ଆମେରିକା ରାସ୍ତା କଡରେ ବସି ‘ହରେ ରାମ ହରେ କୃଷ୍ଣ’ ଜପିବାରେ ଲାଗିଛନ୍ତି ଭକ୍ତ, ହୃଦୟକୁ ଛୁଇଁଗଲା ଏହି ଭିଡିଓ

ଭାରତବର୍ଷରେ ଭଗବାନ ଶ୍ରୀକୃଷ୍ଣଙ୍କର ଅନେକ ଭକ୍ତ ଅଛନ୍ତି। ଦେଶର ପ୍ରତି ରାଜ୍ୟ ଏବଂ ସହରରେ ଇସ୍କନ ମନ୍ଦିର ଅଛି, ଯେଉଁଠି ଲକ୍ଷ ଲକ୍ଷ ଭକ୍ତ ଦିନରାତି, ସକାଳେ ସନ୍ଧ୍ୟାରେ ‘ହରେ ରାମ, ହରେ କୃଷ୍ଣ’ ଜପ କରିଥାନ୍ତି। ଇସ୍କନ ମନ୍ଦିର କେବଳ ଭାରତରେ ନୁହେଁ, ବରଂ ଦୁନିଆର ବିଭିନ୍ନ ଦେଶରେ ମଧ୍ୟ ସ୍ଥାପିତ କରାଯାଇଛି। ଏବେ ସୋସିଆଲ ମିଡିଆରେ ଏମିତି ହିଁ ଏକ ଭିଡିଓ ଖୁବ ଭାଇରଲ ହେଉଛି।

ଏହି ଭାଇରଲ ଭିଡିଓରେ ଦେଖାଯାଉଛି କି, ରାସ୍ତା କଡରେ ବସି କିଛି ବିଦେଶୀ ଭକ୍ତ ‘ହରେ ରାମ, ହରେ କୃଷ୍ଣ’ ଜପ କରୁଛନ୍ତି। ଇନଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡିଓରେ କୁହାଯାଇଛି, ଆମେରିକାର ୱାଶିଙ୍ଗଟନରେ ଥିବା ସ୍କ୍ୱାୟର ପାର୍କରେ ଜୟ ଜଗନ୍ନାଥ ପ୍ରଭୁ କୀର୍ତ୍ତନ କରାଯାଉଛି। ଏହି ସମୟରେ ପାଖରେ ଯିବା ଆସିବା କରୁଥିବା ଲୋକେ ମଧ୍ୟ ଅଟକି ଯାଉଛନ୍ତି ଏବଂ ସାଥୀରେ ‘ହରେ ରାମ, ହରେ କୃଷ୍ଣ’ ଜପ କରିବାକୁ ଲାଗୁଛନ୍ତି।

ନ୍ୟୁ ୟର୍କ ହରିନାମ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ସେୟାର କରାଯାଇଛି, ଯାହାକୁ ଲୋକେ ଖୁବ ପସନ୍ଦ ମଧ୍ୟ କରିଛନ୍ତି। ହଜାର ହଜାର ୟୁଜର ଏହାକୁ ଲାଇକ କରିଛନ୍ତି। ଭିଡ଼ିଓଟି ଲୋକଙ୍କ ହୃଦୟକୁ ପୂରା ଛୁଇଁ ଯାଇଛି।

 

View this post on Instagram

 

A post shared by NYC HARINAM (@nyc_harinam)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.