ବଜେଟକୁ ନେଇ ଦେଶର ନଜର ଥିଲା ନିର୍ମଳା ସୀତାରମଣଙ୍କ ଉପରେ, ସମ୍ବଲପୁର ଶାଢିରେ ଆକର୍ଷଣୀୟ ଦିଶୁଥିଲେ ଅର୍ଥମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ପୁଣି ଓଡିଶାର ବୟନ ଶିଳ୍ପକୁ ପ୍ରେତ୍ସାହନ ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ସଂସଦରେ ବଜେଟ ଉପସ୍ଥାପନ କରିବାକୁ  ଆସିଲା ବେଳେ ଅର୍ଥମନ୍ତ୍ରୀଙ୍କୁ ଦେଖିବାକୁ  ମିଳିଥିଲା ସମ୍ବଲପୁର ଶାଢିରେ। ଆଜି ବଜେଟ ଅଧିବେଶନ ଥିବାରୁ ପୁରା ଦେଶର ନଜର ଥିଲା ଅର୍ଥମନ୍ତ୍ରୀଙ୍କ ଉପରେ। ଆଉ ଯେତେବେଳେ ଅର୍ଥମନ୍ତ୍ରୀ ବଜେଟ ବାକ୍ସ ଧରି ସଂସଦ ଭବନକୁ ପ୍ରବେଶ କଲେ ସେତେବେଳେ ମାଟିଆ ଏବଂ ଖଇରିଆ ରଙ୍ଗର ସମ୍ବଲପୁରୀ ଶାଢୀରେ ଅତି ଆକର୍ଷଣୀୟ ଦିଶୁଥିଲେ।

ଓଡ଼ିଶାର ସଂସ୍କୃତି  ବହନ କରୁଥିବା ସମ୍ବଲପୁରୀ ଶାଢୀକୁ ଅର୍ଥମନ୍ତ୍ରୀ ଅଧିକ ଭଲ ପାଆନ୍ତି। କାରଣ ପୂର୍ବରୁ ମଧ୍ୟ ଅନେକ ଥର ଅର୍ଥମନ୍ତ୍ରୀଙ୍କୁ ସମ୍ବଲପୁର ଶାଢୀରେ ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ଭାବରେ ସେ ବଜେଟ ଉପସ୍ଥାପନ କରିବା ସମୟରେ ୨ ଥର ସମ୍ବଲପୁରୀ ଶାଢ଼ି ପିନ୍ଧିଛନ୍ତି। ଶ୍ରୀମତୀ ସୀତାରମଣ ୨୦୧୯ରେ ରାଜ୍ୟ ସଭାରେ କେନ୍ଦ୍ରୀୟ ବଜେଟ୍‌ ଉପସ୍ଥାପନ ବେଳେ ମଧ୍ୟ ସମ୍ବଲପୁରୀ ଶାଢ଼ି ପିନ୍ଧିଥିଲେ।