୨୦୨୩ରେ ଆକାଶରୁ ବର୍ଷିବ ନିଆଁ; ହେବ ତୃତୀୟ ବିଶ୍ୱଯୁଦ୍ଧ! ନୋଷ୍ଟ୍ରାଦମସ୍‌ଙ୍କ ୬ ଭୟଙ୍କର ଭବିଷ୍ୟବାଣୀକୁ ନେଇ ଲୋକେ ଥରହର

ବର୍ଷ ୨୦୨୨ ଶେଷ ହେବାକୁ ଆଉ ମାତ୍ର ଗୋଟିଏ ମାସ ବାକି। ଏହାରି ଭିତରେ ପୁଣି ଆଗାମୀ ବର୍ଷ ୨୦୨୩କୁ ନେଇ କରାଯାଇଥିବା ଭବିଷ୍ୟବାଣୀଗୁଡ଼ିକ ଚର୍ଚ୍ଚାକୁ ଆସିଛି। ଫ୍ରାନ୍ସର ଭବିଷ୍ୟବକ୍ତା ନୋଷ୍ଟ୍ରାଦମସ୍‌ ୨୦୨୩ ବର୍ଷ ପାଇଁ ୬ଟି ବଡ଼ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେଥି ମଧ୍ୟରେ ଆକାଶରୁ ନିଅାଁ ବର୍ଷା, ତୃତୀୟ ବିଶ୍ୱଯୁଦ୍ଧ, ଗ୍ଲୋବାଲ ଓ୍ଵାର୍ମିଂ ସଙ୍କଟ ଭଳି କେତେକ ଭୟଙ୍କର ଭବିଷ୍ୟବାଣୀ ସାମିଲ ଅଛି। କହି ରଖୁଛୁ, ପୂର୍ବରୁ ନୋଷ୍ଟ୍ରାଦମସ୍‌ଙ୍କର କେତେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇସାରିଛି, ଯେପରି ଜର୍ମାନୀରେ ହିଟଲର ଶାସନ, ୯/୧୧ ଆତଙ୍କୀ ଆକ୍ରମଣ ଇତ୍ୟାଦି। ଏହି କାରଣରୁ ଆଗାମୀ ବର୍ଷର ଭବିଷ୍ୟବାଣୀଗୁଡ଼ିକୁ ନେଇ ଲୋକଙ୍କ ମନରେ ଏକ ପ୍ରକାର ଭୟ ସଞ୍ଚାର ହୋଇଛି।

ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ, ବର୍ଷ ୨୦୨୩ରେ ଆର୍ଥିକ ସଙ୍କଟ ଜଟିଳ ହୋଇପାରେ ଏବଂ ସ୍ଥିତି ଅଧିକ ଖରାପ ହୋଇପାରେ। ନୋଷ୍ଟ୍ରାଦମସ୍‌ ଲେଖିଥିଲେ, ‘ଗହମ ଏତେ ଉପରକୁ ଉଠିବ ଯେ ମଣିଷ ଜଣେ ଜଣଙ୍କୁ ଖାଇଯିବେ’। ଏହି ଭବିଷ୍ୟବାଣୀକୁ ଲୋକେ ରୁଷ୍‌-ୟୁକ୍ରେନ ଯୁଦ୍ଧ ପରେ ସାରା ବିଶ୍ୱରେ ଦେଖାଦେଇଥିବା ଗହମ ସଙ୍କଟ ସହ ଯୋଡ଼ି ଦେଖୁଛନ୍ତି।

୨୦୨୩ରେ ହେବ ତୃତୀୟ ବିଶ୍ୱଯୁଦ୍ଧ!

ନୋଷ୍ଟ୍ରାଦମସ୍‌ ବର୍ଷ ୨୦୨୩ରେ ଏକ ବଡ଼ ଯୁଦ୍ଧର ଭବିଷ୍ୟବାଣୀ କରିଥିଲେ। ଲୋକମାନଙ୍କର ବିଶ୍ୱାସ ରହିଛି କି, ରୁଷ୍‌-ୟୁକ୍ରେନ ଯୁଦ୍ଧ ଆଗାମୀ ସମୟରେ ବିଶ୍ୱଯୁଦ୍ଧର ରୂପ ନେଇପାରେ। ଏହାକୁ ନେଇ ନୋଷ୍ଟ୍ରାଦମସ୍‌ କହିଥିଲେ, ‘ସାତ ମାସ ଧରି ଯୁଦ୍ଧ, ଖରାପ କାମ ଯୋଗୁ ମାରିବେ ଲୋକେ’। ତାଙ୍କର ଏହି ଭବିଷ୍ୟବାଣୀକୁ ଲୋକେ ପରମାଣୁ ବୋମା ବିସ୍ଫୋରଣ ବୋଲି ମାନୁଛନ୍ତି। ଯୁଦ୍ଧକୁ ନେଇ ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ ଏକ ପ୍ରକାରେ ସତ ମଧ୍ୟ ପ୍ରମାଣିତ ହୋଇସାରିଛି।

ନୋଷ୍ଟ୍ରାଦମସ୍‌ ନିଜ ଭବିଷ୍ୟବାଣୀରେ ଲେଖିଥିଲେ, ‘ମହାନ ପରିବର୍ତ୍ତନ ହେବ, ଭୟାନକ ଭୟାବହତା ଏବଂ ପ୍ରତିଶୋଧ ଦେଖାଯିବ’। ଏହାକୁ ନେଇ ଲୋକଙ୍କ କହିବା ହେଲା ଯେ ୨୦୨୩ରେ ସେହି ଲୋକ ବି ଛିଡ଼ା ହେବେ, ଯେଉଁମାନେ ଏ ପର୍ଯ୍ୟନ୍ତ ଦମନର ଶିକାର ହୋଇ ଆସିଛନ୍ତି। ଏହାପରେ କିଛି ଦେଶରେ ବର୍ଷ ୨୦୨୩ରେ ଗୃହଯୁଦ୍ଧ ହୋଇପାରେ, କିନ୍ତୁ ଏହାକୁ ନେଇ କୌଣସି ଦେଶ ବିଷୟରେ ଉଲ୍ଲେଖ କରାଯାଇ ନାହିଁ।

ନୋଷ୍ଟ୍ରାଦମସ୍‌ ବର୍ଷ ୨୦୨୩ ପାଇଁ ମଙ୍ଗଳ ଗ୍ରହକୁ ନେଇ ମଧ୍ୟ ଭବିଷ୍ୟବାଣୀ କରିଥିଲେ ଏବଂ କହିଥିଲେ କି, ମଣିଷଙ୍କୁ ମଙ୍ଗଳରେ ପହଞ୍ଚାଇବା ସହ ଜଡ଼ିତ ମିଶନରେ ବଡ଼ ସଫଳତା ମିଳିପାରେ। ନୋଷ୍ଟ୍ରାଦମସ୍‌ ଲେଖିଥିଲେ, ‘ମଙ୍ଗଳ ଉପରେ ଆଲୋକ ଖସୁଛି’। ଏହାକୁ ଲୋକେ ମଙ୍ଗଳ ଗ୍ରହରେ ମଣିଷ ପହଞ୍ଚିବା ସହିତ ଯୋଡ଼ୁଛନ୍ତି।

ନୋଷ୍ଟ୍ରାଦମସ୍‌ଙ୍କ ମୃତ୍ୟୁ ଆଜକୁ ପାଖାପାଖି ୪୫୦ ବର୍ଷ ପୂର୍ବେ ହୋଇଥିଲା। ସେ ନିଜ ଜୀବନରେ ୬,୩୩୮ ଭବିଷ୍ୟବାଣୀ କରିଛନ୍ତି। କୁହାଯାଉଛି ଯେ ସେଥି ମଧ୍ୟରୁ ୭୦ ପ୍ରତିଶତ ଭବିଷ୍ୟବାଣୀ ଏ ପର୍ଯ୍ୟନ୍ତ ପୂରା ହୋଇସାରିଛି। କହି ରଖୁଛୁ, ବର୍ଷ ୨୦୨୦ରେ କରୋନା ମହାମାରୀ ଆସିବା ନେଇ ମଧ୍ୟ ନୋଷ୍ଟ୍ରାଦମସ୍‌ ଭବିଷ୍ୟବାଣୀ କରିଥିଲେ। ନୋଷ୍ଟ୍ରାଦମସ୍‌ଙ୍କ ଭବିଷ୍ୟବାଣୀ ଅନୁସାରେ, ତୃତୀୟ ବିଶ୍ୱଯୁଦ୍ଧ ପାଖାପାଖି ୭ ମାସ ଧରି ଚାଲିବ ଏବଂ ଏହି ସମୟରେ କୋଟି କୋଟି ଲୋକ ମରିଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.