ପୃଥିବୀ ପୃଷ୍ଠରେ ଆମେ ଚାହୁଁଛୁ ଶାନ୍ତି , ସମୟ ଆସିଲେ ନିଶ୍ଚିତ ଦେଖା ଦେବୁ କହିଛନ୍ତି ଏଲିଏନ୍ସ : ଇସ୍ରାଏଲ ବୈଜ୍ଞାନିକ ଖୋଲିଲେ ରହସ୍ୟ

ଆପଣ ଜାଣିଛନ୍ତି ବର୍ତ୍ତମାନ ଏଲିଏନଙ୍କୁ ନେଇ ଅନେକ ପ୍ରକାର ରିସର୍ଚ୍ଚ ଚାଲିଛି । ଏମିତିକି ଏହି ପ୍ରାଣୀକୁ ନେଇ ବିଭିନ୍ନ ବୈଜ୍ଞାନିକମାନଙ୍କର ଭିନ୍ନ ଭିନ୍ନ ମତ ମଧ୍ୟ ରହିଛି । ଏମିତିକି ଆପଣ ଜାଣିଥିବେ କିଛି ଦିନ ପୂର୍ବରୁ ଚୀନ ର ଆକାଶରେ ଏମାନଙ୍କର ବଳୟ ଦେଖିଥିବାର ଜଣେ ପାଇଲଟ ଦାବି କରିଥିଲେ ଓ ଏହା ସହିତ ସେ ସେହି ଏଲିଏନଙ୍କ ବଳୟକୁ ଫୋନରେ ମଧ୍ୟ କ୍ୟାପଚର କରିଥିଲେ । ଏଲିଏନଙ୍କ ବଳୟ ଘୁରୁଥିବାର ଭିଡିଓ ମଧ୍ୟ କରିଥିଲେ , ଯେଉଁ ଭିଡିଓ ଖୁବ ଭାଇରାଲ ହୋଇଥିଲା । ଏହା ପର ଠାରୁ ଏଲିଏନଙ୍କ ବିଷୟରେ ଜୋରସୋରରେ ଅନୁସନ୍ଧାନ କରାଯାଉଛି ।

ତେବେ ସାରା ଦୁନିଆରେ ଏଲିଏନମାନଙ୍କୁ ନେଇ ନୂଆ ନୂଆ କଥା ସାମ୍ନାକୁ ଆସୁଛି । ଖୋଲିବାକୁ ଲାଗିଛି ଏମାନଙ୍କ ରହସ୍ୟ । ସବୁ ବୈଜ୍ଞାନିକମାନେ ଏଲିଏନକୁ ନେଇ ବିଭିନ୍ନ ପ୍ରକାର କଥା କହୁଥିବା ବେଳେ , ବର୍ତ୍ତମାନ ଇସ୍ରାଏଲ ର ବୈଜ୍ଞାନିକ ହୈମ୍ ଇଶେଦ୍ ଏଲିଏନ୍ସଙ୍କୁ ନେଇ ଏମିତି ଏକ ଯୁକ୍ତି ବାଢିଛନ୍ତି ଯେ ଯାହା ପରେ ଏଲିଏନ୍ସଙ୍କ ଅସ୍ତିତ୍ୱକୁ ନେଇ ଚର୍ଚ୍ଚା ଜୋର ସୋରରେ ଚାଲିଛି।
ଇଶେଦ୍ କହିଛନ୍ତି ଯେ ଏଲିଏନ୍ସ ମାନେ ପୃଥିବୀରେ ବାସ କରନ୍ତି ଏବଂ ସେମାନଙ୍କର ଘର ମଙ୍ଗଳ ଗ୍ରହରେ ଅଛି । ବୈଜ୍ଞାନିକ ହୈମ୍ ଇଶେଦ୍ ଙ୍କୁ ଇସ୍ରାଏଲର ଉପଗ୍ରହ କାର୍ଯ୍ୟକ୍ରମ ବା ସାଟେଲାଇଟ ପ୍ରୋଗ୍ରାମ ର ପିତା କୁହାଯାଏ । ସେ ଏହା ମଧ୍ୟ କହିଛନ୍ତି ଯେ ଏଲିଏନ୍ସଙ୍କର ଆମେରିକା ଏବଂ ଇସ୍ରାଏଲ ସହିତ ଡିଲ ଅଛି । ଏହା ସହିତ ସେ ଅନ୍ୟ ଏକ ଯୁକ୍ତି କରିଛନ୍ତି ଯେ ଏହି ଡିଲ ବିଷୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଅବଗତ ଅଛନ୍ତି । ସେ ଏହି କଥା ସାରା ଦୁନିଆକୁ ଜଣାଇବା ଦରକାର କିନ୍ତୁ ଏହି କଥା ସେ କାହାକୁ କହୁନାହାନ୍ତି ।

