ଦୁନିଆରେ ପ୍ରଥମଥର ପାଇଁ ପ୍ରସ୍ତୁତ ହୋଇଛି ଏହି ଏଟିଏମ୍ କାର୍ଡ ‘ରାରିସ’, ଯାହାକୁ ତିଆରି ପାଇଁ ବ୍ୟବହାର କରାଯାଇଛି କେବଳ ସୁନା

ଏଟିଏମ୍ କାର୍ଡର ବ୍ୟବହାର ଆପଣମାନେ ତ ନିଶ୍ଚିତ କରୁଥିବେ। ଏହା ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଗଲାଣି। ଏହି ଏଟିଏମ୍ କାର୍ଡ ଆମ ବ୍ୟାଙ୍କିଂ କାମକୁ ସରଳ କରିଦେଇଛି। ଆମ୍ଭେମାନେ ଏହା ଉପରେ ସଂପୂର୍ଣ୍ଣ ଭାବେ ନିର୍ଭର କରିଗଲେଣି। ଯେଉଁଭଳି ଏଟିଏମ୍ ଆମକୁ ବଦଳାଇ ଦେଇଛି, ସେ ମଧ୍ୟ ନିଜେ ସେପରି ପରିବର୍ତ୍ତନ ହୋଇଛି। ନିକଟରେ ଏପରି ଏକ ଏଟିଏମ୍ କାର୍ଡ ପ୍ରସ୍ତୁତ ହୋଇଛି, ଯାହା ସଂପୂର୍ଣ୍ଣ ରୂପେ ସୁନାରେ ତିଆରି ହୋଇଛି।
ସୁନାର ଏହି ଏଟିଏମ୍ କାର୍ଡକୁ ବନାଇବା ପାଇଁ ୧୮ କ୍ୟାରେଟ ସୁନାର ବ୍ୟବହାର କରାଯାଇଛି। ଯିଏବି ଏହି ଏଟିଏମ୍ କାର୍ଡକୁ ନେବ , କାର୍ଡ ଉପରେ ତାଙ୍କର ସାଇନ ରହିବ। ଏହି ଏଟିଏମ୍ କାର୍ଡର ବ୍ୟବହାର କରିବା ଦ୍ୱାରା ଆପଣଙ୍କୁ କିଛି ବି ଟ୍ରାନଜାକ୍ସନ ଫି ଦେବାକୁ ପଡିବ ନାହିଁ। ଏହା ଦୁନିଆର ପ୍ରଥମ ଏଟିଏମ୍ କାର୍ଡ, ଯାହା ସୁନାରେ ତିଆରି ହୋଇଛି।
ସୂଚନାଯୋଗ୍ୟ ଏହି ଏଟିଏମ୍ କାର୍ଡ ବ୍ରିଟିଶ ସରକାରଙ୍କ ସ୍ୱଚାଳିତ କମ୍ପାନୀ ‘ ଦ ରୟାଲ ମିଣ୍ଟ’ ପ୍ରସ୍ତୁତ କରିଛି। ସୁନାରେ ତିଆରି ଏହି ଏଟିଏମ୍ କାର୍ଡର ମୂଲ୍ୟ ୧୮,୭୫୦ ୟୁରୋ ରହିଛି। ଭାରତୀୟ ଟଙ୍କା ହିସାବରେ ଏହା ୧୪ ଲକ୍ଷ ୭୦ ଟଙ୍କାରୁ ଅଧିକ ହେବ। କମ୍ପାନୀ ଏହାକୁ ସୀମିତ ଗ୍ରାହକଙ୍କୁ ପ୍ରଦାନ କରିବ।
ସୁନାରେ ତିଆରି ଏହି ଏଟିଏମ୍ କାର୍ଡ ଏକପ୍ରକାର ଡେବିଟ କାର୍ଡ। ଏହାର ନାମ ‘ରାରିସ’ ରଖାଯାଇଛି। ଏହି ଏଟିଏମ୍ କାର୍ଡ ରଖିବା ପାଇଁ ଏକ ସ୍ୱତନ୍ତ୍ର ପ୍ରକାର ଆକାଉଣ୍ଟ ମଧ୍ୟ ରହିବା ଦରକାର।
ଏହାସହ ପଢ଼ନ୍ତୁ ; ବିବାହରେ ବାଧା ଏବଂ ନିସନ୍ତାନ ଅଛନ୍ତି କି ? ବୁଲି ଆସନ୍ତୁ ଏହି ମନ୍ଦିରରେ ପୂର୍ଣ୍ଣ କରନ୍ତୁ ଆପଣଙ୍କ ମନୋସ୍କାମନା
ଦୁନିଆର ପ୍ରଥମ ଥର ପାଇଁ ନିର୍ମିତ ଏହି ଏଟିଏମ୍ କାର୍ଡକୁ ଏପର୍ଯ୍ୟନ୍ତ ଲଞ୍ଚ କରାଯାଇନାହିଁ। ଏହି କାର୍ଡକୁ ପ୍ରସ୍ତୁତ କରିଥିବା କମ୍ପାନୀ ‘ ଦ ରୟାଲ ମିଣ୍ଟ’ର ପାର୍ଟନରଶିପ ମୁଖ୍ୟ ସିମନ ବ୍ରାଡଲୀ କହିଛନ୍ତି, ଏହି କାର୍ଡକୁ ନେଇ ସେମାନେ ବେଶ୍ ଖୁସି ଏବଂ ଉତ୍ସାହିତ ରହିଛନ୍ତି।