ଉବେର୍ ଏୟାର୍ କ୍ୟାବରେ ଉଡିବା ପାଇଁ ହୋଇଯାଆନ୍ତୁ ପ୍ରସ୍ତୁତ : ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବ ସେବା

ଆଉ କିଛି ବର୍ଷ ମଧ୍ୟରେ ପୁରା ହେବାକୁ ଯାଉଛି ଆପଣଙ୍କ ସ୍ବପ୍ନ । ଏବେ ଏୟାର୍ ଟ୍ୟାକ୍ସିରେ ବସି କରିପାରିବେ ଯିବା ଆସିବା । କାରଣ ଖୁବ୍ ଶୀଘ୍ର ଭାରତରେ ଉବେର୍ ଏୟାର୍ ଟ୍ୟାକ୍ସି ଆରମ୍ଭ ହେବାକୁ ଯାଉଛି । ଉବେର ଏୟାର୍ ସିଟି ସେବା ଆଗାମୀ ୫ ବର୍ଷ ମଧ୍ୟରେ ଆରମ୍ଭ ହୋଇପାରେ ।

ଭାରତ ସହ ଆମେରିକା, ଜାପାନ, ଅଷ୍ଟ୍ରେଲିଆ, ବ୍ରାଜିଲ୍ ଏବଂ ଫ୍ରାନ୍ସକୁ ସର୍ବପ୍ରଥମ ଏୟାର ଟ୍ୟାକ୍ସି ସେବା ପାଇଁ ଚୟନ କରାଯାଇଛି । ଆମେରିକାର ଡଲାସ୍ ଏବଂ ଲସ୍ ଆଞ୍ଜେଲ୍ସରେ ପ୍ରଥମେ ଏହି ସେନା ଆରମ୍ଭ ହେବ । ଏହା ପରେ ୩ୟ ସହର ଅନ୍ୟ ଦେଶମାନଙ୍କ ମଧ୍ୟରୁ କୌଣସି ସହର ହୋଇପାରେ ।

ଏକ ବୟାନରେ କମ୍ପାନୀ କହିଛି , ସବୁଠାରୁ ଭିଡ ସହର ମଧ୍ୟରେ ଅଛି ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଦିଲ୍ଲୀ । ଏହି ସହର ମାନଙ୍କରେ କିଛି ସମୟର ବାଟକୁ ଘଂଟା ଘଂଟା ଲାଗିଥାଏ । ତେଣୁ କମ୍ପାନୀର କଥାରୁ ଜଣାପଡୁଛି ଏହି ସବୁ ସହରରେ ଖୁବ୍ ଶୀଘ୍ର ଆରମ୍ଭ ହୋଇପାରେ ଉବେର୍ ଏୟାର୍ ଟ୍ୟାକ୍ସି ସେବା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.