ଭଲ ଜନନାୟକ ହେବାକୁ ଚାହୁଁଥିଲେ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥାକୁ ରଖନ୍ତୁ ଧ୍ୟାନରେ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିରେ ସଫଳ ଜୀବନ ପାଇଁ କେତେକ ନୀତି କହିଛନ୍ତି । ଏହି ନୀତି ଗୁଡିକ ଭିତରୁ କେତେ ନୀତି ଵା ବିଚାର ଆପଣଙ୍କୁ କଠୋର ଲାଗିପାରେ କିନ୍ତୁ ଏହି କଠୋରତା ହିଁ ଜୀବନର ସତ୍ୟ ଅଟେ । ବ୍ୟସ୍ତ ବହୁଳ ଜୀବନରେ ଆପଣ ଏହି ବିଚାରଗୁଡିକୁ ଅଣଦେଖା କରିଦେଇ ପାରନ୍ତି କିନ୍ତୁ ଏହା ଜୀବନର ପ୍ରତିଟି ଘଡ଼ିସନ୍ଧି ମୁହୁର୍ତ୍ତରେ ଆପଣଙ୍କୁ ସାହାଯ୍ୟ କରିଥାଏ । କୁହାଯାଏ ଯଦି କେହି ଚାଣକ୍ୟଙ୍କ ନୀତି ମାନିଥାନ୍ତି,ତାଙ୍କୁ ନିଶ୍ଚିତ ଭାବେ ସଫଳତା ମିଳିଥାଏ ।

ଆଚାର୍ଯ୍ୟ ଚାଣକ୍ୟ ଜଣେ ଭଲ ନେତା ହେବାକୁ ହେଲେ କେଉଁ ଗୁଣର ଆବଶ୍ୟକ ରହିଛି, ସେ ସମ୍ପର୍କରେ କହିଛନ୍ତି । ଆସନ୍ତୁ ଜାଣିବା ଜଣେ ଭଲ ଜନନାୟକ ହେବାକୁ ହେଲେ କେଉଁ କଥା ଉପରେ ଧ୍ୟାନ ଦେବା ଜରୁରୀ ।

ଧୈର୍ଯ୍ୟର ସାଙ୍ଗ କେବେ ଛାଡନ୍ତୁ ନାହିଁ :

କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ ପୁରା କରିବା ପାଇଁ ଧୈର୍ଯ୍ୟ ରଖିବା ବହୁତ ଜରୁରୀ ହୋଇଥାଏ । ସେଥିପାଇଁ ଦଳର ଅନ୍ୟ ଲୋକଙ୍କ ଅପେକ୍ଷା ନାୟକ ବା ନେତାଙ୍କୁ ଅଧିକ ଧୈର୍ଯ୍ୟ ରଖିବା ଜରୁରୀ ହୋଇଥାଏ । ତରବରିଆ ଭାବେ କରାଯାଇଥିବା କାମରେ ବିପଦ ସର୍ବଦା ରହିଥାଏ । ଯେଉଁଥିପାଇଁ କଠିନ ପରିଶ୍ରମର ଫଳ ଅଳ୍ପ କେତେ କ୍ଷଣ ମଧ୍ୟରେ ନଷ୍ଟ ହୋଇଯାଇଥାଏ । ତେଣୁ ଜଣେ ନେତାଙ୍କୁ ଧୈର୍ଯ୍ୟ କେବେ ବି ଛାଡିବା କଥା ନୁହେଁ ।

ନିଜର ଯୋଜନାକୁ ଗୋପନୀୟ ରଖନ୍ତୁ :

ଜଣେ ଭଲ ନେତା ସର୍ବଦା ନିଜର ଯୋଜନାକୁ ଗୋପନୀୟ ରଖିବା କଥା । ଯୋଜନା ସମ୍ପର୍କରେ ଚର୍ଚ୍ଚା କରିବା ଦ୍ୱାରା ପରାଜୟର ଆଶଙ୍କା ବଢ଼ିଯାଇଥାଏ । ତେଣୁ ନିଜ ଦଳ ଛଡ଼ା ଅନ୍ୟ କାହା ସହ ମହତ୍ୱପୂର୍ଣ୍ଣ ସୂଚନା ସେୟାର କରନ୍ତୁ ନାହିଁ । ଏଥିସହ ଏହା ଉପରେ ମଧ୍ୟ ଧ୍ୟାନ ରଖିବା କଥା ଯେ ନିଜ ଦଳରୁ ମଧ୍ୟ କେହି ଯେପରି ସୂଚନା ପ୍ରକାଶ ନକରନ୍ତି । ଏଥିପାଇଁ ପୂର୍ଣ୍ଣଭାବେ ସଚେତନ ରହିବା କଥା ।

ଏହି କାମରେ ସତର୍କତା ଅବଲମ୍ବନ କରନ୍ତୁ :

ଯେ ପର୍ଯ୍ୟନ୍ତ କୌଣସି କାମ ସଫଳତା ପୂର୍ବକ ପୂର୍ଣ୍ଣ ନହୁଏ, ସେ ପର୍ଯ୍ୟନ୍ତ କୁଶଳ ନାୟକ ସବୁ ସମୟରେ ସତର୍କତା ଅବଲମ୍ବନ କରିଥାଏ । ଏହା ସହିତ ସେହି ଦଳର ପ୍ରତ୍ୟେକ ସଦସ୍ୟଙ୍କ ଠାରୁ ମଧ୍ୟ ପରାମର୍ଶ ନେବା ମଧ୍ୟ ଜରୁରୀ ହୋଇଥାଏ । ଏମିତି କରିବା ଦ୍ୱାରା କାର୍ଯ୍ୟରେ ରଚନାତ୍ମକ ଆସିଥାଏ ଓ ସଫଳତାର ନୂଆ ଉପାୟ ମଧ୍ୟ ମିଳିଥାଏ ।

Leave A Reply

Your email address will not be published.