Categories: ସ୍ପେଶାଲ

ଯୁବ ଇଞ୍ଜିନିୟରଙ୍କର ପ୍ରକୃତି ପ୍ରେମ : ଏକା ଲଗାଇଲେ ୫୪ ହଜାର ଗଛ !

ଉତ୍ତରାଖଣ୍ଡରରେ ରହୁଥିବା ଜଣେ ଇଞ୍ଜିନିୟର କୌଣସି ଫାର୍ମ କରି ନୁହେଁ, ବରଂ ଚର୍ଚ୍ଚାକୁ ଆସିଛନ୍ତି ଜଙ୍ଗଲ ତିଆରି କରି । ଗୋଟିଏ କି ୨ଟି ନୁହେଁ, ଆପଣ ଜାଣି ଆଶ୍ଚର‌୍ୟ୍ୟ ହେବେ ଏହି ଇଞ୍ଜିନିୟର, ଏକୁଟିଆ ତିଆରି କରିଛନ୍ତି , ୪୮ଟି ଜଙ୍ଗଲ ।

ପ୍ରକୃତିର ପରମ ବନ୍ଧୁ ସିଏ । ପରିବେଶର ସେବକ । ଯାହାଙ୍କ ପରିଶ୍ରମ ଓ ଇଚ୍ଛା ଶକ୍ତି ବଳରେ ଆଜି ପ୍ରକୃତି କୋଳରେ ଜନ୍ମ ନେଇଛି , ଗୋଟିଏ କି ୨ଟି ନୁହେଁ ୪୮ଟି ଜଙ୍ଗଲ। ସେ ହେଉଛନ୍ତି ଉତ୍ତରାଖଣ୍ଡର ଶୁଭେନ୍ଦୁ ଶର୍ମା । ପେଷାରେ ଶୁଭେନ୍ଦୁ ଜଣେ ଇଞ୍ଜିନିୟର। ହେଲେ ମନର କୋଣ ଅନୁକୋଣରେ ତାଙ୍କର ପ୍ରକୃତି ପ୍ରତି ଅଜଶ୍ର ଦରଦ । ସେଥିପାଇଁ ତ ଆଜି ସେ ଏକାକୀ ହିଁ ସାରା ଭାରତରେ ଠିଆ କରିଚାଲିଛନ୍ତି ଗୋଟିଏ ପରେ ଗୋଟିଏ ଜଙ୍ଗଲ । ତା ବି ମାତ୍ର ୪ ବର୍ଷରେ ।

ଶୁଭେନ୍ଦୁ ଜଣେ ଇଞ୍ଜିନିୟର ଭାବେ ଜାପାନ ଟୋୟୋଟାର ଏକ ପ୍ଳାଣ୍ଟରେ କାମ କରୁଥିଲେ । ଗୋଟିଏ ଦିନ ପ୍ଳାଣ୍ଟରେ କାମ କରୁଥିବା ବେଳେ ତାଙ୍କ ପାଖକୁ ଜାପାନର ଜଣେ ପରିବେଶବିତ୍ ଅକିରା ମିୟାବାକି ଆସିଲେ । ମିୟାବାକିଙ୍କୁ ସାକ୍ଷାତ କରିବା ପରେ ଶୁଭେନ୍ଦୁଙ୍କ ଲାଇଫ୍ ଯେମିତି ଏକ ଅଲଗା ଟ୍ରାକ୍କୁ ଚାଲିଗଲା ।

ମିୟାବାକି ଟୋୟୋଟାରେ ଜଙ୍ଗଲ ତିଆରି କରିବାକୁ ଆସିଥିଲେ । ସାଧାରଣତଃ ଗୋଟିଏ ଜଙ୍ଗଲ ତିଆରି ହେବାକୁ ପାଖାପାଖି ୧୦୦ ବର୍ଷ ସମୟ ଲାଗେ । ହେଲେ ୮୬ ବର୍ଷିୟ ମିୟାବାକି ଶିଖାଇଥିଲେ, କେମିତି ଦଶ ଗୁଣା ସ୍ପିଡ୍ରେ ୧୦ ବର୍ଷ ମଧ୍ୟରେ ଜଙ୍ଗଲ ଠିଆ କରାଯାଇପାରିବ । ମିୟାବାକି ସାରା ବିଶ୍ୱରେ ୪ କୋଟି ଗଛ ଲଗାଇବା କଥା ଜାଣିବା ପରେ, ଶୁଭେନ୍ଦୁ ବି ମନରେ ଜିଦ୍ ଧରିଲେ ଜଙ୍ଗଲ ତିଆରି କରିବାକୁ । ମିୟାବାକିଙ୍କ କାର‌୍ୟ୍ୟଶୈଳୀ ତାଙ୍କୁ ଖୁବ ପ୍ରଭାବିତ କରିଥିବାରୁ ଶୁଭେନ୍ଦୁ ତାଙ୍କୁ ଅନୁସରଣ କଲେ ।

ଶୁଭେନ୍ଦୁ ଏହାର ଉପଯୋଗ ପ୍ରଥମେ ନିଜ ଘରେ କଲେ । ଉତ୍ତରାଖଣ୍ଡ ସ୍ଥିତ ଘର ପଛପଟେ ୯୩ ବର୍ଗ ମିଟର ବଗିଚାରେ ସେ ଗଛ ଲଗାଇବା ଆରମ୍ଭ କଲେ । ଗୋଟିଏ ବର୍ଷରେ ୪୨ ପ୍ରଜାତିର ୩ଶହ ଗଛ ଲଗାଇବାରେ ସଫଳ ହେଲେ ଶୁଭେନ୍ଦୁ । ଏହାପରେ ତାଙ୍କ ଭିତରେ ଜଙ୍ଗଲ ତିଆରି କରିବାର ଜୋଶ ବଢିଲା । ଚାକିରି ଭିତରେ ରହି ଏସବୁ କାମ କରିବା ସମ୍ଭବ ନଥିଲା କି ଭଲ ସାଲେରୀ ଥିବା ଚାକିରି ଛାଡିବା ବି ତାଙ୍କ ପାଇଁ ସହଜ ନଥିଲା । ସାହାସ କରି ୨୦୧୧ରେ ଶୁଭେନ୍ଦୁ ଚାକିରୀ ଛାଡି ଦିଅନ୍ତି । ଆଉ ଗୋଟିଏ ବର୍ଷ ପର‌୍ୟ୍ୟନ୍ତ ଭାରତୀୟ ମାଟି ଓ ପରିବେଶକୁ ନେଇ ଖାଲି ରିସର୍ଚ କରନ୍ତି ।

ବହୁ ପ୍ଳାନିଂ ଓ ରିସର୍ଚ ପରେ ଜାଣିଲେ, ଏହି କାମରେ ବହୁତ ସମୟ ଓ ଦେଖାଶୁଣାର ଆବଶ୍ୟକ । ସେଥିପାଇଁ ଏମିତି କିଛି ବିଜନେସ୍ ମଡେଲ କରିବାକୁ ହେବ, ଯାହା ବହୁତ ଶସ୍ତା ଥିବ, ଆଉ ସେଥିରୁ କମ୍ପାନୀର କାମ ବି ହୋଇଯାଉଥିବ । ଏତିକିବେଳେ ଜନ୍ମ ନେଲା ଏଫାରେଷ୍ଟ । ଦେଢ ଶହ ଟଙ୍କାରେ ପ୍ରତି ବର୍ଗଫୁଟରେ କାମ କରିବାର ଫର୍ମୁଲା ବାହାର କଲେ ଶୁଭେନ୍ଦୁ । ଯାହା ମିୟାବାକିଙ୍କ ଟେକ୍ନିକ ତୁଳନାରେ ଅତ୍ୟଧିକ ଶସ୍ତା ଥିଲା । ଏବେ ପର‌୍ୟ୍ୟନ୍ତ ଶୁଭେନ୍ଦୁ ୪୮ଟି ଜଙ୍ଗଲ ସୃଷ୍ଟି କରି ୫୪ ହଜାର ଗଛ ଲଗାଇସାରିଲେଣି ।

ନିଜର ସବୁ ଇନ୍ଫରମେସନ ସେୟାର କରିବାକୁ ଶୁଭେନ୍ଦୁ ଏକ ୱେବସାଇଟ୍ ତିଆରି କରିଛନ୍ତି । ଆଗକୁ ମାଟିର ପରୀକ୍ଷା କରିବାକୁ ଜିପିଏସ୍ ଆଧାରିତ ଏକ ସଫ୍ଟୱେୟର ତିଆରି କରିବାକୁ ବି ସେ ଯୋଜନା ରଖିଛନ୍ତି । ଯାହାଦ୍ୱାରା ଜଙ୍ଗଲ ବୃଦ୍ଧି ଉପରେ ଦୃଷ୍ଟି ରଖାଯାଇପାରିବ । ଆଉ ସବୁ ବିଧି ପାଳନ କରି କୌଣସି ବି ଜଙ୍ଗଲ ତିଆରି କରାଯାଇପାରିବ ।

ଶୁଭେନ୍ଦୁ ନିଜର ଏହି ଟେକ୍ନିକକୁ ସାରା ଦୁନିଆରେ ବିସ୍ତାର କରିବା ପାଇଁ ସୋର୍ସ ବେଷ୍ଟ ପ୍ଳାଟଫର୍ମର ବ୍ୟବହାର କରିବାକୁ ବିଚାର କରୁଛନ୍ତି । ସେ କୁହନ୍ତି ଯଦି ତାଙ୍କ ଟେକ୍ନିକ ସାରା ଦୁନିଆରେ ବିସ୍ତାର ହୋଇଯିବ ଆଉ ଲୋକ ଯଦି ଏହାକୁ ଗ୍ରହଣ କରିବେ ତାହାଲେ ଏକ୍ଷକ୍ଟଭବକ୍ଷ ଡବକ୍ସଜ୍ଞସଦ୍ଭଶର ବିପଦରୁ ତ୍ରାହି ମଳିପାରିବ । ଥରେ ଚିନ୍ତା କରନ୍ତୁ , ଶୁଭେନ୍ଦୁଙ୍କ ଏହି ଲକ୍ଷ୍ୟ ଯଦି ପୂରଣ ହୋଇଯାଏ, ସାରା ଜୀବ ଜଗତ ଏହା ଦ୍ୱାରା କେତେ ଉପକୃତ ହେବ ।

KNews Bureau

Recent Posts

ଆଜି ଶ୍ରୀମୁଖ ଫିଟା ନୀତି, ଆସନ୍ତାକାଲିଠୁ ଫୁଲୁରି ତେଲ ଲାଗି ହୋଇ ସୁସ୍ଥ ଅନୁଭବ କରିବେ ମହାପ୍ରଭୁ

ପୁରୀ: ମହାପ୍ରଭୁଙ୍କ ଅନବସର ନୀତିର ଆଜି ପଞ୍ଚମ ଦିନ । ଚାଲିଛି ପ୍ରଭୁଙ୍କ ସେବା ପୂଜା । ଆଜି ମହାପ୍ରଭୁଙ୍କ…

6 mins ago

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

14 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

16 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

24 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

49 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

58 mins ago