ନୂଆ ଖବର ସହ ଆସୁଛି ନୂଆବର୍ଷ : ୨୦୧୯ରେ ଏହି ରାଶିର ବ୍ୟକ୍ତିଙ୍କ ଉପରେ ବର୍ଷିବ ଧନ, ରହିବନି ଅଭାବ

ଆଉ କିଛି ଦିନ ପରେ ବଦଳିଯିବ କ୍ୟାଲେଣ୍ଡର । ୨୦୧୮ ରୁ ହୋଇଯିବ ୨୦୧୯ । ଆଉ ଏହି ନୂଆ ବର୍ଷ ନିଜ ସହ ସମସ୍ତଙ୍କ ପାଇଁ କିଛି ନା କିଛି ନେଇ କି ଆସୁଛି । ହେଲେ ଆପଣଙ୍କ ପାଇଁ କଣ ନେଇ ଆସୁଛି ୨୦୧୯ ? ଲାଭ ନା କ୍ଷତି, ଆୟ ନା ବ୍ୟୟ ଏବଂ ଧନର ଅଭାବ ନା ଧନର ବର୍ଷା ? ଜାଣନ୍ତୁ ଆର୍ଥିକ ସ୍ଥିତି ମାମଲାରେ କେଉଁ ରାଶି ପାଇଁ ନୂଆ ବର୍ଷ ସହ ଆସୁଛି ଅଛେ ଦିନ୍ ।

ମେଷ :
meshaଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରେ ଉଭୟ ଭଲ ଓ ମନ୍ଦ ନେଇ ଆସୁଛି ନବ ବର୍ଷ । ଯଦି ପୁରା ବର୍ଷ କଥା କହିବା ତେବେ ୨୦୧୯ ମେଷ ରାଶିର ଲୋକଙ୍କ ଶୁଭ ରହିବ । ବର୍ଷର ପ୍ରଥମ ୬ ମାସ ଧନ ଲାଭ ହେବାର ସମ୍ଭାବନା ରହିଛି । ଆର୍ଥିକ ସ୍ଥିତି ମଜଭୂତ ରହିବ । ହେଲେ ଏହା ସହ ଖର୍ଚ୍ଚର ସମ୍ଭାବନା ମଧ୍ୟ ବଢିବ । ତେଣୁ ଖର୍ଚ୍ଚ କରିବା ପୂର୍ବରୁ ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ । ଜୁନ୍ ଏବଂ ଜୁଲାଇ ମାସରେ କୌଣସି ବି କାମରେ ଟଙ୍କା ଲଗାଇଲେ ଲାଭ ମିଳିବ ।

ତେବେ ଟଙ୍କା ମାମଲାରେ କାହା ଉପରେ ଆଖି ବନ୍ଦ କରି ବିଶ୍ବାସ କରନ୍ତୁ ନାହିଁ । ଯଦି ନିଜର କିଛି ବ୍ୟବସାୟ ରହିଛି ତେବେ ଏଥିରେ ଅଧିକ ଲାଭ ହେବାର ସମ୍ଭାବନା ରହିଛି ।

ବୃଷ :
brushaଏହି ରାଶିର ବ୍ୟକ୍ତି ମାନଙ୍କର ନୂଆ ବର୍ଷରେ ଆର୍ଥିକ ସ୍ଥିତି ସାମାନ୍ୟ ରହିବ । ଏମାନଙ୍କର ଧନ ଲାଭ ତ ହେବ ହେଲେ ତା ସହ ଖର୍ଚ୍ଚ ବି ଅଧିକ ହେବ । ନୂଆ ବର୍ଷରେ ଟଙ୍କା ରୋଜଗାର କରିବାର ନୂଆ ଅବସର ମଧ୍ୟ ମିଳିବ । ଏପ୍ରିଲ୍, ମେ ଏବଂ ଜୁନରେ ଧନ ଲାଭ ହେବାର ସମ୍ଭାବନା ଅଧିକ । ଜମିବାଡିକୁ ନେଇ ଯଦି କିଛି ମାମଲା କୋର୍ଟରେ ଚାଲୁଛି ତେବେ ରାୟ ଆପଣଙ୍କ ସମର୍ଥନରେ ହିଁ ଯିବ । ନୂଆ ଗାଡି କିଣି ପାରନ୍ତି । ତେବେ ବର୍ଷ ଶେଷ ଆଡକୁ ଟିକେ ସାବଧାନ ରୁହନ୍ତୁ । ସେୟାର୍ ମାର୍କେଟରେ ଟଙ୍କା ଲଗାଇଲେ କ୍ଷତି ହୋଇପାରେ ।