ତେବେ ଇଶେଦ୍ ଙ୍କର ଏପରି କହିବା ପଛରେ ହୁଏତ ଅନେକ କାରଣ ଲୁଚି ରହିଛି । ସେଥିପାଇଁ ସେ ଏଲିଏନ୍ସକୁ ନେଇ ଏପରି ମନ୍ତବ୍ୟ ଦେବା ପରେ ଏବେ ସମସ୍ତଙ୍କ ନଜର ତାଙ୍କର ଏପରି ଯୁକ୍ତି ଉପରେ ଓ ଏଲିଏନଙ୍କ ସନ୍ଧାନ ଉପରେ ।
ଇସ୍ରାଏଲ୍ ବୈଜ୍ଞାନିକଙ୍କ ପୂର୍ବରୁ ମଧ୍ୟ ଅନେକ ଲୋକ ପୃଥିବୀରେ UFO ଏବଂ ଏଲିଏନ୍ସଙ୍କର ଆଗମନ ଏବଂ ରହିବା ବିଷୟରେ ଦାବି କରିଛନ୍ତି | ଇଶେଦ୍ ଏହା ମଧ୍ୟ ଦାବି କରିଛନ୍ତି ଯେ ବ୍ରହ୍ମାଣ୍ଡରେ ଏଲିଏନ୍ସମାନେ କେବେଠାରୁ ଗୁପ୍ତ ଭାବେ ରହିଆସିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସେ ଦାବି କରିଛନ୍ତି ଯେ ଏଲିଏନ୍ସମାନେ ଆମେରିକା ଏବଂ ଇସ୍ରାଏଲ୍ ସହିତ ଯୋଗାଯୋଗରେ ଅଛନ୍ତି ।
A pilot claims he saw a fleet of #UFOs over the Pacific Ocean. The video was shot at around 39,000 feet. 🛸👽
The suspected #alien aircraft took the form of ‘weird’ rotating lights moving across the sky. 😳
What are your thoughts on the footage? 👀🤔 pic.twitter.com/N0I2WS2kYq
— Chillz TV (@ChillzTV) December 7, 2021
ଖାଲି ସେତିକି ନୁହେଁ ,ଏଲିଏନ୍ସ ମାନଙ୍କର ଉପସ୍ଥିତି ଲୁଚାଇ ରଖିବାର କାରଣ ମଧ୍ୟ ଇସେଦ କହିଛନ୍ତି । ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେମାନେ କହିଛନ୍ତି ଯେ ମଣିଷ ସମାଜ ଏଲିଏନଙ୍କ ସହିତ ରହିବାକୁ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇ ନାହାନ୍ତି । ତେଣୁ ଯେତେବେଳେ ମଣିଷଙ୍କ ସହ ରହିବା ପାଇଁ ସେମାନେ ଉଚିତ ଭାବିବେ ସେହି ସମୟରେ ସେମାନେ ସମସ୍ତଙ୍କୁ ଦେଖାଦେବେ । ଇଶେଦ କହିଛନ୍ତି ଏଲିଏନ୍ସ ଆମେରିକା ସହିତ ଗୁପ୍ତ ଚୁକ୍ତି କରିଛି । ଏହା ସହିତ ଏଲିଏନମାନେ ମଙ୍ଗଳ ଗ୍ରହରେ ରହୁଛନ୍ତି । ସେମାନଙ୍କ ପର୍ମାନେଣ୍ଟ ଘର ହେଉଛି ମଙ୍ଗଳ ଗ୍ରହ କିନ୍ତୁ ସେମାନେ ପୃଥବୀ ଗ୍ରହରେ ମଧ୍ୟ ରହୁଛନ୍ତି ।
