ଖୁବ୍ ଜିଦିଆ ହୋଇଥାନ୍ତି ମାଈ ଅକ୍ଟୋପସ, ଶାରୀରିକ ସଂପର୍କ ପାଇଁ ଜବରଦସ୍ତ କଲେ ପିଙ୍ଗନ୍ତି ଟେକା ପଥର

ଦୁନିଆର ଯେକୌଣସି ଝିଅ ହେଉ ନାହଁ କାହିଁକି, ବିନା କାହାର ଅନୁମତିରେ ତାଙ୍କୁ ଛୁଇଁବା ଆଇନଗତ ଅପରାଧ। କିଏ ସେମାନଙ୍କୁ ବିନା ଇଚ୍ଛାରେ ଛୁଉଁ ସେମାନେ ପ୍ରତିଶୋଧ ପରାୟଣ ହୋଇଯାଆନ୍ତି। ଏକ ଅଧ୍ୟୟନ ମୁତାବକ, କେବଳ ମଣିଷ ନୁହେଁ, ବରଂ ଜୀବଜନ୍ତୁ ମଧ୍ୟ ବିନା ଅନୁମତିରେ ଛୁଇଁଲେ ପ୍ରତିକ୍ରିୟା ଦେଇଥାନ୍ତି।

ଅଧ୍ୟୟନ ଅନୁଯାୟୀ, ମାଈ ଅକ୍ଟୋପସ ଉପରେ ହୋଇଥିବା ଏକ ଗବେଷଣାରୁ ଜଣାପଡିଛି ଯେ, ମାଈ ଅକ୍ଟୋପସ ସହିତ ଜବରଦସ୍ତ ସମ୍ବନ୍ଧ ରଖିବାକୁ ଚେଷ୍ଟା କରୁଥିବା ପୁରୁଷ ଅକ୍ଟୋପସଉପରେ ଆକ୍ରମଣ କରିଥାନ୍ତି।

ନ୍ଯୁ ସାଇଣ୍ଟିଷ୍ଟ ଡଟ୍ କମ୍ ରିପୋର୍ଟ ଅନୁସାରେ, ସିଡନୀ ୟୁନିଭରସିଟିର ପିଟର ଗାଡଫ୍ରେ, ସ୍ମିଥ ଏବଂ ତାଙ୍କ ସହଯୋଗୀ ୨୦୧୫ରେ ସମୁଦ୍ର ମଧ୍ୟରେ ଅକ୍ଟୋପସଙ୍କ ଗତିବିଧି ଉପରେ ଭିଡିଓ ସୁଟ୍ କରୁଥିଲେ। ଏହି ସୁଟିଂ ସମୟରେ ସେ ଯାହା ଦେଖିଲେ ଆଶ୍ଚର୍ଯ୍ଯ ହୋଇଯାଇଥିଲେ। ସେ ଦେଖିଥିଲେ କି, ମାଈ ଅକ୍ଟୋପସ ସମୁଦ୍ର ତଳେ ମିଳୁଥିବା ପଥର ଏବଂ ଗୋଡି ଦ୍ବାରା ପୁରୁଷ ଅକ୍ଟୋପସ ଉପରେ ଆକ୍ରମଣ କରୁଛି। ଏମିତି ୧୦ ଥର ଆକ୍ରମଣ ମାଈ ଅକ୍ଟୋପସ ପୁରୁଷ ଅକ୍ଟୋପସ ଉପରେ କରିଥିଲା।

ପ୍ରଥମରୁ ଏହା ଦେଖି ସଂଯୋଗ କିମ୍ବା କିଛି ହୋଇଥାଇପାରେ ବୋଲି ଭାବିଥିଲେ। କିନ୍ତୁ ଦ୍ବିତୀୟ ଥର ଆଉ ଏକ ଭିଡିଓକୁ ବିଶ୍ଲେଷଣ କରିବା ସମୟରେ ମାଈ ଅକ୍ଟୋପସର ଏପରି ହରକତ ବିଷୟରେ ଜାଣିବାକୁ ପାଇଥିଲେ। ପୁରୁଷ ଅକ୍ଟୋପସ ଜବରଦସ୍ତ ସମ୍ବନ୍ଧ ରଖିବା ମାଈ ଅକ୍ଟୋପସକୁ ପସନ୍ଦ ନଥିଲା। ତେଣୁ ଅକ୍ଟୋପସ ନିଜ ଆଠଟି ଗୋଡରେ ପୁରୁଷ ଅକ୍ଟୋପସ ଉପରେ ଆକ୍ରମଣ କରୁଥିଲା।

ରିପୋର୍ଟ ମୁତାବକ, ଅକ୍ଟୋପସ ନିଜ ଶରୀରର ତଳ ଭାଗରେ ଥିବାରେ ଜାଲରେ ଶୈବାଳ, ଗୋଡି ଏବଂ ଛୋଟ ପଥର ରଖିଥାଏ। ଯିଏ ସେମାନଙ୍କୁ ହଇରାଣ କରିବାକୁ ଚେଷ୍ଟା କରିଥାଏ, ସେମାନଙ୍କ ଉପରେ ଆକ୍ରମଣ କରିଥାନ୍ତି। ଅନୁସନ୍ଧାନ କାରୀ ଟିମ୍ ଶେଷରେ ଜାଣିବାକୁ ପାଇଥିଲା କି, ବିନା ଅନୁମତିରେ ମାଈ ଅକ୍ଟୋପସକୁ ଛୁଇଁବା ଯୋଗୁଁ ପୁରୁଷ ଅକ୍ଟୋପସକୁ ଏପରି ଆକ୍ରମଣ କରୁଥିଲା।