ମିଥୁନ :
geminiଧନ ମାମଲାରେ ନୂଆ ବର୍ଷ ମିଥୁନ ରାଶିର ଲୋକମାନଙ୍କ ପାଇଁ ବହୁତ ଫଳଦାୟୀ ରହିବ । ୨୦୧୯ରେ ଖୁବ୍ ରୋଜଗାର କରିବେ ଆଉ ସଞ୍ଚୟ ମଧ୍ୟ କରିବେ । ବ୍ୟବସାୟରେ ପରିବର୍ତ୍ତନ କଲେ ଲାଭ ମଧ୍ୟ ମିଳିବ ।

କର୍କଟ :
cancer ଧନ ମାମଲାରେ ମାର୍ଚ୍ଚ, ଏପ୍ରିଲ୍ ଏବଂ ମେ ମାସ ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ବହୁତ ଶୁଭ ହେବ । ଅନେକ ବାଟରେ ଧନ ରୋଜଗାର କରିବାର ଯୋଗ ରହିଛି । ବ୍ୟବସାୟ ଏବଂ ଧନରେ ଉନ୍ନତି ହେବ । ତେବେ ଫେବ୍ରୁଆରୀରୁ ମାର୍ଚ୍ଚ ମାସର ପ୍ରଥମ ସପ୍ତାହ ମଧ୍ୟରେ ସାବଧାନ୍ ରୁହନ୍ତୁ । ଏହି ସମୟରେ ବ୍ୟବସାୟ ବା ଧନ ମାମଲାରେ ନେବାକୁ ଥିବା ନିଷ୍ପତ୍ତିରୁ ନିବୃତ ରୁହନ୍ତୁ । ମୋଟାମୋଟି ଭାବରେ ଧନ ମାମଲାରେ ୨୦୧୯ କର୍କଟ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଭଲ ରହିବ ।

ସିଂହ :
ନୂଆ ବର୍ଷରେ ଆର୍ଥିକ ସ୍ଥିତିରେ କିଛି ପରିବର୍ତ୍ତନ ହୋଇପାରେ । ଅନେକ ଚ୍ୟାଲେଞ୍ଜପୂର୍ଣ୍ଣ ପରିସ୍ଥିତିର ସାମ୍ନା କରିପାରନ୍ତି । ଫ୍ରେବ୍ରୁଆରୀ , ମାର୍ଚ୍ଚ ଏବଂ ଏପ୍ରିଲରେ କ୍ଷତି ହୋଇପାରେ । କିନ୍ତୁ ନୂଆ ବର୍ଷର ଆରମ୍ଭ ଅନେକ ଶୁଭ ରହିବ । ମେ ମାସରେ ଆର୍ଥିକ ସ୍ଥିତି ବହୁତ ଭଲ ରହିବ ।

ତେବେ ସବୁଠାରୁ ଅଧିକ ଧନ ଲାଭ ଏବଂ ସଂଚୟ ଜୁନ୍, ସେପ୍ଟେମ୍ବର ଏବଂ ଡିସେମ୍ବରରେ ହେବ । କୌଣସି ପ୍ରକାର ମାମଲା କୋର୍ଟରେ ଚାଲୁଥିଲେ ରାୟ ଆପଣଙ୍କ ସପକ୍ଷରେ ହିଁ ଯିବ । ନୂଆ ଗାଡି କିଣିପାରନ୍ତି ।

