ସ୍ପେଶାଲ

ବିପଦ ସଂକୁଳରେ ରହୁଛନ୍ତି ପାଞ୍ଚ ପରିବାର, ସରକାରଙ୍କ ଯୋଜନା ଏମାନଙ୍କ ପାଇଁ ସାତ ସ୍ବପ୍ନ

ବଣାଇ(କେନ୍ଯୁଜ୍): ସରକାର ଗରିବଙ୍କ ପାଇଁ ଭଲରେ ରହିବା ପାଇଁ ବିଭିନ୍ନ ଯୋଜନାରେ ପକ୍କା ଘର ନିର୍ମାଣ କରୁଥିବା ବେଳେ ପ୍ରକୃତ ହିତାଧିକାରୀ ଏହି ଯୋଜନା ପାଇ ପାରୁନାହାନ୍ତି । ଏବେବି କାହାର ଘର ନାହିଁ ତ କିଏ ବିପଦ ସଂକୁଳରେ ରହୁଛନ୍ତି । ଆଦିବାସୀ ପରିବାର ଦଶ ବର୍ଷ ହେଲା ଦୌଡ଼ି ଦୌଡ଼ି ଘରଟିଏ ପାଇ ପାରିଲେ ନାହିଁ । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ଜିଲ୍ଲା ବଣାଇ ବ୍ଲକ ର ରୁଗୁଡା ପଂଚାୟତର ସିଆଳିକୁଦର ଗ୍ରାମରେ ।

ଏ ହେଉଛି ସିଆଳିକୁଦର ଗ୍ରାମ। ଏହି ଗ୍ରାମରେ ଅଧିକାଂଶ ପରିବାର ବିପିଏଲ ଓ ଆଦିବାସୀ ବର୍ଗ ବସବାସ କରୁଛନ୍ତି । ଏହି ଲୋକମାନେ କିଭଳି ବସବାସ କରୁଛନ୍ତି  ସେନେଇ ବୁଲିଲା ବେଳେ ଦେଖିବାକୁ ପାଇଥିଲୁ ରାସ୍ତା କଡ ଘରରେ ରହୁଛନ୍ତି ବିଧବା ଓ ଦୁଇ ପୁଅ ରାଇମଣି କିଷାନ । ୧୯୯୪ ମସିହାରେ ତେର ହଜାର ଟଙ୍କାର ଇନ୍ଦିରା ଆବାସ ଘର ମିଳିଥିଲା କିନ୍ତୁ ଏବେ ଭଗ୍ନ ଅବସ୍ଥାରେ କାନ୍ଥ ଫାଟି ଆଁ କରିଛି ସେହି ଘର। କେତେବେଳେ ଘର ମାଡିବସିବା କେହି କହିପାରିବେ ନାହିଁ । ଚାଉଳ ଗଣ୍ଡେ ଦେଇ କାର୍ଯ୍ଯ ଶେଷ କରିଥିବା ବେଳେ ବଣାଇ ବିଡିଓଙ୍କ ପାଖକୁ ତିନି ଥର ଦୌଡ଼ିଲା ପରେ ଗୋଟିଏ ପଲିଥିନ ଦେଇ କାର୍ଯ୍ଯ ଶେଷ କରିଦେଇଛନ୍ତି । ସେହିପରି ଯୋଗେଶ୍ୱର କିଷାନ ଙ୍କ ପରିବାର ସଂଖ୍ୟା ଚାରି। ଦୁଇ ଝିଅ, ଗୋଟିଏ ପୁଅ ଓ ନିଜେ ଯୋଗେଶ୍ୱର କିଷାନ। ତାଙ୍କ ଧର୍ମପତ୍ନୀ ଆରପାରିରେ। ସେ ମଧ୍ୟ ଦଶ ବର୍ଷ ହେଲା ଦରଖାସ୍ତ ଦେଇ ଦେଇ ଆଜି ପର୍ଯ୍ଯନ୍ତ ପାଇ ପାରିଲେ ନାହିଁ ସାହାଯ୍ଯ। ବର୍ଷା ହେଲେ କେତେବେଳେ ମାଟି ଘର ଭୁସୁଡ଼ିପଡ଼ିବ ଡରରେ ରାତିରେ ଶୋଇପରନ୍ତି ନାହିଁ ଯୋଗେଶ୍ୱର। କାଠ ଠେକାରେ ଘର କାନ୍ଥ କୁ ରଖିଥିବା ବେଳେ ଗଏଜଘଏଝ ରେ କାର୍ଯ୍ଯ କରି ମଧ୍ୟ ଟଙ୍କା ପାଇଲେ ନାହିଁ।

ସେହିପରି ରହିତ କିଷାନଙ୍କ ଜନ୍ମରୁ ବାପା ଚାଲିଗଲେ, ବାର ବର୍ଷରେ ମାଆ ମଧ୍ୟ ଚାଲିଗଲେ କିଛି ବର୍ଷ ପରେ ବର୍ଷାରେ ଘର ସମ୍ପୂର୍ଣ୍ଣ ଭାଙ୍ଗିଗଲା ବାରଦ୍ୱାର ଶୁଣ୍ଢି ପିଣ୍ଡା ଭଳି ରହୁଛନ୍ତି ରହିତ । ସେ ମଧ୍ୟ ଦୌଡ଼ି ଦୌଡ଼ି ନିଆନ୍ତ ହୋଇଥିଲେ ମଧ୍ଯ ସବୁବେଳେ ଆଶ୍ଵାସନା ମିଳିଥାଏ ପଂଚାୟତ ରୁ ଏଇଥର ମିଳିବ ଘର । କିନ୍ତୁ ବଡ ହେଇଗଲା ପଛେ ପାଇପାରିଲା ନାହିଁ ଘର ଖଣ୍ଡିଏ । ସେହିପରି ବିଧବା ସ୍ତ୍ରୀ ଛୋଟ ଝିଅ କୁ ଧରି କିଏ ରହୁଛି ତ କିଏ ମାଟି ଘରେ ରହୁଛି। ଆଜି ପର୍ଯ୍ଯନ୍ତ ପ୍ରଶାସନ ପାଦ ପକେଇନାହାନ୍ତି ଏହି ଗ୍ରାମରେ । ଅଧିକାରୀମାନେ ସରକାରଙ୍କୁ ଦେଖେଇବା ପାଇଁ ଅଳ୍ପ କାମ କରି ଚୁପ ହୋଇ ବସିଯାଇଥାନ୍ତି । ଏନେଇ ବଣାଇ ବିଡିଓଙ୍କ ପ୍ରତିକ୍ରିୟା ନେବାପାଇଁ ଚାହିଁଥିଲୁ ସେ କୋରାନା ପାଇଁ କୌଣସି ପ୍ରତିକ୍ରିୟା ଦେବେନାହିଁ ବୋଲି କହିଥିଲେ। ଅନ୍ଯପଟେ ଉପଜିଲ୍ଲାପାଳ କହିଛନ୍ତି ଏହା ଘର ପାଇଁ ଯୋଗ୍ୟ ଥିବେ ହେଲେ ନିଶ୍ଚୟ ପାଇବେ ଏନେଇ ବିଡିଓଙ୍କ ସହ ଆଲୋଚନା କରିବେ ଏହାର ତଦନ୍ତ କରିବେ ବୋଲି କହିଛନ୍ତି ଉପଜିଲ୍ଲାପାଳ । ତେବେ ସରକାର ଏହି ହିତାଧିକାରୀଙ୍କୁ କେବେ ଘର ଯୋଗାଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ବଣାଇ ରୁ ସତ୍ୟନାରାୟଣ ମିଶ୍ର, କେନ୍ଯୁଜ୍ ଓଡିଶା ।

Himanshu PatiMishra

Recent Posts

ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ, ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ ମହୋତ୍ସବରେ ସାମିଲ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ହେବା ପରେ ମୋହନ ମାଝୀଙ୍କ ପ୍ରଥମ ସରକାରୀ କାର୍ଯ୍ୟକ୍ରମ । ରାଜ୍ୟ ସଂଗ୍ରହାଳୟରେ ଆୟୋଜିତ ରଜ…

1 hour ago

ପୂର୍ବ ଶତ୍ରୁତାରୁ ଆକ୍ରମଣ ଘଟଣା, ଥାନା ଅଧିକାରୀଙ୍କ ବିରୋଧରେ ଏସ୍‌ପିଙ୍କ ନିକଟରେ ଫେରାଦ ହେଲା ନାବାଳକ ପୁଅ

ନୟାଗଡ଼ (କେନ୍ୟୁଜ୍‌) : ଜମି ବାଡ଼ି ବିବାଦ କୁ ନେଇ ମାଡ଼ପିଟ l ଗୋଟିଏ ପରିବାରର ୪ ଜଣ ଗୁରୁତର…

1 hour ago

ଜବତ ବୋମାକୁ ନିଷ୍କ୍ରିୟ କରିବାକୁ କିଏ ନିର୍ଦ୍ଦେଶ ଦେଇଥିଲେ ?

କଟକ: ଜବତ ବୋମା ନିଷ୍କ୍ରିୟ କଲା ବେଳେ ଫୁଟିଲା ବୋମା । ବୋମା ଫୁଟିବା ଶଦ୍ଦ ଏତେ ଜୋରରେ ଥିଲା…

2 hours ago

କିଟରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର

ଭୁବନେଶ୍ୱର : କିଟ ବିଶ୍ଵବିଦ୍ୟାଳୟ ପରିସରରେ ଇଣ୍ଡିଆନ ନ୍ୟାସନାଲ ସାଇନ୍ସ ଏକାଡେମୀର ଦୁଇ ଦିନିଆ ସେମିନାର ଉଦଘାଟିତ ହୋଇଛି ।…

3 hours ago

ଗଛରେ ପିଟି ହୋଇ ହୁତୁ ହୁତୁ ହୋଇ ଜଳିଗଲା କାର, ୩ ଆହତ

କରଞ୍ଜିଆ : କରଞ୍ଜିଆରୁ ଭୁବନେଶ୍ୱର ଯାଉଥିବା ଏକ କାର ଠାକୁରମୁଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ହୁତୁ ହୁତୁ ହୋଇ ଜଳିଯାଇଛି…

3 hours ago

ପୋଖରୀକୁ ଗାଧୋଇବାକୁ ଯାଇ ଏକା ସାଙ୍ଗେ ଚାଲିଗଲେ ମା’ ଝିଅ

ଉମରକୋଟ୍‌:  ଆଜି ହେଉଛି ପହିଲି ରଜ । ଗାଁ ଠୁ ସହର ଉତ୍ସବ ମୁଖର ପରିବେଶ । ଚାରିଆଡ଼େ ପୋଡ଼…

3 hours ago