ଘର ଭିତରେ ଥିବା ଟେବୁଲ୍ ତଳେ ଲୁଚି ରହିଥିବା ବିରାଟ ଅହିରାଜକୁ ଉଦ୍ଧାର କଲା ବନ ବିଭାଗ, ଥରେ ନଜର ପକାନ୍ତୁ ଏହି ଛାତିଥରା ଭିଡିଓ ଉପରେ

ଉତ୍ତରପ୍ରଦେଶ: ଘର ଭିତରୁ ଉଦ୍ଧାର ହେଲା ବିରାଟ ଅହିରାଜ । ଏଭଳି ଏକ ଛାତିଥରା ଘଟଣା ଘଟିଛି ଉତ୍ତରପ୍ରଦେଶରେ । ଯାହାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ନୈନିତାଲରେ ଜଣଙ୍କ ଘରୁ ଏହି ବିଷାକ୍ତ ଅହିରାଜ ସାପକୁ ବନ ବିଭାଗର ରାପିଡ୍ ରେସପନ୍ସ ଟିନ୍ ଉଦ୍ଧାର କରୁଥିବା ଦେଖିବାକୁ ମିଳିଛି ।

ତେବେ ଭାରତୀୟ ବନ ସେବା ଅଧିକାରୀ ଆକାଶ ବର୍ମା ନିଜର ଟ୍ବିଟର ପେଜରେ ଏହି ଭିଡିଓକୁ ସେୟାର କରିଛନ୍ତି । ସେ ଏହି ଘଟଣାର ସମସ୍ତ ଶ୍ରେୟ ଡିଏଫଓଙ୍କୁ ଦେଇଛନ୍ତି । ସୂଚନା ଅନୁଯାୟୀ, ଏନେଇ ଖବର ପାଇବା ପରେ ତୁରନ୍ତ ବନ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘର ଭିତର ଟେବୁଲ ତଳେ ଲୁଚି ରହିଥିବା ସାପକୁ କାବୁ କରିଥିଲେ ।

ଏହାପରେ ଉକ୍ତ ଅହିରାଜକୁ ଏକ ମୁଣା ଭିତରେ ଭର୍ତ୍ତି କରି ବାନ୍ଧି ଦେଇଥିଲେ। ସବୁଠାରୁ ଆଶ୍ଚର୍ଯ୍ଯର କଥା ସାପଟିକୁ ମୁଣା ଭିତରେ ପୁରାଇବାବେଳେ ଉକ୍ତ ଅହିରାଜଟି ସାପ ଧରାଳୀଙ୍କ ଗଳାରେ ଗୁଡାଇ ହୋଇଯାଇଥିଲା । ତେବେ ବିରାଟ ଅହିରାଜକୁ ଦେଖିବା ପାଇଁ ଘଟଣାସ୍ଥଳରେ ଭିଡ ଜମିଯାଇଥିଲା ।

ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ:

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.