ସ୍କୁଲ ଫଙ୍କସନରେ କୁନି ଛାତ୍ରୀର ଦମଦାର ନାଚ ଦେଖି ଶିକ୍ଷକ ବି ମାରିଲେ ସିଟି, ଦେଖନ୍ତୁ ଭାଇରାଲ ଭିଡିଓ

ସୋସିଆଲ ମିଡିଆରେ ବେଳେ ବେଳେ ଏମିତି ଭିଡିଓ ଭାଇରାଲ ହୁଏ ଯାହାକୁ ଦେଖିଲେ ଆପଣଙ୍କ ଆଖି ରହିଯିବ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି । ଜଣେ କୁନି ଛାତ୍ରୀର ନାଚ ସମସ୍ତଙ୍କୁ ବିମୋହିତ କରିଛି । ଛାତ୍ରୀଟି ଏମିତି ଜବରଦସ୍ତ ନାଚ କରିଛି ଯେ ଶିକ୍ଷକ ବି ସମ୍ଭାଳି ହୋଇ ରହିପାରିଲେ ନାହଁ । ସିଟି ମାରି ଛାତ୍ରୀଟିକୁ ଉତ୍ସାହିତ କରିଥିଲେ ।

ଭଡିଓରେ ଦେଖାଯାଇଛି ଯେ ସ୍କୁଲ ପଡିଆରେ ଏକ ଷ୍ଟେଜ ଲାଗିଛି । ଫଙ୍କସନରେ ଜଣକ ପରେ ଜଣେ ଛାତ୍ରଛାତ୍ରୀ ନିଜର ନାଚ ଗୀତ ଦେଖାଉଛନ୍ତି । ଏହି ସମୟରେ ଜଣେ ୫ ବର୍ଷର କୁନି ଛାତ୍ରୀର ନମ୍ବର ଆସିଛି । ଆଉ ଛାତ୍ରୀ ଜଣକ ଯେମିତି କୋକା କୋଲା ଗୀତରେ ନାଚ ଆରମ୍ଭ କରିଦେଇଛନ୍ତି ଦେଖଣାହାରୀଙ୍କ ମଧ୍ୟରେ ଉତ୍ସାହ ପୁରି ଉଠିଛି । ସଭିଏଁ ତାଳି ମାରି କୁନି ଛାତ୍ରୀଟିକୁ ଉତ୍ସାହିତ କରୁଥିବାର ଦେଖାଯାଇଛି ।

ଛାତ୍ରୀଟିର ନାଚରେ ତାଳ ଦେଇ ଅନ୍ୟ ପିଲାମାନେ ମଧ୍ୟ ନିଜ ନିଜର ଆସନରୁ ଠିଆହୋଇ ନାଚୁଥିବା ଦେଖାଯାଇଛି । ଛାତ୍ରୀଟିର ନୃତ୍ୟ ଷ୍ଟେପ ବହୁତ ସୁନ୍ଦର ହୋଇଛି । ଏହାକୁ ଇନଷ୍ଟାଗ୍ରାମରେ vishnurawal_media ନାମରେ ସେୟାର କରିଛନ୍ତି ବିଷ୍ଣୁ ରାଓ୍ଵଲ । ଏହି ଭାଇରାଲ ଭିଡିଓଟିକୁ ଦେଖନ୍ତୁ ଓ ଆନନ୍ଦ ନିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.