ଗୋଡରେ କୁମ୍ଭୀରକୁ ଧରି ଖାଇବାକୁ ଦେଲେ ବ୍ୟକ୍ତି, ଭିଡିଓ ଦେଖି କାବା ହେଲେ ଲୋକେ

କେନ୍ୟୁଜ୍: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା ଭିଡିଓ ଭାଇରାଲ୍ ହୋଇଥାଏ। ସବୁଠାରୁ ବେଶି ଭଲ ଲାଗିଥାଏ ପଶୁ ପକ୍ଷୀମାନଙ୍କ ଭିଡିଓ। ତେବେ ଲୋକମାନେ ପ୍ରାୟତଃ ନିଜ ଗୃହପାଳିତ ପଶୁମାନଙ୍କ ସହିତ ଭିଡିଓ କରି ପୋଷ୍ଟ କରନ୍ତି। ଅଧିକାଂଶ ସମୟରେ, ଗୃହପାଳିତ ପଶୁ ଯେପରିକି କୁକୁର, ବିଲେଇ, ତଥା ଅନେକ ପକ୍ଷୀମାନଙ୍କର ମଜାଳିଆ ହରକତ୍ କ୍ଯାମେରାରେ କଏଦ କରିଥାନ୍ତି।
ତେବେ ଥରେ ଚିନ୍ତା କଲେ ଯଦି ଗୃହପାଳିତ ପଶୁମାନଙ୍କ ଭିତରେ କୁମ୍ଭୀର ଥାଏ, ତେବେ? ଏଭଳି ଏକ ବିପଜ୍ଜନକ ପ୍ରାଣୀକୁ ରଖିବାକୁ କିଏ ବା ଭଲପାଇବ। କିନ୍ତୁ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ମାଂସ ଖଣ୍ଡ ଧରି କୁମ୍ଭୀରକୁ ଖାଇବାକୁ ଦେଉଛନ୍ତି। ଏହି ଭିଡିଓ ଇଣ୍ଟରନେଟରେ ଖୁବ୍ ଭାଇରାଲ ହେଉଛି।
BornAKang ନାମକ ଜଣେ ଉପଭୋକ୍ତା ଟ୍ୱିଟରରେ ଏହି ଭିଡିଓ ପୋଷ୍ଟ କରି ଲେଖିଛନ୍ତି, “କେବଳ ଫ୍ଲୋରିଡାରେ।” ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ବ୍ୟକ୍ତି ଏକ ପୋଖରୀ ଭିତରେ ଇଞ୍ଜିନ୍ ଚାଳିତ ବୋଟ୍ ଉପରେ ବସିଛନ୍ତି। ଏବଂ ଗୋଡ ଦୁଇଟିକୁ ପାଣି ଭିତରେ ବୁଡାଇ ରଖି କୁମ୍ଭୀରଟି ଧରି ମାଂସ ଖାଇବାକୁ ଦେଉଛନ୍ତି। ମାଂସ ଖାଇବାକୁ ଦେବା ସହିତ କୁମ୍ଭୀରଟି ସହିତ ଖେଳୁ ଥିବାର ନଜର ଆସୁଛନ୍ତି।
Only in Florida pic.twitter.com/3d1g7pf4e5
— Lance🇱🇨 (@BornAKang) January 20, 2023
୧୫ ସେକେଣ୍ଡର ଏହି କ୍ଲିପ୍ ଟ୍ୱିଟରରେ ୩.୯ ମିଲିୟନରୁ ଅଧିକ ଭ୍ୟୁ ଏବଂ ୫୪.୩ ହଜାରରୁ ଅଧିକ ଲାଇକ୍ ପାଇବା ସହ ଭାଇରାଲ ହେଉଛି। ଲୋକମାନେ ମଧ୍ୟ ଭିଡିଓ ଦେଖିବା ପରେ ବିଭିନ୍ନ କମେଣ୍ଟ ଦେବା ଆରମ୍ଭ କରିଦେଇଛନ୍ତି। ଜଣେ ଉପଭୋକ୍ତା କମେଣ୍ଟ ଦେଇଛନ୍ତି, “ଫ୍ଲୋରିଡା ମଣିଷ ଅଧ୍ୟୟନ କରିବା ଆବଶ୍ୟକ।”ଅନ୍ୟ ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, ମୁଁ ମୋ ଜୀବନରେ କେବେବି ବନ୍ଧୁତ୍ୱପୂର୍ଣ୍ଣ ଆଲିଗେଟର ଦେଖି ନାହିଁ। ଏଭଳି ଅନେକ ଲୋକ ନିଜର ମତ ଦେଖିଛନ୍ତି।