ଜିଅନ୍ତା ପୋତିଦେବା ଡରରେ ମରିବା ପୂର୍ବରୁ କବରରେ ବନାଇ ଦେଇଥିଲେ ଝରକା! ଆମେରିକାର ଏହି ସ୍ଥାନକୁ ନେଇ ଦୂର ଦୂର ପର୍ଯ୍ୟନ୍ତ ରହିଛି ଚର୍ଚ୍ଚା

ଲମ୍ବା ଆୟୁଷ ଏବଂ ସୁସ୍ଥ ଜୀବନର ଆଶୀର୍ବାଦ ପ୍ରତ୍ୟେକ ମଣିଷ ଚାହାନ୍ତି। ବୃଦ୍ଧବୃଦ୍ଧାମାନେ ସମସ୍ତଙ୍କୁ କଲ୍ୟାଣ ପ୍ରଦାନ କରିବା ସହିତ ଲୋକ, ପରଲୋକ ସୁଧାରିବା କଥା କହୁଥିବାର ଆପଣମାନେ ଅନେକ ବାର ଶୁଣିଥିବେ। ଏହି ସମୟରେ ଲୋକେ ବେଳେବେଳେ ନିଜର ଶେଷ ଇଚ୍ଛାକୁ ବି ବ୍ୟକ୍ତ କରି ଦେଇଥାଆନ୍ତି। ଏହିପରି କିଛି ଲୋକ ନିଜ ଅନ୍ତିମ ସଂସ୍କାରର ପ୍ରସ୍ତୁତି ଏବଂ ଧନରାଶିର ବନ୍ଦୋବସ୍ତ ବଞ୍ଚି ଥାଉ ଥାଉ କରିଦେଇ ଥାଆନ୍ତି। ଆଜି ବି ଏମିତି ଭାବନା ରଖୁଥିବା କିଛି ଲୋକ ଆପଣଙ୍କୁ ମିଳିଯିବେ। ଏବେ ଏହିଭଳି ଏକ ମାମଲା ଆସିଛି ଆମେରିକାରୁ।

ଆମେରିକାରେ ମାନସିକ ରୋଗ ଅର୍ଥାତ୍‌ ଫୋବିୟାରେ ପୀଡ଼ିତ ଜଣେ ଡାକ୍ତର ମରିବା ପୂର୍ବରୁ ନିଜ କବର ନିଜେ ତିଆରି କରି ନେଇଥିଲେ, ଯାହାର ଚର୍ଚ୍ଚା ଆଜି ମଧ୍ୟ ଦୂର ଦୂର ପର୍ଯ୍ୟନ୍ତ ରହିଛି। ଏଠାକୁ ଆସୁଥିବା ପର୍ଯ୍ୟଟକ ତାଙ୍କ କବର ଦେଖିବା ପରେ କିଛି ପଇସା ଚଢ଼ାଇ ଥାଆନ୍ତି ଏବଂ ଶ୍ରଦ୍ଧାରେ ହାତ ଯୋଡ଼ି ସେଠାରୁ ପଳାଇ ଆସନ୍ତି। ବାସ୍ତବରେ, ଡାକ୍ତର ଟିମୋଥୀ କ୍ଲାର୍କ ସ୍ମିଥ୍‌ଙ୍କୁ ଜିଅନ୍ତା ପୋତିଦେବାର ଡର ଥିଲା। ଏଥିପାଇଁ ସେ ନିଜ କବରରେ ଏକ ଝରକା ମଧ୍ୟ ତିଆରି କରି ଦେଇଥିଲେ।

ଆମେରିକାର ଭରମୋଣ୍ଟ ରାଜ୍ୟରେ ଥିବା ନ୍ୟୁ ହୈଭନ ଅଞ୍ଚଳରେ ତିଆରି ହୋଇଛି ଚିର ସବୁଜ ସମାଧି କ୍ଷେତ୍ର। ଏହି କବରକୁ ନେଇ ନ୍ୟୁ ହୈଭନ, ଭରମୋଣ୍ଟର ଏଭରଗ୍ରୀନ୍‌ ସେମେଟ୍ରି ଆସୋସିଏଶନ ଅଧ୍ୟକ୍ଷ ରୋଜର ବୋଇସ୍‌ କହିଛନ୍ତି, ଡାକ୍ତର ସ୍ମିଥ୍‌ ମାଟି ତଳେ ଅଛନ୍ତି, ଯିଏ ସେଠି ଲମ୍ବା ସମୟ ବିତାଇ ସାରିଲେଣି।

ସେ କହିଛନ୍ତି, ‘ମୋତେ ଜଣାଅଛି କି ସେ ପୋତି ହୋଇ ରହିଛନ୍ତି ଏବଂ ସେଠାରେ କାଚର ପ୍ଲେଟ୍‌ ଲାଗିଛି। ଏକ ଛୋଟ ପାହାଡ଼ ଭିତରେ ତିଆରି ହୋଇଥିବା ତାଙ୍କ କବରରେ ଏକ ସିଡି ମଧ୍ୟ ଅଛି। ସମାଧି ସମୟରେ ଶବ ସହିତ ନିହଣ, ହାତୁଡ଼ି ଭଳି ଅସ୍ତ୍ର ରଖାଯାଇଥିଲା। ଏହାପଛରେ ଏହି ତର୍କ ଦିଆଯାଇଥିଲା କି, ଯଦି ସେ ତଳେ ବଞ୍ଚିଯିବେ, ତ ତାଙ୍କୁ ବାହାରକୁ ବାହାର କରିବାରେ ଏହା ସାହାଯ୍ୟ କରିବ’।

ପ୍ରସିଦ୍ଧ ଆମେରିକାନ୍‌ େଓ୍ଵବସାଇଟ vermonter.comରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଏହି ଡାକ୍ତରଙ୍କ ମୃତ୍ୟୁ ୧୮୯୩ ମସିହାରେ ହୋଇଥିଲା। ମାଟି ତଳେ ଦୁଇଟି କୋଠରୀ ବନାଯାଇଛି, ଯେଉଁଠି ସ୍ମିଥ୍‌ଙ୍କୁ ତାଙ୍କ ପତ୍ନୀଙ୍କ କବର ପାର୍ଶ୍ୱରେ ପୋତା ଯାଇଛି। ରିପୋର୍ଟ ମୁତାବକ, ସେହି ସମୟରେ ଏମିତି ବହୁତ ଲୋକ ଫୋବିୟାର ଶିକାର ହେଉଥିଲେ, ଯାହାଙ୍କୁ ଜିଅନ୍ତା ପୋତିଦେବାର ଡର ଘାରୁଥିଲା। ଏହି ଅଦ୍ଭୁତ ପ୍ରକାରର କବରକୁ ନେଇ ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରେ ଏକ ପ୍ରକାର କ୍ରେଜ୍‌ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.