କନ୍ୟା :
kanyaଆର୍ଥିକ ସ୍ଥିତି ନୂଆ ବର୍ଷରେ କନ୍ୟା ରାଶିର ବ୍ୟକ୍ତିମାନଙ୍କ ପାଇଁ ସାମାନ୍ୟ ରହିବ । ନୂଆ ବର୍ଷର ପ୍ରଥମ ତିନି ମାସ ଏବଂ ଜୁନ୍, ଅକ୍ଟୋବରରେ ଟଙ୍କା ରୋଜଗାର କରିବାର ଅନେକ ଅବସର ମିଳିବ । କିନ୍ତୁ ଖର୍ଚ୍ଚ ବି ସେମିତି ଅଧିକ ହେବ । ତେବେ ଅଗଷ୍ଟ ଏବଂ ସେପ୍ଟେମ୍ବରରେ ଆର୍ଥିକ କ୍ଷତି ସହିପାରନ୍ତି । ଟଙ୍କା ପଇସା ନେଣଦେଣରେ ସାବଧାନ୍ ରହିବେ ।

ତୁଳା :
Libraତୁଳା ରାଶିର ଲୋକମାନେ ଯେତିକି ଭାବିଥିବେ ତାଠାରୁ ଅଧିକ ମିଳିବ । ୨୦୧୯ ଟଙ୍କା ପଇସା ମାମଲାରେ ଆପଣଙ୍କ ସାଥ୍ ଦେବ । ତେବେ ଧନ ମାମଲାରେ କାହା ଉପରେ ନିର୍ଭର କରନ୍ତୁ ନାହିଁ । ଜରୁରୀ ଜିନିଷ ବ୍ୟତୀତ ଅନ୍ୟ କୌଣସି ଜିନିଷ ଉପରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ । ପରିବାର ଲୋକଙ୍କ ସାହାଯ୍ୟରେ ପ୍ରପର୍ଟି କିଣି ପାରନ୍ତି ।

ବିଛା :
Scorpio୨୦୧୯ରେ ନିଜ ଆର୍ଥିକ ସ୍ଥିତିକୁ ନେଇ ଏହି ରାଶିର ବ୍ୟକ୍ତିମାନେ ଆଦୌ ଖୁସିରେ ରହିବେ ନାହିଁ । ଅନେକ ଘାତ ପ୍ରତିଘାତ ଦେଖିବେ ନୂଆ ବର୍ଷରେ । ବିଳାସପୂର୍ଣ୍ଣ ଜିନିଷ କିଣିବାରେ ଟଙ୍କା ଖର୍ଚ୍ଚ କରନ୍ତୁ ନାହିଁ । ମାର୍ଚ୍ଚ ଏବଂ ଏପ୍ରିଲ୍ ମାସରେ ଆର୍ଥିକ ସ୍ଥିତି ଭଲ ରହିବ । ତେବେ ପ୍ରପର୍ଟି ସମ୍ବନ୍ଧୀୟ ସମସ୍ୟା ଲାଗି ରହିବ । ବେଆଇନ୍ ଭାବେ ଟଙ୍କା ଆୟ କରିବା ଭାରି ପଡିପାରେ । ମାନ, ସମ୍ମାନ ଏବଂ ପ୍ରତିଷ୍ଠା ଖରାପ ହୋଇପାରେ ।

