ନୂଆଦିଲ୍ଲୀ : ଆମେରିକା ଓ କାନଡା ବୈଜ୍ଞାନିକ ଏମିତି କରି ଦେଖାଇଲେ ଯାହା କେବେ ବି ହୋଇ ନଥିଲା । ସେମାନେ ଜନ୍ମ ପୂର୍ବରୁ ମା’ ପେଟରେ ଥିବା ଏକ ଶିଶୁର ବିରଳ ଜେନେଟିକ ରୋଗକୁ ଚିକିତ୍ସା ମାଧ୍ୟମରେ ସଜାଡି ଦେଇଛନ୍ତି । ଏଥିପାଇଁ ସେମାନେ ଏକ ନୂଆ କୌଶଳର ପ୍ରୟୋଗ କରିଥିଲେ । ଆୟାଲା ବଶିର ନାମକ ଯେଉଁ ଶିଶୁର ଚିକିତ୍ସା ଡାକ୍ତରମାନେ କଲେ ଏହା ପୂର୍ବରୁ ତା’ର ଦୁଇ ଭଉଣୀ ସେହି ଜେନେଟିକ ରୋଗରେ ମୃତ୍ୟୁ ବରଣ କରିଥିଲେ । କାନଡା ଓଣ୍ଟାରିଓର ଏହି ଶିଶୁ ଏବେ ଦେଢ଼ ବର୍ଷରେ ପଦାର୍ପଣ କଲାଣି ।
ସେ ସୁସ୍ଥ ଥିବା ଜଣାଯାଇଛି । ଏହିପରି ଚିକିତ୍ସା ପାଇଥିବା ଶିଶୁ ଆୟାଲା ଦୁନିଆର ପ୍ରଥମ ଶିଶୁ । ଏହି ପରିବାର ଏପରି ଏକ ଜେନେଟିକ ରୋଗରେ ପୀଡିତ ଯାହାଙ୍କ ଶରୀରରେ ପ୍ରୋଟିନ ନିର୍ମାଣ ହୋଇ ନଥାଏ । ଯାହାଯୋଗୁ ରୋଗୀର ଜୀବନ ଚାଲିଯାଇଥାଏ । ଆୟଲାଙ୍କ ପିତା ଜାହିଦ ବଶୀର ଓ ମାତା ସୋବିଆ କ୍ୟୁରେସୀ ଏହି କାରଣରୁ ତାଙ୍କର ଦୁଇ ଝିଅ ଜଣେ ୮ ମାସ ଓ ଜଣେ ଅଢ଼େଇ ମାସରେ ମୃତ୍ୟୁ ବରଣ କରିଥିଲେ ।
ଏବେ ଶିଶୁଟି ପୁରା ସୁସ୍ଥ ଅଛି
ଆୟାଲାଙ୍କ ଚିକିତ୍ସା ପରେ ସେ ପୂର୍ଣ୍ଣ ସୁସ୍ଥ ଅଛନ୍ତି । ଡାକ୍ତର ଯେଉଁ ଟେକ୍ନିକରେ ଶିଶୁର ଚିକିତ୍ସା କଲେ ତାହା ପ୍ରଥମ ଥର ପାଇଁ ସମସ୍ତଙ୍କ ଦୃଷ୍ଟିକୁ ଆସିଛି । ଏହାର ପୁରା ରିପୋର୍ଟ ନ୍ୟୁ ଇଂଲଣ୍ଡ ଜର୍ଣ୍ଣଲ ଅଫ୍ ମେଡିସିନ ରେ ପ୍ରକାଶ ପାଇଛି । କୋଭିଡ ସମୟରେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଡାକ୍ତରଙ୍କ ସହଯୋଗ ଯୋଗୁ ଏହି ଅପରେସନ ସମ୍ଭବ ହୋଇପାରିଛି । ଏହି ଚିକିତ୍ସାରେ ଡାକ୍ତରମାନେ ଉତ୍ସାହିତ ତ ଅଛନ୍ତି, ହେଲେ ଏହାକୁ ଅନିଶ୍ଚିତ ସ୍ଥିତି ବୋଲ କହିଛନ୍ତି । ଏହି ଚିକିତ୍ସା ଯୋଗୁ ଭୃଣ ପଦ୍ଧତିରେ ଚିକିତ୍ସାର ନୂଆ ଦିଗ ଖୋଲିଯାଇଛି । ଚିକିତ୍ସକଙ୍କ କହବା ଅନୁଯାୟୀ ଏହି ପ୍ରକାର ମାମଲାରେ ଜନ୍ମ ପରେ ଶିଶୁର ଅସୁବିଧା ବଢ଼ିଯାଇଥାଏ । ତେଣୁ ଜନ୍ମ ପରେ ଚିକିତ୍ସା ଅସମ୍ଭବ ହୋଇଥାଏ ।
ଏଥି ପୂର୍ବରୁ ମଧ୍ୟ ଗର୍ଭରେ ଥିବା ଶିଶୁଙ୍କ ଚିକିତ୍ସା କରାଯାଇଛି । ଅସ୍ତ୍ରୋପଚାର ଜରିଆରେ ସ୍ପିନା ବିଫଡା ଭଳି ରୋଗର ଚିକିତ୍ସା କରାଯାଇଛି । ଏହାଛଡା ଗର୍ଭ ନଳି ମାଧ୍ୟମରେ ଶିଶୁକୁ ରକ୍ତ ମଧ୍ୟ ଦିଆଯାଇଛି । ହେଲେ ପ୍ରଥମ ଥର ପାଇଁ ଗର୍ଭରେ ବଢ଼ୁଥିବା ଶିଶୁକୁ ଔଷଧ ଦିଆଯାଇଛି । ଆମେରିକା କାଲିଫୋର୍ଣ୍ଣିଆ ବିଶ୍ୱ ବିଦ୍ୟାଳୟର ମେଡିସିନର ସହ ନିର୍ଦ୍ଦେଶକ ଓ ଶିଶୁରୋଗ ବିଶେଷଜ୍ଞ ଡା. ଟିପି ମେକେଂଜି ଏହି ଟେକ୍ନିକ ର ବିକଶିତ କରିଛନ୍ତି ।
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…
ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…
ଉଦଳା: ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…