ଆଇନଷ୍ଟାଇନ କାହିଁକି ଭୟ କରୁଥିଲେ ନିକୋଲା ଟେସ୍ଲାଙ୍କ ରହସ୍ୟକୁ ଜାଣନ୍ତୁ

ସେ କୁହନ୍ତି ଯଦି ଜୀବନ ଏବଂ ବ୍ରହ୍ମାଣ୍ଡ କୁ ଜାଣିବାକୁ ଅଛି ତେବେ ଭାଇବ୍ରେଶନ ଏବଂ ଏନର୍ଜି କୁ ବୁଝିବାକୁ ହେବ । କେମିତି ଦେଖୁଥିଲେ ସେ ଦୁନିଆଁ କୁ ନିଜ ନଜର ରେ ଜାଣିଲେ ଆଶ୍ଚର୍ୟ୍ଯ ହେବେ ଆପଣ । ଏକା ଥରେ ୧୨ ଟି ଭାଷା ରେ କଥା ହେବା ଯଦିଓ ସହଜ ନୁହେଁ। କିନ୍ତୁ ଆଜିବି ଆମ ଦୁନିଆଁ ରେ ଏଭଳି ଲୋକ ଅଛନ୍ତି ଯିଏ ୮ ରୁ ୯ ଟି ଭାଷା ଜାଣିଛନ୍ତି। ନିକୋଲା ଟେସ୍ଲା ଏଭଳି ଜଣେ ମଣିଷ ଥିଲେ ଯିଏ ୧୨ ଟି ଭାଷା ରେ କଥା ହେଉଥିଲେ। ଯେଉଁ ସବୁ ମୋଟର ଆପଣ ଆପଣଙ୍କ ଜୀବନ କାଳ ରେ ଦେଖୁଛନ୍ତି କି ଶୁଣିଛନ୍ତି ତାର ଆବିଷ୍କାର ନିକୋଲା ଟେସ୍ଲା ହିଁ କରିଛନ୍ତି । ବିଜୁଳୀ ହେଉ କି ଆପଣ ଘରେ ଚାଲିଥିବା ପାଣି ମୋଟର ସବୁ ତାଙ୍କର ଆବିଷ୍କାର।

୭ଜାନୁୟାରୀ ୧୯୪୩ ରେ ନ୍ୟୁୟର୍କ ରେ ଏକ ହୋଟେଲ୍ ରେ ତେସଲା ଙ୍କ ମୃତ ଦେହ ମିଳିଲା । ଜାଣିଛନ୍ତି ନିକୋଲା ୯ବର୍ଷ ହେଲା ଏହି ହୋଟେଲ୍ ରେ ରହୁଥିଲେ। ଶେଷ ସମୟ ବେଳକୁ ତାଙ୍କ ପାଖରେ ଟଙ୍କା ଟିଏ ନଥିଲା । ସେ ବର୍ଷ ବର୍ଷ ଧରି କ୍ଷୀର ବିସ୍କୁଟ ଖାଇ ରହୁଥିଲେ। ତାଙ୍କ ଖଦ୍ୟରୁ କିଛି ବିସ୍କୁଟ ପ୍ରତ୍ୟେକ ଦିନ ପକ୍ଷୀ ଙ୍କୁ ଖାଈବାକୁ ଦେଉଥିଲେ । ଏବେ ଆପଣ ଭାବୁଥିବେ ଟେଶଲା ଙ୍କ ପାଖରେ ପଇସା କାହିଁକି ନଥିଲା। ସେ ଏକା କାହିଁକି ହୋଇଗଲେ ଶେଷ ସମୟରେ।

ଟେସ୍ଲାଙ୍କ ଏକ ଇଲେକ୍ଟ୍ରି କାର କମ୍ପାନୀ ଥିଲା । ଯେଉଁ ଇଲେକ୍ଟ୍ରି ଭେଇକିଲ ଆଜି ଆପଣ କିଣିବା ପାଇଁ ଚିନ୍ତା କରୁଛନ୍ତି ସେଭଳି କମ୍ପାନୀ ର ପ୍ରଥମ କମ୍ପାନୀ ନିକୋଲା ଟେସ୍ଲା ଖୋଲିଥିଲେ । ତଥାପି ସେ ବୃଦ୍ଧ ଅଵସ୍ଥା ରେ ଏକା କାହିଁକି ହୋଇଗଲେ ଜାଣିବାକୁ ହେଲେ ତାଙ୍କ ବିଷୟରେ ସମ୍ପୂର୍ଣ ଜାଣିବାକୁ ହେବ ।

୧୦ ଜୁଲାଇ ୧୮୫୬ ମସିହାରେ କ୍ରୋଷିଆ ରେ ଜନ୍ମ ନେଇଥିଲେ ଟେସଲା । ବାପା ଚର୍ଚ୍ଚରେ ଜଣେ ପୂଜାରୀ ଥିଲେ ଆଉ ମାଆ ବିଲ ରେ କାମ କରୁଥିଲେ। ଯେତେବେଳେ ନିକୋଲା ୭ ବର୍ଷର ଥିଲେ ତାଙ୍କ ଆଖି ସାମ୍ନା ରେ ତାଙ୍କ ବଡ ଭାଈ ଙ୍କ ର ଘୋଡ଼ା ରୁ ପଡି ମୃତ୍ୟୁ ହେଲା। ଯାହା ତାଙ୍କୁ ଧକ୍କା ଦେଇଥିଲା। ପଠାରେ ସବୁବେଳେ ଆଗରେ ରହୁଥିଲେ ଟେସଲା। ସେଥିପାଇଁ ଗୋଟିଏ ବର୍ଷ ଆଗୁଆ ତାଙ୍କର ସ୍କୁଲ୍ ପାଠ ସରିଗଲା।

କଲେଜ୍ ରେ ପଲିଟେକ୍ନିକ୍ ରେ ପାଠ ପଢିଲେ। ଫିଜିକ୍ସ କ୍ଲାସ ରେ ନେବା ପରେ ତାଙ୍କ ଜୀବନ ବଦଳି ଗଲା। ସେଠାରେ ପ୍ରଫେସର୍ ପଢ଼ାଉଥିଲେ DC ଇଁଭେନସନ୍ ବା ଡାଇରେକ୍ଟ କରେଣ୍ଟ । ହେଲେ ତେଶଲା ପ୍ରଫେସର୍ ଙ୍କୁ କ୍ଲାସ ରେ କହିଥିଲେ AC ବା ଅଲ୍ଟରନେତିଭ କରେଣ୍ଟ ରେ ମୋଟର ଚାଲି ପାରିବ । ଏମିତି ଯୁକ୍ତି ଭିତରେ ବିରକ୍ତ ହୋଇ କଲେଜ୍ ଅଧାରୁ ଛାଡ଼ିଦେଲେ ଟେସ୍ଲା । ସେ ଟେଲିକମ୍ କମ୍ପାନୀ ରେ କାମ କଲେ। ତାଙ୍କ କାମ ଥିଲା ଟେଲିଫୋନ ଖୁଣ୍ଟ ରେ ଚଢ଼ି ଲାଇନ୍ ସଜାଡ଼ିବା। ହେଲେ ମନେ ମନେ ସ୍ଥିର କରିଥିଲେ AC ମାନେ ଅଲ୍ଟରନେତିଭ କରେଣ୍ଟ କୁ ନେଇ କାମ କରିବା। ପାଠ ଅଧାରୁ ଛାଡ଼ି ମାତିଲେ ନିଜ ଲକ୍ଷ ପୂରଣ କରିବାରେ।

ଦିନେ ଟେସ୍ଲା ଚିନ୍ତା କଲେ ରୋଟେଟିଂ ମାଗ୍ନେଟିକ ଫିଲ୍ଡ ରେ କାମ କରିବେ। ସେହି ସମୟରେ ଆମେରିକା ରେ ଧନୀ ଶ୍ରେଣୀର ଲୋକଙ୍କ ଘରେ DC କରେଣ୍ଟ ରେ ଲାଇଟ୍ ଜଳୁଥିଲା। ଆଦିସନ୍ DC କରେଣ୍ଟ ବିକି ଖୁବ୍ ଟଙ୍କା ରୋଜଗାର କରୁଥିଲେ। ଟେସ୍ଲା ଏକ AC ମୋଟର ପ୍ରସ୍ତୁତ କରି ଆଡ଼ିସନ୍ ଙ୍କୁ ବିକ୍ରି କରିବାକୁ ଚାହିଁଲେ ହେଲେ ଆଡିସନ୍ ମନା କଲେ। ତାପରେ ଟେସ୍ଲା ଆଡିସନ ଙ୍କ କମ୍ପାନୀ ରେ ତାଙ୍କ ମୋଟର ସବୁ ରି ଡିଜାଇନ୍ କଲେ। ହେଲେ ଆଡ଼ିସନ ତାଙ୍କ କାମ ହୋଇଯିବା ପରେ ତେଷ୍କା ଙ୍କୁ କଂପାନୀ ରୁ ବାହାର କରିଦେଲେ ।

