ପୃଥିବୀର ଏପରି ୫ଟି ଦେଶ ଯାହାର ନିଜର ସେନା ନାହିଁ, କେମିତି ହୋଇଥାଏ ସୀମାର ସୁରକ୍ଷା ଜାଣିବେ ଆସନ୍ତୁ

ସାଧାରଣତଃ କୌଣସି ଦେଶର ସୁରକ୍ଷା ଦାୟିତ୍ୱ ଦୁଇ ଭାଗରେ ବିଭକ୍ତ କରାଯାଇଥାଏ। ଦେଶର ସୀମାନ୍ତରେ ଦେଶର ସେନା ସୁରକ୍ଷା ଦାୟିତ୍ୱରେ ରହୁଥିବା ବେଳେ ଭିତର ଭାଗରେ ପୋଲିସ ସୁରକ୍ଷା ଯୋଗାଇଥାନ୍ତି। ଦେଶ ଗୁଡିକ ମଧ୍ୟ ନିଜ ସୁରକ୍ଷାର ସ୍ତର ବଢାଇବାକୁ ଯଥାସମ୍ଭବ ଚେଷ୍ଟା କରିଥାନ୍ତି। କିନ୍ତୁ ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ ଏପରି କିଛି ଦେଶ ଅଛନ୍ତି ଯାହାଙ୍କର । ନିଜର କୌଣସି ସେନା ନାହାନ୍ତି । ଏମାନଙ୍କ  ସୁରକ୍ଷା ଦାୟିତ୍ୱ  ଅନ୍ୟ ଦେଶର ସେନା ନେଇଥାନ୍ତି । ପୃଥିବୀରେ ଏମିତି ୫ଟି ଦେଶ ଅଛନ୍ତି ଯାହାର ନିଜର ସେନା ନାହିଁ । ଆସନ୍ତୁ ଜାଣିବା ସେମାନଙ୍କ ସମ୍ପର୍କରେ କିଛି:

ଭାଟିକାନ ସିଟି ପୃଥିବୀର ସବୁଠୁ ଛୋଟ ଦେଶ ଭାବେ ଗଣାଯାଏ । ଏଠାକାର ସୁରକ୍ଷାରେ ପ୍ରଥମେ ନୋବେଲ ଗାର୍ଡଙ୍କୁ ଦାୟିତ୍ୱ ଦିଆଯାଇଥିଲା । କିନ୍ତୁ ୧୯୭୦ ମସିହାରେ ତାର ଧ୍ୱସ୍ତ ହୋଇଯାଇଥିଲା। ଏହା ପରେ ଏହାର ସୁରକ୍ଷାରେ ଇତଳବି ସେନାଙ୍କୁ ନିଯୁକ୍ତ କରାଯାଇଥିଲା ।

 

ଏହା ସହ ପଢନ୍ତୁ: ଏପରି ଏକ ଦେଶ, ଯେଉଁଠାରେ ଟ୍ରେନ ଚଲାଇବା ଠାରୁ ଟିକେଟ କାଟିବା କାମ କରୁଛନ୍ତି ପିଲା

ମୋନାକୋ ଏପରି ଏକ ଦେଶ ଯାହାର ୧୭୦୦ ମସିହା ପରଠୁ ନିଜର ସେନା ନାହିଁ । ଏହାର ସୁରକ୍ଷା ଫ୍ରାନ୍ସ ସେନା କରିଥାନ୍ତି। ଅବଶ୍ୟ ଏଠାରେ କିଛି ଫୌଜଙ୍କୁ ନିଯୁକ୍ତ କରାଯାଇଥାଏ । ସେମାନଙ୍କ ଭିତରୁ କିଛି ରାଜକୁମାରଙ୍କ ସୁରକ୍ଷା କରୁଥିବା ବେଳେ କିଛି ନାଗରିକଙ୍କ ସୁରକ୍ଷା କରିଥାନ୍ତି ।
ଆଉ ଏକ ଦେଶ ହେଉଛି ମରିସସ । ଏହା ଏକ ବହୁ ସାଂସ୍କୃତିକ ଦେଶ ହୋଇଥିଲେ ମଧ୍ୟ ୧୯୬୮ ମସିହା ପରଠୁ ଏହାର ନିଜର କୌଣସି ସେନା ନାହିଁ।ଦେଶର ସୁରକ୍ଷା ଦାୟିତ୍ୱରେ ୧୦,୦୦୦ ପୋଲିସ କର୍ମୀ ଅଛନ୍ତି, ଯେଉଁମାନେ କି ଉଭୟ ଭିତର ଓ ବାହାର ଭାଗର ସୁରକ୍ଷା କରିଥାନ୍ତି ।

ୟୁରୋପର ଏକ ବଡ ଦ୍ବୀପ ଆଇସଲାଣ୍ଡ ରେ ମଧ୍ୟ ୧୮୬୯ ମସିହାରୁ କୌଣସି ସେନା ନାହାନ୍ତି । ଏହା ନାଟୋର ଏକ ସଦସ୍ୟ ରାଷ୍ଟ୍ର ସଦସ୍ୟ ହୋଇଥିଲେ ମଧ୍ୟ ଏହାର ସୁରକ୍ଷା ଆମେରିକା ସେନା ହିଁ କରିଥାଏ ।
ମଧ୍ୟ ଆମେରିକାର ଏକ ଦେଶ କୋଷ୍ଟାରିକାର ୧୯୪୮ ପରଠାରୁ ନିଜର କୌଣସି ସେନା ନାହିଁ। ସେହି ବର୍ଷ ଦେଶରେ ଏକ ଗୃହ ଯୁଦ୍ଧ ହେବ ପରେ ଦେଶର ସୁରକ୍ଷା ପୋଲିସ କରିଆସୁଛି । ବିନା ସେନାରେ ଚାଲୁଥିବା ଦେଶ ମାନଙ୍କ ମଧ୍ୟରୁ ଏହା ବୃହତମ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.