ନିଜ ମାଲିକାଣୀଙ୍କ ନିର୍ଦ୍ଦେଶ ମାନି ଏମିତି ବାଦାମ ଖାଉଛି ଗୁଣ୍ଡୁଚି, ଖୁବ ପସନ୍ଦ କରୁଛନ୍ତି ଲୋକେ

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ଅନେକ ଭିଡିଓ ଭାଇରଲ ହୋଇଥାଏ, ଯାହାକୁ ଲୋକେ ଖୁବ ପସନ୍ଦ କରିଥାନ୍ତି। ଏବେ ଏମିତି ହିଁ ଏକ ଭିଡିଓ ଇଣ୍ଟରନେଟରେ ଭାଇରଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି କି, ଏକ ଗୁଣ୍ଡୁଚି ମୂଷା ବାଦାମ ଖାଉଛି। ସାଧାରଣତଃ ଏହି ଜୀବ ବହୁତ ଚଞ୍ଚଳ ହୋଇଥାଏ। ସହଜରେ ଧରା ଦେଇ ନ ଥାଏ। କାହା ପାଖକୁ ଯାଇ ନ ଥାଏ। ଏବେ ଏହାର ବାଦାମ ଖାଇବା ଭିଡିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି।

ଗୁଣ୍ଡୁଚି ଜଣେ ମହିଳାଙ୍କ ସହିତ ନଜର ଆସୁଛି। ଯେମିତି ଯେମିତି ମହିଳା ନିର୍ଦ୍ଦେଶ ଦେଉଛନ୍ତି, ଠିକ ସେହି ହିସାବରେ ହିଁ ଗୁଣ୍ଡୁଚି କରୁଛି। ଗୁଣ୍ଡୁଚି ଗଛରୁ ଖସି ମହିଳାଙ୍କ ପାଖକୁ ଆସୁଛି ଏବଂ ଫଟାଫଟ ତାଙ୍କ ହାତରେ ରଖା ହୋଇଥିବା ବାଦାମ ଉଠାଇ ଖାଇବାରେ ଲାଗୁଛି।
ଯେତେବେଳେ ମହିଳା ଗୁଣ୍ଡୁଚିକୁ ବାଦାମ ଖାଇବାକୁ ମନା କରି ଦେଉଛନ୍ତି, ସେତେବେଳେ ଗୁଣ୍ଡୁଚି ମଧ୍ୟ ତାଙ୍କ କଥା ମାନି ନେଉଛି।

ଏହାପରେ କିଛି ସମୟ ପର୍ଯ୍ୟନ୍ତ ଗୁଣ୍ଡୁଚି ମହିଳାଙ୍କୁ ଚାହିଁକି ରହୁଛି। କିନ୍ତୁ ଯେମିତି ହିଁ ସେ ବାଦାମ ଖାଇବା ପାଇଁ କହୁଛନ୍ତି, ତ ଗୁଣ୍ଡୁଚି ମଧ୍ୟ ଗୋଟିଏ ଗୋଟିଏ କରି ବାଦାମ ଖାଇବା ଆରମ୍ଭ କରି ଦେଉଛି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ nature ନାମକ ପେଜ ସେୟାର କରିଛି, ଯାହାକୁ ଏ ପର୍ଯ୍ୟନ୍ତ ଦୁଇ ଲକ୍ଷରୁ ଅଧିକ ଲାଇକ ମିଳି ସାରିଲାଣି।

 

View this post on Instagram

 

A post shared by Nature (@nature)