ଏବେ ଭୁଲିଯାଆନ୍ତୁ ଟ୍ରେନ ଆଉ ଫ୍ଲାଇଟ କାରଣ ଏବେ ବସରେ କରିପାରିବେ ବିଦେଶ ଭ୍ରମଣ, ୭୦ଦିନରେ ୧୮ଦେଶ

ଆମେ ଜାଣିଛେ ଦୁନିଆରେ ବହୁତ ଲୋକେ ଅଛନ୍ତି ଯେଉଁମାନେ ବୁଲିବାକୁ ବହୁତ ପସନ୍ଦ କରନ୍ତି । ଆଉ କୋଉଠି ବି ବେଶୀ ସମୟ ରହିବାକୁ ଏଭଳି ଲୋକେ ପସନ୍ଦ କରନ୍ତି ନାହିଁ । କିଛି ଲୋକଙ୍କର ତ ଏପରି ଲକ୍ଷ୍ୟ ଥାଏ କି ବଞ୍ଚିଥିବା ଭିତରେ ସବୁ ସ୍ଥାନ ବୁଲିଯିବେ । ଟୁର ଟ୍ରାଭେଲ ହିଁ ସେମାନଙ୍କର ଗୋଟିଏ ଲକ୍ଷ୍ୟ । ହେଲେ ବୁଲିବାକୁ ହେଲେ ଗାଡିର ଆବଶ୍ୟକତା ତ ପଡିବ । କିନ୍ତୁ ଯଦି ଆପଣ ଦେଶ ବାହାରକୁ ଯିବା କଥା ଚିନ୍ତା କରୁଛନ୍ତି ତେବେ ଟ୍ରେନ ଅଥବା ଫ୍ଲାଇଟ ଭରଷ ।। ହେଲେ ଆପଣ କଣ ଜାଣନ୍ତି ଦେଶ ଦେଶ ଭିତରେ ବି ଚାଲୁଛି ବସ । ଆପଣ ଭାବୁଥିବେ ଆମେ ଜୋକ କରୁଛୁ । କିନ୍ତୁ ଏହା ସତ ।

ଆଡଭେଞ୍ଚର ଓଭରଲ୍ୟାଣ୍ଡ ନାମର କମ୍ପାନୀ ବସ ଦିଲ୍ଲୀ ରୁ ଲଣ୍ଡନ ମଧ୍ୟରେ ଚାଲୁଛି । ଆପଣ ଭାବୁଥିବେ କି ଏହା କିପରି ସମ୍ଭବ । ଏହା ଏଥିପାଇଁ ସମ୍ଭବ ହେଉଛି କାରଣ ଏହି ବସ ଏପରି ରୁଟ ନେଉଛି ଯେଉଁଟି ରାସ୍ତା ତିଆରି ହୋଇଛି । ଆପଣଙ୍କୁ ଜାଣି ଆଶ୍ଚର୍ଯ୍ୟ ଲାଗିବ କି ଏହି ପୁରା ଯାତ୍ରା ଭିତରେ ୧୮ଟି ଦେଶ ହେଇ ବସ ଯିବ । ୨୦ହଜାର କିଲୋମିଟର ଯାତ୍ରା କରୁଥିବା ଏହି ବସର ଯାତ୍ରା ସମୟ ୭୦ଦିନ ମଧ୍ୟରେ ପୁରା ହୋଇଥାଏ ।