ଧନୁ :
dhanuଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ୨୦୧୯ ବହୁତ ଭଲ ରହିବ । ନୂଆ ବର୍ଷରେ ଧନ ଲାଭ ତ ହେବ ହେଲେ ଖର୍ଚ୍ଚ ବି ବଢିବ । ପରିଶ୍ରମରେ କରିଥିବା କାର‌୍ୟ୍ୟରେ ଭୁରପୁର ଫଳ ପାଇବେ । ଜାନୁଆରୀ, ଫେବ୍ରୁଆରୀ, ମେ ଏବଂ ଅକ୍ଟୋବରରେ ଟଙ୍କା ରୋଜଗାର କରିବାର ଅନେକ ଅବସର ମିଳିବ । ଆଉ ଏହି ଅବସର ହିଁ ଆପଣଙ୍କ ଆର୍ଥିକ ସ୍ଥିତିକୁ ମଜଭୂତ କରିବା ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ବ୍ୟବସାୟୀମାନଙ୍କର ବ୍ୟବସାୟରେ ଖୁବ୍ ଲାଭ ହେବ । ନୂଆ ବର୍ଷରେ ନୂଆ ଗାଡି କିମ୍ବା ନୂଆ ଇଲେକ୍ଟ୍ରୋନିକ୍ ସାମଗ୍ରୀ କିଣି ପାରନ୍ତି ।

ମକର :
makarମକର ରାଶିର ଲୋକମାନେ ନୂଆ ବର୍ଷରେ ଧନ ତ ଅଧିକ ଆୟ କରିବେ ହେଲେ ତା ସହ ଖର୍ଚ୍ଚ ବି ଅଧିକ କରିବ । ୨୦୧୯ରେ ଆର୍ଥିକ ସ୍ଥିତି ମଜଭୂତ ରହିବ । ହେଲେ ଏହାର ପୁରା ଫଳ ପାଇବାକୁ ହେଲେ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡିବ । ବର୍ଷର ପ୍ରଥମ କିଛି ମାସ ଖୁବ୍ ଭଲ ରହିବ ଆପଣଙ୍କ ଆର୍ଥିକ ସ୍ଥିତି । ତେବେ ପ୍ରପର୍ଟି ସମ୍ବନ୍ଧୀୟ ସମସ୍ୟାର ସାମ୍ନା କରିପାରନ୍ତି ।

କୁମ୍ଭ :
aquariusକୁମ୍ଭ ରାଶିର ଲୋକଙ୍କ ପାଇଁ ୨୦୧୯ ଖୁବ୍ ଶୁଭ ହେବ । ଟଙ୍କା ଆୟ କରିବାର ଏକାଧିକ ଅବସର ମିଳିବ । ଅଧିକ ଆୟ ସହ ସଞ୍ଚୟ ମଧ୍ୟ କରିବେ । ଆର୍ଥିକ ମାମଲାରେ ସବୁଠାରୁ ଭଲରେ କଟିବ ଜାନୁଆରୀ, ମାର୍ଚ୍ଚ, ଏପ୍ରିଲ୍ ଏବଂ ନଭେମ୍ବର ମାସ । ଏହି ମାସରେ ବିଭିନ୍ନ ବାଟରେ ଟଙ୍କା ଆୟ କରିପାରିବେ । ମୋଟାମୋଟି ଭାବରେ ପୁରା ବର୍ଷଟି ଭଲରେ କଟିବ ।

ମୀନ :

minaଆର୍ଥିକ ମାମଲାରେ ଏହି ରାଶିର ବ୍ୟକ୍ତିମାନେ ସାବଧାନ ରହିବା ଉଚିତ୍ । ନୂଆ ବର୍ଷ ଆପଣଙ୍କ ପାଇଁ ଅନେକ ଚ୍ୟାଲେଞ୍ଜ ନେଇ ଆସିବ । ଖର୍ଚ୍ଚ କରିବା ପୂର୍ବରୁ ଭାବି ଚିନ୍ତି ଖର୍ଚ୍ଚ କରନ୍ତୁ । ଫେବ୍ରୁଆରୀ ଏବଂ ଡିସେମ୍ବର ମାସରେ ଧନ ଲାଭ ହେବ । ତେବେ ଅଗଷ୍ଟ ଏବଂ ନଭେମ୍ବର ମାସ କ୍ଷତିକାରକ ହୋଇପାରେ । ଟଙ୍କା ପଇସା ମାମଲାରେ କାହା ଉପରେ ବିଶ୍ବାସ କରନ୍ତୁ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.