ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ଚାହୁଁଥିଲେ, ସବୁଦିନ କଦଳୀ ଗଛ ମୂଳରେ ପାଣି ଦିଅନ୍ତୁ ଏବଂ…

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ କିଛି ନା କିଛି ସମସ୍ୟା ରହିଥାଏ। ଆଉ କିଛି ଅସୁବିଧା ଥାଉ କି ନଥାଉ କିନ୍ତୁ ଆର୍ଥିକ ସମସ୍ୟା ପ୍ରାୟ ସମସ୍ତଙ୍କ ପାଖରେ ରହିଥାଏ। ସମସ୍ତେ ସୁଖଶାନ୍ତିରେ ଜୀବନ ବିତାଇବାକୁ ଚାହାନ୍ତି। ଏଣୁ ଟଙ୍କା ଉପାର୍ଜନ କରିବାକୁ ଆପ୍ରାଣ ଉଦ୍ୟମ କରିଥାନ୍ତି। ଯଦି ଆପଣ ବି ଧନ ଅର୍ଜନ କରିବାକୁ ଚାହୁଁଛନ୍ତି, ତେବେ କେତେକ ସରଳ ଉପାୟ ରହିଛି, ଯାହାକୁ ଆପଣାଇ ଆପଣ ଧନବାନ ହୋଇପାରିବେ। ଆସନ୍ତୁ ଜାଣିବା କ’ଣ ସେହି ଉପାୟ…

ଘରେ ରାନ୍ଧି ସାରିବା ପରେ ପ୍ରଥମେ ଗାଈ ଓ କୁକୁରଙ୍କ ପାଇଁ ଖାଇବା ଅଲଗା କାଢ଼ି ରଖନ୍ତୁ। ପରେ ତାହାକୁ ସେମାନଙ୍କୁ ଖୁଆନ୍ତୁ। ଏଭଳି କରିବା ଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ସବୁ ବେଳେ ଉତ୍ତର ଦିଗକୁ ମୁହଁ କରି ଭୋଜନ କରନ୍ତୁ। ଏଭଳି କରିବା ଦ୍ୱାରା ଧନ ସହ ଆୟୁ ମଧ୍ୟ ବୃଦ୍ଧି ହୋଇଥାଏ।

ଲକ୍ଷ୍ମୀଙ୍କ କୃପା ପାଇବାକୁ ପ୍ରତିଦିନ କଦଳୀ ଗଛ ମୂଳରେ ପାଣି ଦିଅନ୍ତୁ ଓ ଘିଅ ଦୀପ ଜଳାନ୍ତୁ। ପ୍ରତିଦିନ ସମ୍ଭବ ହେଉନଥିଲେ ଗୁରୁବାର ନିଶ୍ଚୟ କରନ୍ତୁ।

ପୂଜା ବେଳେ ଲକ୍ଷ୍ମୀଙ୍କୁ ଯେଉଁ ଅକ୍ଷତ ଚଢ଼ାଉଛନ୍ତି, ତାହାକୁ ଏକ ଛୋଟ କାଗଜରେ ପୁଡ଼ିଆ କରି ପର୍ସରେ ରଖନ୍ତୁ। କୁହାଯାଏ, ଏମିତି କରିବା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହୁଏ।

ପ୍ରତି ଗୁରୁବାର ତୁଳସୀ ମୂଳରେ ଦୁଧ ଅର୍ପଣ କରନ୍ତୁ। ସମସ୍ତ ଆର୍ଥିକ ସମସ୍ୟା ଦୂର ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.