କରୋନା ରୋଗୀଙ୍କୁ ଖାଦ୍ୟ ଦେଇ ଚର୍ଚ୍ଚାକୁ ଆସିଲେ ଆଦ୍ୱିକ, ଫଟୋ ହେଲା ଭାଇରାଲ

ବିଶ୍ୱାସ ରହିଛି ଯେ, ଛୋଟ ପିଲାଙ୍କ ଶରୀରରେ ଭଗବାନ ବାସ କରନ୍ତି । ମନରେ କିଛି କପଟ ଭାବ ନରଖି ମନରେ ଯାହା ଭାବନ୍ତି କହିଦିଅନ୍ତି । ଆଜି ଆମେ ଆପଣଙ୍କୁ ସେଭଳି କିଛି ଖବର ବିଷୟରେ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ମଧ୍ୟ ଖୁସି ହୋଇଯିବେ । ଏହି ଖବର ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ସୁନ୍ଦର ଫଟୋକୁ ସମସ୍ତେ ପସନ୍ଦ କରୁଛନ୍ତି । କୋଭିଡ ମହାମାରୀ ପାଇଁ ଅନେକ ଖାଦ୍ୟ ପ୍ରସ୍ତୁତ କରି ଲୋକମାନଙ୍କୁ ବାଣ୍ଟୁଥିବାର ଖବର ଆପଣ ଶୁଣିବାକୁ ପାଉଥିବେ । କିନ୍ତୁ ଏବେ ଜଣେ ଛୋଟ ବୟସର ପିଲା କୋଭିଡ ରୋଗୀଙ୍କ ପାଇଁ ଖାଦ୍ୟ ନେଇ ଦେଉଛନ୍ତି । ଏହାକୁ ଘରେ ପ୍ରସ୍ତୁତ କରି ପ୍ୟାକିଙ୍ଗ କରି ଏହା ଉପରେ ‘ଖୁସିରେ ରୁହନ୍ତୁ’ର ବାର୍ତ୍ତା ଲେଖି ପଠାଉଛନ୍ତି । ତାଙ୍କ ନାମ ଆଦ୍ୱିକ । ସେ କୋଭିଡ ରିଲିଫ ବିଗ୍ରେଟର ସବୁଠୁ ସାନ ସଦସ୍ୟ ।

ଏଭଳି କଷ୍ଟ ସମୟରେ ଏହି ଫଟୋ ନିଶ୍ଚୟ ସମସ୍ତଙ୍କୁ ଖୁସି ଦେବା ସହ ସମସ୍ତଙ୍କ ମନରେ ସକାରାତ୍ମକ ଭାବ ଆଣିବ । ଏହା ଲୋକମାନଙ୍କୁ ଧୈର୍ଯ୍ୟ ମଧ୍ୟ ଯୋଗାଇବ ।ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଜଣ ଏହି ପିଲାକୁ ପ୍ରଶଂସା ମଧ୍ୟ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.