ଜାଲରେ ଫସିଲା ବିରାଟକାୟ ମାଛ, ପେଟ ଚିରିଲା ପରେ ମିଳିଲା ହ୍ୱିସ୍କୀ ମଦ ବୋତଲ

ମାଛଧରାଳୀ ସମୁଦ୍ରରେ ମାଛ ଧରୁଥିବା ସମୟରେ ଜାଲରେ ପଡ଼ିଲା ଏକ ବିରାଟକାୟ ମାଛ । କେବଳ ସେତିକି ନୁହେଁ । ମାଛ ସହ ମିଳିଲା ଫ୍ରି ରେ ମଦ ବୋତଲ । ଆଜ୍ଞା ହଁ, କଥାଟା ଅଜବ ଲାଗୁଥିଲେ ବି ସତ । କିନ୍ତୁ ଏଠାରେ ବ୍ୟକ୍ତି ଜଣକୁ ମଦ ସମୁଦ୍ରରୁ ମିଳିନି । ବରଂ ଜାଲରେ ଫସିଥିବା ବିରାଟକାୟ ମାଛ ପେଟରୁ ଏହି ବ୍ରାଣ୍ଡେଡ ମଦ ବୋତଲ ମିଳିଛି । ଯାହାକୁ ପାଇ ମାଛଧରାଳୀ ମାନେ ଖୁବ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରେ ଏହାର ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଲା ।

ସୋସିଆଲ ମିଡିଆ ୟୁଜର @beniban ପୋଷ୍ଟ କରିଥିବା ଏହି କ୍ଲିପକୁ ୨ ଦିନରେ ୫.୮ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି । ଏହାସହ ୨୫୦,୦୦୦ ଲାଇକ୍ସ ମଧ୍ୟ ମିଳିଛି । ଦେଖନ୍ତୁ ଏହି ପୋଷ୍ଟ..

453
pc: aajtak

ଏହି ଭିଡିଓଟି ସୁଦୂର ବିଦେଶରୁ ଭାଇରାଲ ହେଉଛି । ମାଛ ଧରାଳୀ ମାଛ ଧରିବା ପରେ ଏହାକୁ କାଟିବାକୁ ଆରମ୍ଭ କଲେ । ଏହି ମାଛ ମାନଙ୍କ ମଧ୍ୟରୁ ଗୋଟିଏ ମାଛ ପେଟରୁ ହ୍ୱିସ୍କୀ ମଦ ବୋତଲ ବାହାରିଲା । ବୋତଲରେ ମଦ ସମ୍ପୁର୍ଣ୍ଣ ଥିଲା । ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏହାସହ ମାଛର ଅନ୍ୟ ଅଂଶରୁ ଦୁର୍ଗନ୍ଧ ମଧ୍ୟ ଯାତ ହେଉଥିଲା । ତେବେ ଏସବୁ ପରେ ମଧ୍ୟ ନୂଆ ମଦ ବୋତଲ ଦେଖି ସମସ୍ତେ ଖୁସି ହୋଇ ଜ୍ୟାକପଟ ଲାଗିଛି ବୋଲି କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.