ସ୍ପେଶାଲ

ପଲସର ବାଇକ୍‌କୁ ରାସ୍ତା ଉପରେ ଯମ ଭଳି ଜଗି ବସିଥିଲା ହାଇଓ୍ଵା, କ୍ଷଣିକରେ ଉଜାଡ଼ି ଦେଲା ଜୀବନ

ଢେଙ୍କାନାଳ: ଭୟଙ୍କର ଦୁର୍ଘଟଣା । ଚାହୁଁ ଚାହୁଁ ଲିଭିଗଲା ଚାରି ଚାରିଟି ଜୀବନ । ଗୋଟିଏ ବାଇକରେ ଯାଉଥିଲେ ଚାରି ଜଣ । ସାମନାରୁ ଧକ୍କା ଦେଲା ହାଇଓ୍ଵା । ଛିଟିକି ପଡ଼ିଲେ ବାଇକରେ ବସିଥିବା କେହି ବି ବଞ୍ଚି ପାରିଲେନି ।ଏଭଳି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯିଏ ଦେଖିବ ତା’ ଛାତି ଥରିଯିବ । ଲୋମ ଟାଙ୍କୁରି ମଧ୍ୟ ଉଠିବ । ଏଭଳି ଦୁର୍ଘଟଣାକୁ ଦେଖି କେହି ବି ଥୟ ଧରି ପାରୁନାହାଁନ୍ତି । ଦୁଇ ଦୁଇଟି ପରିବାରରେ ମୃତ୍ୟୁର ଯନ୍ତ୍ରଣା । ଖାଲି ପରିବାର ନୁହେଁ ଗାଁ ସାରା ସମସ୍ତଙ୍କ ଆଖିରେ ଲୁହ ।

ଢେଙ୍କାନାଳ ଜିଲ୍ଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ନିକଟରେ ଘଟିଛି ଏହି ଦୁର୍ଘଟଣା । ସୂଚନା ଅନୁସାରେ ଭାଇ, ଭଉଣୀ ଓ ଭାଣେଜୀ ସହ ଅନ୍ୟ ଜଣେ ବ୍ୟକ୍ତି ପଲସର ବାଇକରେ ଆସୁଥିଲେ । ଏମାନେ ସମସ୍ତେ ଏକ ପଲସରର୍ ବାଇକ୍ ଯୋଗେ ନିକଟସ୍ଥ ବନ୍ଧୁ ଘରକୁ ଯାଉଥିଲେ । ଖୁସିରେ ଯାଉଥିଲେ ବନ୍ଧୁ ଘରେ ସମୟ ବିତାଇବା ପାଇଁ । ହେଲେ କିଏ ଜାଣିଥିଲା କାଳ ଜଗି ରହିଥିଲା ରାସ୍ତ ଉପରେ । ସେଇଠି ଖୁସି ପାଲଟିଯିବ ଦୁଃଖ ବୋଲି । ବନ୍ଧୁଘର ଯିବା ଏମାନଙ୍କ ପାଇଁ କାଳ ପାଲଟିଲା ।

ସାମ୍ନା ପଟୁ ଆସୁଥିବା ହାଇଓ୍ଵା ଗାଡ଼ି ସହିତ ମୁହାଁମୁହିଁ ଧକ୍କା ହେଲା । ଧକ୍କା ଏତେ ଜୋର ଥିଲା ଯେ ଘଟଣାସ୍ଥଳରେ ଭାଇ ଭଉଣୀଙ୍କର ଜୀବନ ଚାଲିଗଲା । ଅନ୍ୟ ଦୁଇ ଜଣ ଗୁରୁତର ଆହତ ହେଲେ । ସ୍ଥାନୀୟ ଲୋକେ ଆହତ ଦୁଇଜଣଙ୍କୁ ତୁରନ୍ତ ନିକଟସ୍ଥ ଗଁଦିଆ ଶ୍ରୀରାମ ଚନ୍ଦ୍ର ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଦୁର୍ଭାଗ୍ୟକୁ ସେମାନଙ୍କୁ ମଧ୍ୟ ଡାକ୍ତର ମୃତ ଘୋଷଣା କଲେ । କେଇ କ୍ଷଣ ଭିତରେ ଦୁନିଆରୁ ହଜିଗଲା ଚାରି ଚାରିଟି ଜୀବନ । ହାଇଓ୍ଵା ଡ୍ରାଇଭର ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ନିହଲ ପ୍ରସାଦ ପୋଲିସ ଜବତ କରି ତଦନ୍ତ ଚଳାଇଛି । ମୃତକଙ୍କ ମାନେ ହେଲେ ଖଙ୍କିରା ପଞ୍ଚାୟତର ଫୁଲଝରି ଗାଁର ଗୋବିନ୍ଦ ଦେଓ ଓ ତାଙ୍କ ଭଉଣୀ ସୁମି ଦେଓ । ଆଉ ସୁମିଙ୍କ ସାତ ବର୍ଷର ଝିଅ ପୂର୍ଣ୍ଣିମା ଦେଓ । ଅନ୍ୟ ମୃତକ ଜଣକ ହେଉଛନ୍ତି ମୟୁରଭଞ୍ଜ ଜିଲ୍ଲା ସନାତନ ସିଂହ । ସେ ଗୋବିନ୍ଦ ଦେଓଙ୍କର ସମ୍ପର୍କୀୟା।

Sasmita

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

2 hours ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago