ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଅନେକ ଅଜବ ଧରଣର ହୋଟେଲ କିମ୍ବା ରେଷ୍ଟରୁରାଣ୍ଟ ଥିବା କଥା ଆପଣ ଶୁଣିଥିବେ ନଚେତ ଦେଖିଥିବେ । କେଉଁଠି ଜେଲ ପରି ନିର୍ମିତ ହୋଇଥିବା କୋଠରୀରେ ବସି ଲୋକେ ଖାଦ୍ୟର ମଜା ନିଅନ୍ତି ତ କେଉଁଠି ଗଛ ଉପରେ ଅଥବା ପାଣି ଭିତରେ ନିର୍ମିତ ହୋଇଥିବା ହୋଟେଲରେ ନିଜ ପରିବାର ସହ ଯାଇ ସମୟ ବିତାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଅଜବ ରେଷ୍ଟରୁରାନ୍ଟ ବିଷୟରେ କହିବାକୁ ଯାଉଛୁ, ଯେଉଁଠି କଥାରେ କହିକି ନୁହେଁ ବରଂ ଇଶାରାରେ ଖାଦ୍ୟ ଅର୍ଡର ଦିଆଯାଇଥାଏ । ପ୍ରକୃତରେ ଏହି ଅଜବ ଧରଣର ରେଷ୍ଟରୁରାଣ୍ଟ ଚିନର ଗୁଆଙ୍ଗଝୁ ଠାରେ ଅବସ୍ଥିତ । ଯାହାର ନାଁ “ସାଇଲେଣ୍ଟ କାଫେ” ଦିଆଯାଇଛି । ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଫୁଡଚେନ କମ୍ପାନୀ “ଷ୍ଟାରବକ୍ସ” ଏହି ରେଷ୍ଟରୁରାଣ୍ଟ ଟିକୁ ସଞ୍ଚାଳିତ କରିଥାନ୍ତି ।
ଏଠାକାର ବିଶେଷତା ହେଉଛି ଏଠିକି ଆସୁଥିବା ଗ୍ରାହକ ମାନଙ୍କୁ ଖାଦ୍ୟ ଖାଇବା ବ୍ୟତୀତ ଅନ୍ୟ ସମୟରେ ନିଜ ମୁହଁ ବନ୍ଦ କରିବାକୁ ପଡ଼ି଼ଥାଏ । ନିଜ ହାତର ଇଶାରାରେ ହିଁ ଖାଦ୍ୟ ଅର୍ଡର ଦିଆଯାଇଥାଏ । ଯଦି ଜଣେ ଗ୍ରାହକ କର୍ମଚାରୀ ମାନଙ୍କୁ ବୁଝେଇ ପାରୁନଥାନ୍ତି ତେବେ ନୋଟ ପ୍ୟାଡ଼ରେ ଲେଖି ବୁଝାଇବା ସୁଯୋଗ ଦିଆଯାଇଥାଏ । ଏହାଵାଦ ଏଥିରେ ଗ୍ରାହାକ ଓ କର୍ମଚାରୀଙ୍କ ମଧ୍ୟରେ ଯୋଗାଯୋଗ ପାଇଁ ଡିଜିଟାଲ ସଂଚାର ବ୍ୟବସ୍ଥା କରାଯାଇଛି। ଖାଲି ଏତିକି ନୁହେଁ, କାନ୍ଥରେ ସାଙ୍କେତିକ ଚିହ୍ନ ବା ଇଣ୍ଡିକେଟର ଆଦି ବି ଅଙ୍କନ କରାଯାଇଛି । ଯାହା ଦ୍ୱାରା ଗ୍ରାହକ ମାନେ ବିନା କୌଣସି ଅସୁବିଧାରେ ସହଜରେ କର୍ମଚାରୀଙ୍କୁ ନିଜ ପସନ୍ଦର ଖାଦ୍ୟ ବାବଦରେ ଅର୍ଡର ଦେଇପାରିବେ ।
ପ୍ରକୃତରେ ଶୁଣିପାରୁନଥିବା କିମ୍ବା କଥା କହିପାରୁନଥିବା ଦିବ୍ୟାଙ୍ଗ ମାନଙ୍କୁ ପ୍ରୋତ୍ସାହିତ କରିବା ଚିନ୍ତାଧାରା ନେଇ ହିଁ ପରି ଏକ ଭିନ୍ନ ଧରଣର ରେଷ୍ଟରୁରାଣ୍ଟ ଆରମ୍ଭ କରାଯାଇଥିଲା । ଏହା ସହ ଶୁଣି ପାରୁନଥିବା କିମ୍ବା କଥା ପାରୁନଥିବା ଭଳି ଅନେକ ଦିବ୍ୟାଙ୍ଗ ଏଠି କାମ କରିବାର ସୁଯୋଗ ବି ପାଇପାରିବେ।କହିରଖିବା ଉଚିତ ହେବକି “ଷ୍ଟାରବକ୍ସ”, ପୂର୍ବରୁ ବି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହିଭଳି ଭିନ୍ନ ଧରଣର ରେଷ୍ଟରୁରାଣ୍ଟ ନିର୍ମାଣ କରିସାରିଛି । ମାଲେସିଆ, ଆମେରିକାରେ ବି ଏହିପରି ଅନେକ ସାଇଲେନଟ କାଫେ ମହଜୂତ ଅଛି ।