ବିଶ୍ୱର ସବୁଠୁ ଲମ୍ବା ପଥରେ ବିମାନ ଉଡାଇବେ ଏୟାର ଇଣ୍ଡିଆର ମହିଳା ପାଇଲଟ, ସୃଷ୍ଟି କରିବେ ଇତିହାସ

ପୁଣି ଥରେ ସ୍ୱର୍ଣ୍ଣିମ ତାଲିକାରେ ସ୍ଥାନ ପାଇବାକୁ ଯାଉଛି ଆଉ ଜଣେ ମହିଳାଙ୍କ ନାମ | ଏୟାର ଇଣ୍ଡିଆର ଜଣେ ମହିଳା ପାଇଲଟ ଇତିହାସ ପୃଷ୍ଠାରେ ସ୍ଥାନ ପାଇବାକୁ ଯାଉଛନ୍ତି । ବିଶ୍ବର ସବୁଠୁ ଲମ୍ବା ପଥ ଉତ୍ତରମେରୁ ଉପରେ ଉଡାଇବେ ବିମାନ । ଏହା ସହ ବିଜୟ ଧ୍ବଜା ବି ଉଡାଇବେ । ଉତ୍ତର ମେରୁରେ ପ୍ରାୟ ୧୬ ହଜାର କିଲୋମିଟର ଅତିକ୍ରମ କରି ସାନ୍‌ ଫ୍ରାନ୍ସିସ୍କୋରୁ ବିମାନ ଉଡାଇ ବେଙ୍ଗାଳୁରୁରେ ଆଣି ପହଞ୍ଚାଇବେ ଏୟାର ଇଣ୍ଡିଆର ବିମାନ ‌ । ସୂଚନା ଦେଉଛୁକି, ଉତ୍ତରମେରୁରେ ବିମାନ ଉଡାଇବା ଏତେଟା ସହଜ ନୁହେଁ । ଏହା ବେଶ ଚ୍ୟାଲେଜିଂ ପୂର୍ଣ୍ଣ ହୋଇଥାଏ। ସେଥିପାଇଁ ଏୟାରଲାଇନ୍ କମ୍ପାନୀ ଗୁଡ଼ିକ ସେମାନଙ୍କର ସବୁଠୁ ବରିଷ୍ଠ ଓ ଅଭିଜ୍ଞତା ସମ୍ପନ୍ନ ପାଇଲଟ୍‌ଙ୍କୁ ହିଁ ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ଅନୁମତି ଦିଆ ଯାଇଥାଏ |

 

air india
image credit: hindustan times

କିନ୍ତୁ ଭାରତୀୟ ଏୟାର ଲାଇନ୍ସ କମ୍ପାନୀ ପକ୍ଷରୁ ଏୟାର ଇଣ୍ଡିଆ ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ଏକ ଐତିହାସିକ ନିଷ୍ପତ୍ତି ନିଆଯାଇଛି । ସାନ୍ ଫ୍ରାନସିସ୍କୋରୁ ବେଙ୍ଗାଲୁରୁକୁ ଉଡ଼ାଣ ଭରିବା ପାଇଁ ଜଣେ ମହିଳା କ୍ୟାପଟେନଙ୍କୁ ଦାୟିତ୍ୱ ଦିଆଯାଇଥିବା ଏୟାର ଇଣ୍ଡିଆର ଅଫିସିଆଲ୍ ସାଇଟରେ ସୂଚନା ଦିଆଯାଇଛି । ଏୟାର ଇଣ୍ଡିଆର କ୍ୟାପଟେନ ଜୋୟା ଅଗ୍ରୱାଲଙ୍କ ନେତୃତ୍ୱରେ ଏହି ବିମାନ ଉଡ଼ାଯିବ । ସେ ଏବଂ ତାଙ୍କର ଟିମ୍ ଜାନୁଆରୀ ୯ ତାରିଖ ଆଜି ଇତିହାସ ରଚିବା ପାଇଁ ଅପେକ୍ଷା କରିଛନ୍ତି । ବିଶ୍ୱର ଅଧାରୁ ଅଧିକ ସଂଖ୍ୟକ ଲୋକ ଏହି ରୁଟ୍‌କୁ ପ୍ରତ୍ୟକ୍ଷ ଭାବେ ଦେଖିନାହାନ୍ତି ।

ତାଙ୍କ ଉପରେ ବିଶ୍ୱାସ କରି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଏୟାର ଇଣ୍ଡିଆ ମିଳିତ ଭାବେ ତାଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି। ସେ ବୋଇଙ୍ଗ୍ ୭୭୭କୁ ବିଶ୍ବର ସବୁଠାରୁ ଲମ୍ୱା ରାସ୍ତା‌ରେ ଉଡ଼ାଇବାର ନେତୃତ୍ୱ ନେବେ। ବିଶେଷଜ୍ଞଙ୍କ ଅନୁସାରେ ଉତ୍ତର ଗୋଲାର୍ଦ୍ଧରେ ବିମାନ ଉଡାଇବା ସବୁଠାରୁ କଠିନ। ଏଥିପାଇଁ ଅଭିଜ୍ଞତା ଏବଂ କୌଶଳର ଆବଶ୍ୟକତା ରହିଛି । ପୂର୍ବରୁ ମଧ୍ୟ ଏୟାର ଇଣ୍ଡିଆ ପାଇଲଟ ଏଭଳି କାମ କରିବା ନେଇ ରେକର୍ଡ ରହିଛି | କିନ୍ତୁ ପ୍ରଥମଥର ପାଇଁ ମହିଳା ପାଇଲଟମାନେ ଏଭଳି କାମ କରିବାକୁ ଯାଉଛନ୍ତି।