ଶନିବାର ଦିନ ୩ଟାରୁ ୭ଟା ମଧ୍ଯରେ କରନ୍ତୁ ଏହି ଛୋଟ କାମ, ମାଲାମାଲ କରିବେ ପ୍ରଭୁ ବଜରଙ୍ଗବଲୀ

ଭଗବାନ ବଜରଙ୍ଗବଲୀଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ବିଶେଷ ପୂଜା କରାଯାଇଥାଏ। ମାନ୍ଯତା ରହିଛି ଯେଉଁ ବ୍ଯକ୍ତିଙ୍କ ଉପରେ ହନୁମାନଙ୍କ କୃପା ଦୃଷ୍ଟି ପଡିଥାଏ ସେହି ବ୍ଯକ୍ତିଙ୍କ ଜୀବନରୁ ସମସ୍ତ ଦୁଃଖ-କଷ୍ଟ ଦୂର ହୋଇଯାଇଥାଏ। ଯଦି ଆପଣମାନେ ମଧ୍ଯ ବହୁତ ଜଲଦି ବଜରଙ୍ଗବଲୀଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି ତେବେ ଶନିବାର ଦିନ ଅପରାହ୍ନ ୩ଟାରୁ ସଂଧ୍ଯା ୭ ଟା ମଧ୍ଯରେ ନିଜ ଘରେ ହିଁ ଏହି ଚମତ୍କାରୀ ଉପାୟ ନିଶ୍ଚୟ କରନ୍ତୁ।
ଯଦି ଆପଣ କୌଣସି ବଡ ସମସ୍ଯାରେ ଫସି ରହିଥାନ୍ତି ତେବେ ଶନିବାର ଦିନ ଅପରାହ୍ନ ୩ ଟାରୁ ସଂଧ୍ଯା ୭ ଟା ମଧ୍ଯରେ ଭଗବାନ ହନୁମାନଙ୍କ ଏହି ସିଦ୍ଧ ଚମତ୍କାରୀ ମନ୍ତ୍ରକୁ ୧୧୦୦ଥର ହନୁମାନଙ୍କ ନିକଟରେ ସୁଗନ୍ଧିତ ଧୂପ-ଦୀପ ଲଗାଇ ମନ୍ତ୍ର ଜପ କରନ୍ତୁ।
ମନ୍ତ୍ର: ।।ଓଁ ମହାବଲାୟ ବିରାୟ ଚିରଂଜିବିନ ଉଦତେ। ହାରିଣେ ବଜ୍ର ଦେହାୟ ଚୋଲାଂଗ୍ଧିତମହାବ୍ଯୟେ।।
ସେହିଭଳି ଯଦି କୌଣସି କଥାରେ ଆପଣଙ୍କୁ ବାରମ୍ବାର ଡର ଲାଗିଥାଏ ତେବେ ଶନିବାର ଦିନ ଅପରାହ୍ନ ୩ଟାରୁ ସଂଧ୍ଯା ୭ଟା ମଧ୍ଯରେ ନିଜ ଘରେ ପୂର୍ବ ଦିଗକୁ ମୁହଁ କରି ଏହି ମନ୍ତ୍ରକୁ ୭୦୦ ଥର ଜପ କରନ୍ତୁ।
ମନ୍ତ୍ର: ।।ଓଁ ହଂ ହନୁମତେ ନମଃ।।
ସମସ୍ତ ସଙ୍କଟରୁ ମୁକ୍ତି ପାଇବା ପାଇଁ ଆଜିର ଦିନରେ ଅପରାହ୍ନ ଠିକ୍ ୩ଟାରୁ ସଂଧ୍ଯା ୭ଟା ମଧ୍ଯରେ ପୂଜା ଘରେ ନାଲି ରଙ୍ଗର ଆସନରେ ବସି ହନୁମାନଙ୍କ ସିଦ୍ଧ ମନ୍ତ୍ର ୫୫୧ ଥର ଜପ କରିବା ସହ ୭ଥର ହନୁମାନ ଚାଳିଶା ପାଠ କରନ୍ତୁ।
ମନ୍ତ୍ର: ।।ଓଁ ନମୋ ହନୁମତେ ରୁଦ୍ରାବତାରାୟ ସର୍ବଶତ୍ରୁସଂହାରଣାୟ ସର୍ବରୋଗ ହରାୟ ସର୍ବବଶୀକରଣାୟ ରାମଦୁତାୟ ସ୍ବାହା।।
ଯଦି ଆପଣ କୌଣସି ଅସାଧ୍ଯ ରୋଗକୁ ନେଇ ଚିନ୍ତିତ ରହିଥାନ୍ତି ତେବେ ଶନିବାର ଦିନ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ। ଏଭଳି କରିବା ଦ୍ବାରା ଶତ୍ରୁଙ୍କ ବିନାଶ ହେବା ସହ ଆପଣ ରୋଗ ମୁକ୍ତ ହୋଇଥାନ୍ତି।
ମନ୍ତ୍ର: ।।ଓଁ ନମୋ ହନୁମତେ ରୁଦ୍ରାବତାରାୟ ସର୍ବଶତ୍ରୁସଂହାରଣାୟ ସର୍ବରୋଗ ହରାୟ ସର୍ବବଶୀକରଣାୟ ରାମଦୂତାୟ ସ୍ବାହା।।