ମାଛ ଧରିବା ସମୟରେ ଜାଲରେ ପଡ଼ିଲା ମ୍ୟାକବୁକ ସହ ଆଇଫୋନ ମଡେଲ, ଖବର ହେଉଛି ଭାଇରାଲ

ଜୀବନରେ କେବେ କେଉଁ ଘଟଣା ଘଟିଯିବ ତାହା କାହାକୁ ଜଣାନଥାଏ । ଅନେକ ଥର ଏଭଳି ଘଟଣା ଘଟିଛି ଯାହା ବିଶ୍ୱାସ କରିହୁଏନି। ଲାଗେ ଯେପରି ‘ଏହା ଭଗବାନଙ୍କ ଚମତ୍କାର’। ଇଣ୍ଡୋନେସିଆର ଏକ ମାଛ ଧରାଳୀଙ୍କ ସହ ମଧ୍ୟ ଏଭଳି ଘଟଣା ଘଟିଛି। ଯାହାକି ରାତାରାତି ତାଙ୍କ ଭାଗ୍ୟ ପରିବର୍ତ୍ତନ କରିଦେଇଛି। ଆପଣ ଭାବୁଥିବେ ବୋଧେ ହୁଏ କିଛି ଲଟେରୀ ଲାଗିଛି । କିଛି ସେଭଳି ହିଁ ଘଟଣା ଘଟିଛି।

ଏଠାକାର ସମୁଦ୍ରରେ ମାଛ ଧରାଳୀ ମାଛ ଧରିବାକୁ ଯାଉଥିବା ବେଳେ ହାତରେ ଲାଗିଲା କୋଟିଏ ଟଙ୍କାର ଜିନିଷ। ଏହି ଘଟଣା ଘଟିବା ପରେ ମାଛ ଧରାଳୀର ଭାଗ୍ୟ ପରିବର୍ତ୍ତନ ହୋଇଗଲା। ପରେ ଅନେକ ଲୋକ ତାଙ୍କୁ ଭାଗ୍ୟବାନ ବୋଲି ମଧ୍ୟ କହିଲେ ।

iphone ringtone
pc: world of buzz

ସୂଚନା ଅନୁଯାୟୀ, ଇଣ୍ଡୋନେସିଆ ବାଙ୍ଗକା ବେଲିତୁଙ୍ଗ ସମୁଦ୍ରରେ ମାଛ ଧରିବା ପାଇଁ ଯାଉଥିବା ସମୟରେ ଏକ ଏମିତି ଘଟଣା ଘଟିଲା ଯାହାକୁ ଦେଖି ମାଛ ଧରାଳୀ ଜଣକ ଆଶ୍ଚର୍ଯ୍ୟ ହୋଇଗଲା। ଜାଲ ପକାଇବା ସମୟରେ ଜାଲରେ ମାଛ ବଦଳରେ ପଡ଼ିଲା କିଛି ବକ୍ସ। ଏହାପରେ ମାଛ ଧରାଳୀ ଜଣକ ବକ୍ସକୁ ଭୟରେ ଖୋଲିଲେ। ବକ୍ସ ଖୋଳିବା ପରେ ଯାହା ଦେଖିଲେ ତାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।ଏହି ବକ୍ସରେ ବିଭିନ୍ନ ମଡେଲର ଆପଲ ଆଇଫୋନ ରହିଥିଲା। ଏହାବ୍ୟତିତ ଆଇପାଡ ଓ ମ୍ୟାକବୁକ ମଧ୍ୟ ରହିଥିଲା। ଯାହାର ଦାମ କୋଟିଏ ଟଙ୍କାରୁ ଅଧିକ ରହିବ।

ଏହାପରେ ବ୍ୟକ୍ତି ଜଣକ ଏହି ଘଟଣାକମୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ନିଜକୁ ଭାଗ୍ୟବାନ ବୋଲି ମଧ୍ୟ ଭାବିଲେ। ବକ୍ସ ଭିତରେ ଥିବା କାରଣରୁ ଏହି ପ୍ରଡକ୍ଟ ଖରାପ ବି ହୋଇନଥିଲା। ବକ୍ସ ପ୍ୟାକିଂ ଭଲ ହୋଇଥିବା କାରଣରୁ ଜିନିଷ ସବୁ ସୁରକ୍ଷିତ ଥିଲା।

Leave A Reply

Your email address will not be published.