ଏକ ରିପୋର୍ଟ ହିସାବରେ ଏହି ବସରେ ଯାତ୍ରା କରୁଥିବା ଲୋକଙ୍କୁ ବହୁତ ସୁନ୍ଦର ଅନୁଭବ ହୋଇଥାଏ । ଏହି ରାସ୍ତା ମାନଙ୍କରେ ଏଭଳି ସୁନ୍ଦର ସ୍ଥାନ ଗୁଡିକ ଦେଖିବାକୁ ମିଳିଥାଏ ଯାହା ଏହି ଯାତ୍ରାକୁ ଆହୁରି ସୁନ୍ଦର ଓ ଖାସ ବନାଇଥାଏ । ବସକୁ ଅନେକ ଦେଶରେ ରୋକାଯାଇଥାଏ । ସେଗୁଡିକ ମଧ୍ୟରେ ଋଷ, ପୋଲାଣ୍ଡ, ଜର୍ମାନୀ, ବେଲଜିୟମଭଳି ଦେଶ ଅନ୍ତର୍ଭୁକ୍ତ । କାଜିକିସ୍ତାନ, ଚିନ, ମିଆମାର, ଲାଓସ ଓ ଥାଇଲାଣ୍ଡ ଭଳି ଦେଶ ଏହି ଯାତ୍ରାରେ ପଡିଥାଏ । ଆପଣଙ୍କୁ କହିରଖୁଛୁ କି ଏହି ପୁରା ଯାତ୍ରାର ଖର୍ଚ୍ଚ ଜଣେକା ୧୫ ଲକ୍ଷ୍ୟ ହୋଇଥାଏ ।

ବସ ୱେବସାଇଟରେ କୁହାଯାଇଛି କି ଯାତ୍ରା ସମୟରେ ଲୋକଙକ୍‌ୁ ମିଆଁମାରର ଖାସ ପଗୋଡା କୋଠା ଦେଖିବାକୁ ମିଳିବ । ଚେଙ୍ଗଡୁରେ ଖାସ ପାଣ୍ଡା ପ୍ରଜାତି ଦେଖାଯିବେ । ଲୋକେ ଗ୍ରାଟ ୱାଲ ଅଫ ଚାଇନା ଉପରେ ହାଇକିଙ୍ଗ କରିପାରିବେ । ଉଜବେକିସ୍ତାନରେ ତାସକନ୍ତ, ବୁଖାରା ଭଳି ଐତିହାସିକ ଶହର ମଧ୍ୟ ବୁଲିପାରିବେ । ଏମିତିକି .ୁରୋପରେ ପ୍ରାଗ, ବ୍ରୁସେଲ୍ସ, ଫ୍ରେଙ୍କଫଟ ଭଳି ସହର ମଧ୍ୟ ବୁଲିପାରିବେ । କମ୍ପାନୀ ଫାଉଣ୍ଡର ସଂଜୟ ମଦନ ଓ ତୁଷାର ଅଗ୍ରୱାଲ କହିଛନ୍ତି କି ସମସ୍ତ କାଗଡ ପତ୍ର କାମ ସହ ପର୍ମିଟର ମଧ୍ୟ ଦାୟିତ୍ୱ ସେ ନେଇଥାନ୍ତି । ଯାହା ଦ୍ୱାର ଯାତ୍ରା କରୁଥିବା ଲୋକଙ୍କୁ ଏସବୁ ପାଇଁ ଚିନ୍ତା କରିବାକୁ ପଡିବ ନାହିଁ । ଏହି କମ୍ପାନୀର ଗୋଟିଏ ବସ ଭାରତରୁ ସିଙ୍ଗାପୁରକୁ ମଧ୍ୟ ଚାଲୁଛି । ଯାହା ୫ଟି ଦେଶ ସହ ୨୦ଦିନର ଯାତ୍ରା ।

ତେବେ ବନ୍ଧୁ ଏମିତି ଯଦି ବୁଲିବାକୁ ସୁଯୋଗ ମିଳେ ତେବେ କିଏ ବା ହାତ ଛଡା କରିବ । କିନ୍ତୁ ଏ ଯାତ୍ରା ସମସ୍ତଙ୍କ ପାଇଁ ଆଫର୍ଡେବଲ ହୋଇନପାରେ । ହଁ ଯଦି ବ୍ୟକ୍ତିଟିର ଇଚ୍ଛା ଓ ଲକ୍ଷ୍ୟ କେବଳ ଗୋଟିଏ ଆଉ ତାହା ବୁଲିବା ତେବେ ତ ଏହା ନିଶ୍ଚୟ ତାଙ୍କ ପାଇଁ ଖୁସିର କଥା ଓ ଏହା ବେଶ ସହାୟକ ବି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.