ବିନା ଚପଲରେ ବଢ଼ିଆ ବ୍ୟାଟିଂ କରୁଛି କୁନି ପିଲାଟି, ଭିଡିଓ ଦେଖିଲେ ମନେ ପଡିଯିବେ ତେନ୍ଦୁଲକର

ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେଉଛି। ପୂର୍ବ କ୍ରିକେଟର ଏବଂ ଚର୍ଚ୍ଚିତ ହିନ୍ଦୀ କମେଣ୍ଟର ଆକାଶ ଚୋପ୍ରା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଯାହା ଲୋକଙ୍କ ହୃଦୟକୁ ଖୁବ୍ କିଣିନେଉଛି। ଏହି ଭିଡିଓରେ ଜଣେ ଛୋଟ ଶିଶୁ ବଢ଼ିଆ ଅନ୍ଦାଜରେ କ୍ରିକେଟ ଖେଳୁଥିବା ଦେଖିବାକୁ ମିଳୁଛି। ବିନା ଚପଲରେ ପିଲାଟି ମାରୁଛି ଜବରଦସ୍ତ ସଟ୍। ଏହି ଭିଡିଓକୁ ଦେଖି ଲୋକେ କହୁଛନ୍ତି ଯଦି ଆପଣଙ୍କୁ ଉଡିବାର ଅଛି ତାହେଲେ ଜୋତା ନୁହେଁ ଡେଣା ଥିବା ଦରକାର।
ଏହି ଭିଡିଓକୁ ଆକାଶ ଚୋପ୍ରା ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ ସେୟାର କରିବାର କିଛି ସମୟ ମଧ୍ୟରେ ଭିଡିଓଟି ଖୁବ୍ ଭାଇରାଲ ହୋଇଯାଇଥିଲା। ଏହାସହିତ ଅନେକ ୟୁଜର୍ସ ପିଲାଟିର ଜବରଦସ୍ତ ବ୍ୟାଟିଂ ଦେଖି ଖୁବ୍ ପ୍ରଶଂସା କରୁଛନ୍ତି।
ଏହି ପିଲାଟିର ଏମିତି ଜବରଦସ୍ତ ସଟ୍ ଦେଖି ଲୋକେ ସଚିନ ତେନ୍ଦୁଲକରଙ୍କ କଥା ମନେ ପକାଉଛନ୍ତି। ଏହି ଭିଡିଓଟି ସୋସିଆଳ ମିଡିଆରେ ଖୁବ୍ ଭାଇରାଲ ହେଉଛି।
No shoes. No problem. #AakashVani pic.twitter.com/n9MPuFa8KO
— Aakash Chopra (@cricketaakash) October 3, 2020