ପରେ ନ୍ୟୁଜାର୍ଶି ରେ ଲାଇଟ୍ କୁ ନେଇ ଏକ କମ୍ପାନୀ ଠିଆ ହୋଇଥିଲା । ସେମାନେ ଟେସ୍ଲାଙ୍କୁ ତାଙ୍କ ଲାଇଟନିଂ କମ୍ପାନୀ ର ପ୍ରୋଜେକ୍ଟ ରେ କାମ କରିବାକୁ କହିଲେ । ଟେସଲା ସେହି କମ୍ପାନୀ ରେ ଆଠଟି ପୋଲ ରେ ଲାଇଟ୍ ଜଳାଇ ଦୁନିଆଁ କୁ ଏକ ନୂଆ ପରିଚୟ ଦେଲେ। ତଥାପି ସେ ନିଜ ମେସିନ୍ ତିଆରି କରିବାରେ ଏତେ ବ୍ୟସ୍ତ ରହୁଥିଲେ ଯେ, ସେ ନିଜ ସବୁ ରୋଜଗାର ସେଇଥିରେ ଲଗାଇ ଦେଉଥିଲେ। ଏମିତି କି କମ୍ପାନୀ ଯିବାକୁ ଭୁଲି ଯାଉଥିଲେ। ପରେ ସେ ରାସ୍ତା ରେ ଗାତ ଖୋଲିବା କାମ ରେ ଲାଗିଲେ । ଏଠି କାମ କରିବା ସମୟରେ ସେ ନିଜ AC ସର୍କିଟ ଆବିଷ୍କାର କୁ ନିଜ ମାଲିକ କୁ ଦେଖାଇଲେ। ସେଥିରେ ମାଲିକ ଖୁସି ହୋଇ ତାଙ୍କୁ କମ୍ପାନୀ ର ପାର୍ଟନର କରିଦେଲେ । ସେହିଠାରୁ କମ୍ପାନୀ ର ନାଁ ହେଲା Tesla Electric Company.

୧୫ ବର୍ଷ ଭିତରେ ଅନେକ ନୂଆ ନୂଆ ଆବିଷ୍କାର କରି ଦୁନିଆଁ କୁ ଚାମକାଇ ଦେଲେ ଟେସ୍ଲା। ସେ ଦୁନିଆଁ କୁ ବିଶ୍ବାସ ଦେଲେ ଇଲେକ୍ଟ୍ରିସିଟି ରେ କେବଳ ଲାଇଟ୍ ଜଳି ବନି, ବରଂ ଫ୍ୟାନ, ଫ୍ୟାକ୍ଟ୍ରି ରେ ବ୍ୟବହାର ମେସିନ୍, ବିଭିନ୍ନ ପ୍ରକାର ମେସିନ୍ ର କାମ ରେ ଆସିବ। ତା ପରେ ସେହି କାମ ରେ ଲାଗିଲେ ଟେସ୍ଲା । ଆଜି ଆପଣ ଘରେ AC ମୋଟର କରେଣ୍ଟ ଡିଜାଇନ୍ ରେ କରେଣ୍ଟ ଆସୁଛି ଯାହା tesla ଙ୍କ ଆବିଷ୍କାର। ସେତିକି ନୁହେଁ AC କରେଣ୍ଟ କୁ କେମିତି ବିନା ତାର ରେ ଜଳା ଯିବ ସେନେଇ କାମ କଲେ ଟେସ୍ଲା। ସେଥିରେ ସଫଳ ମଧ୍ଯ ହେଲେ।

ନିଜ କାମରେ ଏତେ ବିଜି ରହୁଥିଲେଟେସ୍ଲା ଯେ, ନିଜ କାମ କୁ ଲୋକଙ୍କ ସାମ୍ନା କୁ ଆଣିବାକୁ ସମୟ ପାଉ ନଥିଲେ। ତାଙ୍କ ଟେକ୍ନିକ ଅନ୍ୟମାନେ ବ୍ୟବହାର କରି କୋଟି କୋଟି ରୋଜଗାର କରୁଥିଲେ ଆଉ ଟେସ୍ଲା ନୂଆ ନୂଆ ଆବିଷ୍କାର ରେ ବ୍ୟସ୍ତ ରହୁଥିଲେ। ନିବେଲ୍ ବିଜେତା ଗୁଗ୍ ଲିଲମୋ ମର୍କୋନି ରେଡ଼ିଓ ଆବିଷ୍କାର କରିଥିବା ଆପଣ ଜାଣିଛନ୍ତି ହେଲେ ଅସଲ କଥା ହେଲା ତା ଭିତରେ ଯେଉଁ ଟେକ୍ନିକ୍ ଲାଗିଛି ସେସବୁ ନିକୋଲା ଙ୍କ ଆବିଷ୍କାର। ଟେଷ୍କଲା କେବେ ନିଜ କାମ କୁ ଦେଖେଇ ନାହାଁନ୍ତି ଯାହା ଫଳରେ, ସେ ବଞ୍ଚିଥିବା ସମୟ ରେ ତାଙ୍କ ଆବିଷ୍କାର କୁ ନେଇ ଚର୍ଚ୍ଚା ହୋଇ ନଥିଲା । ୮୬ ବର୍ଷ ବୟସ ରେ ଅତି ଗରିବ ଅବସ୍ଥା ରେ ତାଙ୍କର ମୃତ୍ୟୁ ହେଲା । ଏତେ ବ୍ରିଲିୟାଣ୍ଟ ଥିଲେ ତଥାପି ଜୀବନ ର ଶେଷ ସମୟ ରେ ଅସହାୟ ରହିଗଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.