁଥିବା ନଜର ଆସୁଛି। ସେ ସିଂହ ସହିତ ଖେଳିବାକୁ ଚେଷ୍ଟା କରୁଛି। ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ ‘nature___.beauty’ ପେଜ୍ରେ ପୋଷ୍ଟ କରାଯାଇଛି, ଯାହାକୁ ଏ ପର୍ଯ୍ୟନ୍ତ ୧.୧ ମିଲିୟନରୁ ଅଧିକ ଭ୍ୟୁଜ୍ ଏବଂ ୨୮ ହଜାର ଲାଇକ୍ସ ମିଳି ସାରିଲାଣି।
ଭିଡିଓରେ ସିଂହଟି ଚିଡ଼ିଆଖାନାର ଖୁଆଡ଼ ଭିତରେ ବସିଥିବା ଦେଖିବାକୁ ମିଳୁଛି। ଏହି ସମୟରେ ଏକ କୁନି ଛୁଆ ସିଂହ ସହିତ ଖେଳିବାକୁ ଚେଷ୍ଟା କରୁଛି। ଖୁଆଡ଼ ଭିତରେ ସିଂହଟି ଶାନ୍ତ ହୋଇ ବସିଛି। ସେପଟେ ଛୁଆଟି ଖୁଆଡ଼ର କାଚ କାନ୍ଥ ମାଧ୍ୟମରେ ସିଂହର ନାକକୁ ଛୁଇଁବାକୁ ଚେଷ୍ଟା କରୁଛି। ଭିଡିଓ ଦେଖିଲେ ଏକ ସେକେଣ୍ଡ୍ ପାଇଁ ଲାଗୁଛି, ଯେପରି ସିଂହ ଓ କୁନି ଛୁଆ ମଧ୍ୟରେ କୌଣସି କାଚର କାନ୍ଥ ନାହିଁ। ସିଂହକୁ ଦେଖି ଛୁଆଟି ଆଦୌ ଭୟ କରୁନାହିଁ। ସେ ସାହସର ସହିତ ତା’ ନିକଟତର ହେଉଥିବା ଦେଖିବାକୁ ମିଳୁଛି।
View this post on Instagram