Categories: ସ୍ପେଶାଲ

ଅନଲାଇନରେ ବିରିୟାନୀ ଅର୍ଡର କ୍ୟାନ୍ସଲ କରିବା ପଡିଲା ମହଙ୍ଗା,ଖାତାରୁ କଟିଗଲା ୫୦ ହଜାର ଟଙ୍କା

ଜଣେ ଯୁବକକୁ ଅନଲାଇନ ବିରିୟାନୀ ଅର୍ଡର କରିବା ବହୁତ ମହଙ୍ଗା ପଡିଲା ଯେ ତାଙ୍କର ବ୍ୟାଙ୍କ୍ ଆକାଉଣ୍ଟରୁ ୪୯,୯୯୭ ଟଙ୍କା କଟିଗଲା। ଏହା ସେତେବେଳେ ହେଇଛି ଯେତେବେଳେ ସେ ଏହି ଅନଲାଇନ ଅର୍ଡରକୁ କ୍ୟାନ୍ସଲ କରିବା ପାଇଁ ଚେଷ୍ଟା କରୁଥିଲା। ତିନି ଥରରେ ତାଙ୍କର ଆକାଉଣ୍ଟରୁ ମୋଟା ଅଙ୍କର ଟଙ୍କା ଉଡାଇ ନେଲେ।

ବିହାରର ନିଶାନ୍ତ ରାଜ ନାମକ ଜଣେ ଯୁବକ ବଙ୍ଗ ବୁଲିବାକୁ ଆସିଥିଲେ। ସେଠାରେ ସେ ଜଣେ ପରିଚିତଙ୍କ ଘରେ ରହିଥିଲେ। ଗୋଟିଏ ଦିନ ଘରକୁ ପହଁଚିବା ପୂର୍ବରୁ ସେ ଏକ ପ୍ଲେଟ ବିରିୟାନୀ ଅନଲାଇନ ଫୁଡ୍ ଡେଲିଭରୀ କମ୍ପାନୀ ଜୋମାଟୋରୁ କରିଥିଲେ। କିନ୍ତୁ ଘରେ ଆସି ଦେଖିଲେ ଯେ ଖାଇବା ରନ୍ଧା ସରିଥିଲା। ତେବେ ସେ ଅର୍ଡର କ୍ୟାନସଲ୍ କରିବା ପାଇଁ ଜୋମାଟୋର କଷ୍ଟମର କେୟାର ନମ୍ବର ଗୁଗୁଲରୁ ସର୍ଚ୍ଚ କଲେ।

ନିଶାନ୍ତଙ୍କ କହିବାନୁଯାୟୀ ସେହି ନମ୍ବରକୁ କଲ୍ କରିବା ପରେ ତାକୁ ଗୁହାଗଲା ଯେ କ୍ୟାନସଲଲେସନ ର ଟଙ୍କା ଆପଣଙ୍କ ଖାତାକୁ ଚାଲିଯିବ, ଏଥିପାଇଁ ଗୋଟିଏ ଆପ୍ ଡାଉନଲୋଡ୍ କରିବାକୁ ହେବ। ନିଶାନ୍ତ ଯେମିତି ସେହି ଆପ୍ ଡାଉନଲୋଡ୍ କଲେ, କିଛି ସମୟ ପରେ ତାଙ୍କ ମୋବାଇଲକୁ ମେସେଜ୍ ଆସିବା ଆରମ୍ଭ ହୋଇଗଲା।

ଏହା ସହ ପଢ଼ନ୍ତୁ : Twitterରେ ଭିକ ମାଗି ମାସକୁ ୫ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ୨୫ ବର୍ଷର ଯୁବକ, ଚଳଣି ଦେଖି ମୁଣ୍ଡରେ ଦେବେ ହାତ…

କିଛି ସମୟ ମଧ୍ୟରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୧୯୯୯୯,୧୯୯୯୯,୯୯୯୯ ଟଙ୍କା ତିନି ଥର କଟିଯିବାର ମେସେଜ ଆସିଲା। ଅବଶ୍ୟ ନିଶାନ୍ତଙ୍କୁ ଏହା ବୁଝିବା ପାଇଁ ଡେରି ଲାଗିଲା ନାହିଁ ଯେ ତାଙ୍କ ସହିତ ଧୋକା ହୋଇଛି। ସେ ତୁରନ୍ତ ନିକଟସ୍ଥ ପୋଲିସ ଷ୍ଟେସନରେ ଏଫଆଇଆର ଦର୍ଜ କରିବାକୁ ପହଁଚିଲେ। କିନ୍ତୁ ନା ପୋଲିସ ଷ୍ଟେସନରେ ନା ସାଇବର କ୍ରାଇମ କେଉଁଠି ବି ତାଙ୍କ ମାମଲା ରୁଜୁ ହେଲା ନାହିଁ।

ସବୁଠାରୁ ଖାସ୍ କଥା ହେଉଛି ଯେ ନିଶାନ୍ତ ରାଜ ବର୍ତ୍ତମାନ ବହୁତ ବେଶି ଚିନ୍ତାରେ ଅଛନ୍ତି ଯେ ଅପରାଧୀମାନେ ତାଙ୍କୁ ପୁଣି ଥରେ କଲ୍ କରି କହିଲେ ଯେ ପୋଲିସରେ ଅଭିଯୋଗ କର, କିନ୍ତୁ ଟଙ୍କା ମିଳିବ ନାହିଁ। ନିଶାନ୍ତ କହିଲେ ଯେ ସେ କେବେବି କୋଲକାତା ଆସିବା ପାଇଁ ପସନ୍ଦ କରିବେ ନାହିଁ।

Pritiparna

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago