ପ୍ଲାଷ୍ଟିକ ବୋତଲ ଉପରେ ଭାସୁଛି ରିସର୍ଟ, ଜାଣନ୍ତୁ ଗୋଟେ ରାତିକୁ କେତେ ଦେବାକୁ ହେବ ଭଡ଼ା

ଦୁନିଆରେ ଏମିତି କିଛି ହୋଟେଲ ଏବଂ ରିସର୍ଟ ରହିଛି, ଯାହାର ସୌନ୍ଦର୍ଯ୍ୟ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। କିନ୍ତୁ ଆପଣ କେବେ କୌଣସି ଭାସମାନ ରିସର୍ଟ ବିଷୟରେ ଶୁଣିଛନ୍ତି କି? ହୁଏତ ଶୁଣିଥିବେ କିନ୍ତୁ ଏମିତି ଏକ ରିସର୍ଟ ଆଫ୍ରିକାର ଆବଦିଜାନରେ ନିର୍ମାଣ କରାଯାଇଛି, ଯାହା ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । ବାସ୍ତବରେ ଏହା କେବଳ ଏକ ଫ୍ଲୋଟିଂ ରିସର୍ଟ ନୁହେଁ, ଏହା ୮ ଲକ୍ଷରୁ ଅଧିକ ପ୍ଲାଷ୍ଟିକ୍ ବୋତଲ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଉପରେ ଭାସୁଛି ।

ପଶ୍ଚିମ ଆଫ୍ରିକାର ଆଇଭୋରୀ ଉପକୂଳରେ ଥିବା ଲେ ଫ୍ଲୋଟାଣ୍ଟେ ରିସର୍ଟ ନିଜର ସ୍ୱତନ୍ତ୍ର ଭାବେ ନିର୍ମାଣ ଶୈଳୀକୁ ନେଇ ଏବେ ଚର୍ଚ୍ଚାରେ। ସାଧାରଣ ଭାବେ ଦେଖାଯାଉଥିବା ଏହି ରିସର୍ଟ ବିଷୟରେ ଜାଣିଛନ୍ତି କି? ସେତେବେଳେ ଏହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତେବେ ଏହି ରିସର୍ଟଟି ଏକ ଛୋଟ ଆଇଲ୍ୟାଣ୍ଡ ଭଳି, ଯାହା ପ୍ଲାଷ୍ଟିକ୍ ବୋତଲ ଏବଂ ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରେ ତିଆରି ହୋଇଛି ।

ଏହି ଲେ ଫ୍ଲୋଟାଣ୍ଟେ ରିସର୍ଟଟିର ଓଜନ ପ୍ରାୟତଃ ପାଖାପାଖି ୨୦୦ ଟନ୍। ଯାହା ସମୁଦ୍ର କୂଳରେ ନିର୍ମିତ ହୋଇଛି । ଯାହାଫଳରେ ଏହା ପାଣି ଉପରେ ଠିଆ ହୋଇପାରିବ । ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁ ଉପରେ ନିର୍ମିତ ଏହି ଆଇଲ୍ୟାଣ୍ଡରେ କିଛି ରୁମ୍‌ ରହିଛି। ଏହାଛଡା ରେଷ୍ଟୁରାଣ୍ଟ, ବାର୍ ଏବଂ ଦୁଇଟି ସୁଇମିଂ ପୁଲ୍ ମଧ୍ୟ ଅଛି । ଏହି ରିସୋର୍ଟରେ ଭଡା ଅନ୍ୟମାନଙ୍କ ତୁଳନାରେ ମଧ୍ୟ କମ୍ । ଏଥିରେ ଗୋଟି ରାତି ରହିବା ପାଇଁ ୭ ହଜାର ଟଙ୍କା । ଏଥି ସହିତ, ଯଦି ଦିନରେ କେହି ଏଠାକୁ ଆସିବାକୁ ଚାହାଁନ୍ତି, ତେବେ ଏଥିପାଇଁ ତାଙ୍କୁ ୧୮୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡିବ। ଖବର ଅନୁଯାୟୀ, ସପ୍ତାହରେ ୧୦୦ରୁ ଅଧିକ ପର୍ଯ୍ୟଟକ ଏଠାକୁ ଆସନ୍ତି।

ଏହି ରିସୋର୍ଟର ମାଲିକ ଫ୍ରାନ୍ସର ବ୍ୟବସାୟୀ ଏରିକ୍ ବେକର । ସେ କହିଛନ୍ତି ଯେ ସମୁଦ୍ର କୂଳରେ ପ୍ଲାଷ୍ଟିକ୍ ମଇଳା ଗଦା ଦେଖିବା ପରେ ସେ ଏହି ରିସୋର୍ଟ ତିଆରି କରିବାର ସଂକଳ୍ପ ନେଇଥିଲେ। ଏହାକୁ ସଫା କରିବା ସହିତ ସଠିକ୍ ଭାବରେ ବ୍ୟବହାର କରିବାକୁ ଚାହୁଁଥିଲେ ଯାହାର ରେଜଲ୍ଟ ଆପଣଙ୍କ ସାମ୍ନାରେ ରହିଛି। ଏହି ରିସର୍ଟ ସୋଲାର ପାଓ୍ଵାରରେ ଚାଲୁଛି। ତେଣୁ ସପଂର୍ଣ୍ଣ ଭାବେ ଇକୋ ଫ୍ରେଣ୍ଡଲୀ। ଏରିକ୍‌ ବେକର ଚାହୁଁଛନ୍ତି, ଏବେ ରିସର୍ଟରେ ପର୍ଯ୍ୟଟକ ଦ୍ୱାରା ଛାଡି ଯାଉଥିବା ବଜ୍ୟବସ୍ତୁରୁ ଅତ୍ୟାଧୁନିକ ଉପାୟରେ କମ୍ପୋଷ୍ଟଯ କରି ସେଗୁଡିକୁ ଖାଦ ଭାବେ ଗଛଲତାରେ ବ୍ୟବହାର କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.