ଏଠି ହୁଏ ନିଆଁ ପେଣ୍ଡୁରେ ଖେଳ

ରେଢ଼ାଖୋଲ (କେନ୍ୟୁଜ) : ପାଳନ ହୋଇଆସୁଛି ଦୀର୍ଘ ୪୦ ବର୍ଷ । ଫୁଟବଲ୍‌ ଖେଳ ଭଳି ଲାଗୁଥିବା ଏ ଖେଳର ନାଁ ହେଉଛି ଅଗ୍ନି ପେଣ୍ଡୁ ଖେଳ । ଯେଉଁଥିରେ ପେଣ୍ଡୁରେ ଲାଗିଥାଏ ନିଆଁ । ସୁତୁଲି , ଅଖା ବସ୍ତାରେ ତିଆରି ଏକ ଫୁଟବଲକୁ ନିଆଁ ଲଗାଇ ଫୁଟବଲ ଖେଳର ତରିକାରେ ଖେଳାଯାଏ ପଡିଆରେ ।

ଏହି ଖେଳଟି ସମ୍ପୁର୍ଣ ଫୁଟବଲ ଖେଳ ଠୁ ଅଲଗା , କୌତୁହଳ ଓ ନିଆରା । ସାଧାରଣ ଫୁଟବଲ ଯାଗାରେ ଏଠାରେ ରହିଛି ସ୍ବତନ୍ତ୍ର ପଦ୍ଧତିରେ ତିଆରି ହୋଇଥିବା ଫୁଟବଲ । ଦିପାବଳୀ ସଂଧ୍ୟାରେ ରେଢାଖୋଲର ଯଦୁମଣିପାଟଣାରେ ଖେଳନ୍ତି ଏହି ଅଗ୍ନିପେଣ୍ଡୁ ଖେଳ । ସ୍ଥାନୀୟ ଭୀମଭୋଇ ମିନିଷ୍ଟାଡିୟମରେ ଦୀପାବଳି ସଂଧ୍ୟାରେ ଯିଏ ଯେଉଁଠି ଥିଲେ ମଧ୍ୟ ଏହି ସମୟରେ ପହଂଚି ଯାଆନ୍ତି ସମସ୍ତେ । ସାହି ମୁଖୁଆ ଅଗ୍ନିପେଣ୍ଡୁକୁ ପଡିଆ ମଝିରେ ରଖି ପୂଜାର୍ଚ୍ଚନା କଲାପରେ ପେଣ୍ଡୁରେ ନିଆଁ ଲଗାଇଥାନ୍ତି । ତାପରେ ପେଣ୍ଡୁକୁ ଖେଳାଳିମାନଙ୍କୁ ଦେଇଥାନ୍ତି । ପୂର୍ବରୁ ତାଲିମ ନେଇଥିବା ଛୋଟ ପିଲା ଠୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଖେଳ ଖେଳିଥାନ୍ତି । ଖେଳିବା ବେଳେ ସମ୍ପୂର୍ଣ୍ଣ ସତର୍କତା ଅବଲମ୍ବନ କରାଯାଏ, ପଡିଆରେ ବାଲି,ପାଣି,କମ୍ବଳ , ଔଷଧ ରଖାଯାଇଛି ବୋଲି ଖେଳାଳି କହନ୍ତି । ନିଆଁ ଦାଉରୁ ନିଜକୁ ରକ୍ଷାକରିବା ଓ ନିଆଁର ଭୟ ମନର ଯିବା ପାଇଁ ଏହା ଖେଳା ଯାଉଛି ।

ଆଜିକୁ ୪୦ବର୍ଷ ହେବ ଏହି ପରମ୍ପରା ଚାଲିଛି । ଦୀପାବଳିର ଦିନ ପୂର୍ବରୁ ଅଖାବସ୍ତା କୁ ସୁତୁଲିରେ ବନ୍ଧାଯାଏ । ବଲଟି ପ୍ରସ୍ତୁତ ହେଲାପରେ କିରୋସିନିରେ ବୁଡାଇ ରଖାଯାଏ । ଦିପାବଳୀ ସଂଧ୍ୟାରେ ପଡ଼ିଆରେ ପୂଜା କରାଯାଇ ଖେଳାଯାଏ । ଏହି ଖେଳ ଖେଳିବା ପାଇଁ ବର୍ଷସାରା ଅପେ କ୍ଷାରେ ଥାନ୍ତି ଖେଳାଳି , ଠିକ ସେମିତି ଦର୍ଶକ ମଧ୍ୟ ପଡିଆରେ ଦେଖିବା ପାଇଁ ଅପକ୍ଷା କରିଥାନ୍ତି ଦିପାବଳୀରେ ଅଗ୍ନିପେଣ୍ଡୁ ଖେଳ ଦେଖିବାକୁ ବିଭିନ୍ନ ଅଂଚଳରୁ ଦର୍ଶକ ଆସନ୍ତି ଭାଇଚାରରେ ଏହିଖେଳ ଦେଖିବାରେ କୌତୁହଳ ରହିଛି ଗୋଲ ହେଲେ ମଜା ଲାଗେ ଆଜି ପର୍ଯ୍ୟନ୍ତ କୌଣସି ଅଘଟଣ ଘଟିନାହିଁ ଖେଳର ନିତି ନିୟମ ମାନି ଛୋଟରୁ ବଡ ସମସ୍ତେ ଖେଳନ୍ତି । ବଲ ଉପରକୁ ଉଠିବ ନାହିଁ , ଦେହକୁ ବାଜିବ ନାହିଁ, ଯଦୁମିଣି ପାଟଣା ସ୍ଥିତ ମିନିଷ୍ଟାଡିୟମରେ ଏହି ଖେଳ ହୋଇଥାଏ । ଛୋଟପିଲା ମଧ୍ୟ ନିଜର ସାହାସ ପାଇଁ ଏହି ଖେଳର ମଜା ନେଇଥାନ୍ତି । ଆଜି ପର୍ଯ୍ୟନ୍ତ କୌଣସି ଅଘଟଣ ହୋଇନି ବୋଲି କୁହନ୍ତି ଖେଳାଳି ଓ ଛୋଟପିଲାମାନେ ।

Leave A Reply

Your email address will not be published.