ଦୁନିଆର ସବୁଠାରୁ ଉଚ୍ଚା ଗଛ, ଯାହାର ପତ୍ର ପର୍ଯ୍ୟନ୍ତ ପହଞ୍ଚି ପାରିବ ନାହିଁ ଡାଇନୋସର

ବୈଜ୍ଞାନିକ ମାନେ ବୋର୍ନେଓ ଦ୍ୱୀପରେ ଏକ ପତ୍ର ଜୀବାଶ୍ମ ଆବିଷ୍କାର କରିଛନ୍ତି। ଏହି ଜୀବାଶ୍ମ ଦ୍ୱୀପରେ ମିଳୁଥିବା ମୁଖ୍ୟ ଗଛ ଡିପଟରୋକାର୍ପର ଅଟେ। କିନ୍ତୁ ବିଶେଷ କଥା ହେଉଛି ବୈଜ୍ଞାନିକ ମାନେ ପାଇଥିବା ଜୀବାଶ୍ମ ୪୦ ଲକ୍ଷ ବର୍ଷ ପୂର୍ବର। ଏଥିରୁ ବୈଜ୍ଞାନିକ ମାନେ ସିଦ୍ଧାନ୍ତ ନେଇଛନ୍ତି ଯେ ଡିପଟେରୋକର୍ସ ପ୍ରାୟ ୪ ନିୟୁତ ବର୍ଷ ଧରି ବର୍ଷା ଜଙ୍ଗଲକୁ ଘେରି ରହିଛନ୍ତି। ଏହି ଗଛଗୁଡିକ ୬୦ ମିଟର ପର୍ଯ୍ୟନ୍ତ ବଢିପାରେ। ପ୍ରାୟ ୪୦-୫୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ସେମାନଙ୍କର କୌଣସି ଶାଖା ନାହିଁ। କୁହାଯାଉଛି ଯେ ଯଦି ଏହି ଗଛ ଗୁଡିକ ବଢିବା ପର୍ଯ୍ୟନ୍ତ ଡାଇନୋସର ଜୀବିତ ଥାନ୍ତେ ତେବେ ସବୁଠାରୁ ବଡ ଡାଇନୋସର ଜିରାଫାଟାଇଟାନ୍, ଯାହା ୧୨ ମିଟର ଥିଲା ଏହି ଗଛର ପତ୍ର ପାଖକୁ ମଧ୍ୟ ପହଞ୍ଚି ପାରିନଥାନ୍ତା ।

ପେନ୍ ଷ୍ଟେଟ୍ ୟୁନିଭରସିଟିର ନେତୃତ୍ୱରେ ଏକ ଆନ୍ତର୍ଜାତୀୟ ଅନୁସନ୍ଧାନକାରୀ ଦଳ ଜାଣିବାକୁ ପାଇଲେ ଯେ ଦ୍ୱୀପରଅବସ୍ଥା ୨.୬ ନିୟୁତରୁ ୫.୩ ନିୟୁତ ବର୍ଷ ପୂର୍ବେ
ଯେମିତି ଥିଲା ବର୍ତ୍ତମାନ ସେମିତି ସ୍ଥିତିରେ ରହିଛି। ଅନୁସନ୍ଧାନକାରୀମାନେ ବିଶ୍ୱାସ କରନ୍ତି ଯେ ବିଲୁପ୍ତ ହୋଇଯାଇଥିବା ପ୍ରଜାତିଗୁଡିକ ସଂରକ୍ଷଣ କରିବା ପାଇଁ ଗୁରୁତ୍ୱଦେବା ଉଚିତ ଓ ଏହାକୁ ପୂର୍ବ ପରି ଫେରାଇ ଆଣିବାକୁ ଦାବି କରଛନ୍ତି ।

ପେନ୍ ଷ୍ଟେଟ୍ କଲେଜ୍ ଅଫ୍ ଆର୍ଥ ଆଣ୍ଡ ମିନେରାଲ ସାଇନ୍ସର ଭୂବିଜ୍ଞାନର ପ୍ରଫେସର ପିଟର ୱିଲଫ କହିଛନ୍ତି ଯେ ଏସିଆର ଦ୍ୱୀପପୁଞ୍ଜରେ ଡିପଟରୋକାର୍ପର ଥିଲା,
ଏହା ପ୍ରଥମ ଥର ଜଣାପଡିଛି ଯେ ବୋର୍ନେଓ ସମେତ ଏସିଆର ଅନ୍ୟ ଉପକୂଳବର୍ତ୍ତୀ ଅଞ୍ଚଳରେ ଡିପଟରୋକାର୍ପର ମଧ୍ୟ ଉପସ୍ଥିତ ଥିଲା। ଏହି ଜଙ୍ଗଲରେ ଅନ୍ୟ କୌଣସି ଉଦ୍ଭିଦ ଅପେକ୍ଷା ଡିପଟରୋକାର୍ପର ଜୀବାଶ୍ମ ପାଇଛୁ ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ‘

ବୈଜ୍ଞାନିକ ମାନେ ସେମାନଙ୍କର ଅନୁସନ୍ଧାନରେ ବୋର୍ନେଓରେ ପରାଗର (ପଲିନ୍) ଜୀବାଶ୍ମ ଉପରେ ଅନୁସନ୍ଧାନ କରି ସୀମିତ ରଖିଥିଲେ। ଏହି ପରାଗ ମାଧ୍ୟମରେ ଅନୁସନ୍ଧାନକାରୀମାନେ ବୋର୍ନେଓର ଜଙ୍ଗଲ ଜୀବନ ବିଷୟରେ ଅନୁସନ୍ଧାନ କରୁଥିଲେ। କିନ୍ତୁ ପରାଗ ସେମାନଙ୍କ ପାଇଁ ଏକ ଭଲ ବିକଳ୍ପ ନଥିଲା, କାରଣ ସେମାନେ ବହୁତ ଶୀଘ୍ର ଗତିକରନ୍ତି। କିନ୍ତୁ ଏହି ଗଛର ପତ୍ର ପାଇବା ପରେ ହିଁ ସମ୍ପୂର୍ଣ୍ଣ ସୂଚନା ଦେଇପାରିବ ବୋଲି ଅନୁସନ୍ଧାନ କାରି ଦଳ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.