ପୁଣି ମଙ୍ଗଳ ଗ୍ରହରେ ଆମେରିକୀୟ ମହାକାଶଚାରୀ ମଧ୍ୟ ଅଛନ୍ତି। ଇସ୍ରାଏଲ ବୈଜ୍ଞାନିକ ଇଶେଦ୍ କହିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଏଲିଏନ୍ସକୁ ନେଇ ବିଶ୍ୱରେ ଏକ ବଡ ପ୍ରଚାର କରିବାକୁ ଯାଉଥିଲେ, କିନ୍ତୁ ଏଲିଏନମାନେ ହିଁ ତାଙ୍କୁ ଏମିତି ସେମାନଙ୍କ ବିଷୟରେ ପ୍ରଚାର କରିବାକୁ ରୋକିଥିଲେ । ସେ ଏହା ମଧ୍ୟ କହିଛନ୍ତି ଯେ ପୃଥିବୀରେ ପରମାଣୁ ଟ୍ରାଜେଡି ବା ବୋମା ବିସ୍ଫୋରଣ ମଧ୍ୟ ଏଲିଏନ୍ସମାନେ ଅନେକ ଥର ରୋକିଛନ୍ତି । କାରଣ ସେମାନେ ବିଶ୍ୱରେ କୌଣସି ଅଶାନ୍ତି ସୃଷ୍ଟି କରିବାକୁ ଚାହୁଁନାହାନ୍ତି । ସେମାନେ ପୃଥିବୀବାସିଙ୍କ ସହିତ ଏକ ଭଲ ସଂପର୍କ ସ୍ଥାପନା କରିବାକୁ ଚାହୁଁଛନ୍ତି । ସେମାନେ ଏତେ ଶାନ୍ତିରେ ରହୁଛନ୍ତି ଯେ ତାଙ୍କୁ ବର୍ତ୍ତମାନ ର ପୃଥିବୀ ଏତେ ମାତ୍ରାରେ ପସନ୍ଦ ଆସୁନାହିଁ । ସେମାନେ ଗଣ୍ଡୋଗୋଳ ଓ ଝଗଡା ଠାରୁ ଦୂରେଇ ରହିବାକୁ ଚାହୁଁଛନ୍ତି । ତେଣୁ ଏପରି ପରିସ୍ଥିତିରେ ସେମାନେ ମଣିଷ ସମାଜର ସାମ୍ନା କରିବାକୁ ଚାହୁଁ ନାହାନ୍ତି । ତେଣୁ ନିଜର ସବୁ କନେକ୍ସନକୁ ବର୍ତ୍ତମାନ ଗୁପ୍ତ ଭାବେ ରଖିବାକୁ ଚାହୁଛନ୍ତି ଏଲିଏନ୍ସ । ତେବେ ଆମେରିକାର ଏରିଆ ୫୧ ଅପେକ୍ଷା ଅନ୍ୟ ଏୟାରଫୋର୍ସ ବେସ ରେ ଏଲିଏନ୍ସଙ୍କ ବଳୟ ଓ ସେମାନଙ୍କୁ ଦେଖିଥିବା ଲୋକମାନେ ଦାବି କରିଛନ୍ତି । ତେବେ ଉଚିତ ସମୟ ଆସିଲେ ହିଁ ଏଲିଏନ୍ସମାନେ ମଣିଷଙ୍କ ସାମ୍ନାକୁ ନିଶ୍ଚିତ ଆସିବେ ବୋଲି କୁହାଯାଉଛି । ତେବେ ପୃଥିବୀକୁ ଆସିବାର ତାଙ୍କର ଉଦ୍ଦେଶ୍ୟ କଣ ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ ।