ରାସ୍ତାରେ ଚାଲୁଥିବା ବେଳେ ହଠାତ୍ ବ୍ୟକ୍ତିଙ୍କ ସହ ଘଟିଲା ଏହି ଘଟଣା, ଭୟଭୀତ ହୋଇପଡ଼ିଲେ ଲୋକେ, ଭିଡିଓ ଭାଇରାଲ

ରାସ୍ତା ମଝିରେ ଲୋକେ ସେହି ସମୟରେ ହଠାତ୍ ଡରି ଯାଇଥିଲେ, ଯେତେବେଳେ ଜଣେ ବ୍ୟକ୍ତିଙ୍କ ବ୍ୟାଗ୍ ଭିତରୁ ଅଚାନକ୍ ନିଅାଁ ହୁଳା ବାହାରି ଆସିଥିଲା। ପ୍ରକୃତ ଘଟଣା ହେଲା, ଚୀନର ଜଣେ ବ୍ୟକ୍ତି ବ୍ୟାଗ୍ରେ ମୋବାଇଲ୍ ଫୋନ ରଖିଥିବା ବେଳେ ହଠାତ୍ ତାହା ଫାଟି ଯାଇଥିଲା। ଏବେ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
୫୧ ସେକେଣ୍ଡର ଏହି ଭିଡିଓକୁ ସାଉଥ୍ ଚାଇନା ମର୍ନିଂ ପୋଷ୍ଟ ଟ୍ଵିଟରରେ ଶେୟାର କରିବା ପରେ ଇଣ୍ଟରନେଟରେ ଛାଇ ଯାଇଛି। କେହି କେହି ଏହି ଭିଡିଓକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଉଥିବା ବେଳେ ଆଉ କେହି ଭୟଭୀତ ହୋଇପଡ଼ୁଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି କି, ବ୍ୟକ୍ତି ଜଣକ ଏକ ଯୁବତୀଙ୍କ ସହ ରାସ୍ତାରେ ଚାଲିକି ଯାଉଥିବା ବେଳେ ହଠାତ୍ ଏହି ଘଟଣା ଘଟୁଛି।
ବ୍ୟାଗ୍ଟିକୁ ବ୍ୟକ୍ତି ଜଣକ ନିଜ ପିଠି ଉପରେ ପକାଇଥିଲେ। ଯେତେବେଳେ ଫୋନଟି ଫାଟିଥିଲା, ତ ବ୍ୟକ୍ତି ଭୟଭୀତ ହୋଇପଡ଼ି ବ୍ୟାଗ୍କୁ ତଳେ ଫିଙ୍ଗି ଦେଇଥିଲେ। ସେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ପାଇଥିଲେ, କିନ୍ତୁ ଜାଣିପାରି ନ ଥିଲେ କି, କେଉଁଠୁ ଏହି ଶବ୍ଦ ଆସୁଛି। ଏହାର କିଛି ସମୟ ପରେ ହିଁ ତାଙ୍କରି ବ୍ୟାଗ୍ରୁ ବିସ୍ଫୋରଣର ନିଅାଁ ପଦାକୁ ବାହାରି ଆସିଥିଲା।
This is the shocking moment a phone catches fire inside a man’s bag in China. pic.twitter.com/4C5zz8Ov6t
— SCMP News (@SCMPNews) April 20, 2021