ବିରଳ ମାଛ; ଯାହାର ରହିଛି ୫୫୫ଟି ଦାନ୍ତ, ଦିନରେ ଯେତିକି ଭାଙ୍ଗେ ସେତିକି ଉଠେ

ଦୁନିଆରେ ଅନେକ ପ୍ରକାରର ଜୀବଜନ୍ତୁ ଅଛନ୍ତି। ସ୍ଥଳ ଭାଗରେ ହେଉ କିମ୍ବା ଜଳ ଭାଗରେ । ପଶୁମାନଙ୍କ ସଂଖ୍ୟା କଦାପି ଗଣନା କରାଯାଇପାରିବ ନାହିଁ । ପ୍ରତିଦିନ କିଛି ଅଜବ ପ୍ରକାର ଜୀବଜନ୍ତୁ ଦେଖାଯାଏ । ନିକଟରେ ବୈଜ୍ଞାନିକମାନେ ଏପରି ଏକ ମାଛ ପାଇଛନ୍ତି, ଯାହାର ଦାନ୍ତ କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହି ମାଛର ନାମ ହେଉଛି ପ୍ୟାସିଫିକ ଲିଙ୍କଡ୍ । ଏପରି ମାଛ ଉତ୍ତର ପ୍ରଶାନ୍ତ ମହାସାଗରରେ ମିଳିଥାଏ । ବିଶେଷ କଥା ହେଉଛି ମାଛ ପାଟିରେ ୫୫୫ଟି ଦାନ୍ତ ଅଛି, ଯାହାର ଧାର ବ୍ଲେଡଠାରୁ ବି ତୀକ୍ଷ୍ଣ । ଯେଉଁଥିପାଇଁ ଏହି ମାଛ ପାଇଁ ଶିକାର କରିବା ସହଜ ହୋଇଯାଏ । ଥରେ ଏହି ମାଛ ଆଁରେ ଶିକାର ଫଶିଗଲେ ଆଉ ସେ ବାହାରି ପାରେନି । ତେବେ ଚାଲନ୍ତୁ ଜାଣିବା ଏହି ମାଛର ଏତେ ଦାନ୍ତ କେମିତି, କେଉଁଠି ଏହି ମାଛ ଦେଖାଯାଏ ଓ ମଣିଷ ପାଇଁ ଏହା କ୍ଷତିକାରକ କି ନାହିଁ ।

ସମସ୍ତେ ଜାଣନ୍ତି ମଣିଷର ୩୨ଟି ଦାନ୍ତ ଥାଏ, ତେଣୁ ହୁଏତ ମାଛର ସେହି ପାଖାପାଖି ଦାନ୍ତ ଥାଇପାରେ ବୋଲି ଆପଣ ଅନୁମାନ କରୁଥିବେ । ହେଲେ ଏମିତି ବି ଗୋଟିଏ ମାଛ ଅଛି, ଯାହାର ୫୫୫ଟି ଦାନ୍ତ । ଅଧ୍ୟୟନରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ପ୍ରତିଦିନ ଏହି ମାଛର ପ୍ରାୟ କୋଡ଼ିଏ ଦାନ୍ତ ଭାଙ୍ଗିଯାଏ ଓ ୨୦ଟି ନୂଆ ଦାନ୍ତ ସୃଷ୍ଟି ହୋଇଥାଏ । ସେମାନଙ୍କର ଦାନ୍ତ ଦେଖିବା ପରେ ଜଣେ ନିହାତି ଭାବରେ ଭୟଭୀତ ହୋଇଯିବେ। ଏହାର ଦାନ୍ତ ଏତେ ତୀକ୍ଷ୍ଣ ଯେ ଯଦି ଏଥିରେ ମନୁଷ୍ୟର ଆଙ୍ଗୁଠି ଯାଏ, ତେବେ ଏହା ବାହାରକୁ ଆସିବ ନାହିଁ।

ଯେତେବେଳେ ଏହି ମାଛ ବଡ଼ ହୋଇଥାଏ ତାର ଦାନ୍ତ ମଧ୍ୟ ୫୦ ସେମି ପର୍ଯ୍ୟନ୍ତ ହୋଇଯାଏ।ଏହା ହେଉଛି ଦୁନିଆର ସବୁଠୁ ଅଧିକ ଦାନ୍ତ ଥିବା ଜୀବ । ଏହି ମାଛଟିର ପାଟି ଭିତର ହେଉଛି ମୃତ୍ୟୁର ଘର । ଥରେ ଶିକାର ଏହି ଆଁକୁ ଗଲେ ସେ ଛୋଟ ଛୋଟ ପିସରେ ପରିଣତ ହୋଇଯାଏ । କାରଣ ଏହି ମୁନିଆ ଦାନ୍ତ ଗୁଡିକ ସ୍ପ୍ରିଙ୍ଗ ଭଳି ଆକାରରେ ଏହି ମାଛର ମୁହଁରେ ରହିଥାନ୍ତି ଫଳରେ ତାକୁ ଶିକାର କରିବା ସହଜ ହୁଏ । ୱାଶିଂଟନ ବିଶ୍ୱବିଦ୍ୟାଳୟର ବୋୟୋଲୋଜି ବିଭାଗର ପ୍ରଫେସର ଏହି ପ୍ୟାସିଫିକ ଲିଙ୍କଡ୍ ଏହି ମାଛ ଉପରେ ଗବେଷଣା କରୁଛନ୍ତି । ସେ କହିଛନ୍ତି କି, ଏହି ମାଛର ମୁହଁ ଭିତରେ ଦାନ୍ତ ଗୁଡିକ ପୁରା ଭର୍ତ୍ତି ହୋଇରହିଛି ।

ଏହି ମାଛର ଲମ୍ବ ୨୦ ଇଞ୍ଚ୍ ଯାଏଁ ହୋଇଥାଏ । ଆଉ ପରୀକ୍ଷାରୁ ଜଣାପଡିଛି କି ଏହି ମାଛର ମୁହଁ ଭିତରେ ଛୋଟ ଛୋଟ ମୁନିଆ ଦାନ୍ତ ରହିଛି, ଯାହାକି ଏହାକୁ ଶିକାର କରିବାରେ ସହଯୋଗ କରିଥାଏ । ଏହାର ମୁହଁ ଭିତରର ପ୍ରଥମ ଦୁଇ ପରସ୍ତ ମାଢି ଓ ଦାନ୍ତ ଗୁଡିକ ବେଶ ମଜବୁତ ରହିଥାଏ, ଯାହାଫଳରେ ସେ ଶିକାର ଆରାମରେ କରିନିଏ । ତେବେ ଏହି ମାଛ ଏକମାତ୍ର ବିରଳ ମାଛ ଯାହାର ଦାନ୍ତ ଗୁଡିକ ମୃତ ମାଛଙ୍କ ଜୀବାସ୍ମ ସହ ରଖାଯାଇଛି । ଦାନ୍ତଗୁଡ଼ିକ କିପରି ଜନ୍ମ ହୁଏ ଏବଂ ଭାଙ୍ଗିଯାଏ ତାହାର କୌଣସି ଧାରଣା ନାହିଁ ବୋଲି ବୈଜ୍ଞାନିକମାନେ କହିଛନ୍ତି ।

Leave A Reply

Your email address will not be published.