ଦୁର୍ଲ୍ଲଭ ଦୃଶ୍ୟ! ଯେତେବେଳେ ଏକ ସାଥୀରେ ଗଡ଼ିବାକୁ ଲାଗିଲା ୪ ଟ୍ରେନ୍‌, କ୍ୟାମେରାରେ କଏଦ କରି ନେଲେ ଶତାଧିକ ଲୋକେ; ଦେଖନ୍ତୁ ଭିଡିଓ

ଇଣ୍ଟରନେଟ୍‌ରେ ଟ୍ରେନ୍‌ ଗଡ଼ୁଥିବାର ଏମିତି ଅନେକ ଭିଡିଓ ରହିଛି, ଯେଉଁଥିରେ ଅତି ବେଶିରେ ଦୁଇଟି ଟ୍ରେନ୍‌ ଏକ ସାଥୀରେ ଗୋଟିଏ ହିଁ ଦିଗ ଆଡ଼କୁ ଦୌଡ଼ୁଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଏବେ ଯେଉଁ ଭିଡିଓ ଭାଇରାଲ ହେଉଛି, ତାହାକୁ ଦେଖିଲେ ଆପଣ ନିହାତି ଭାବେ ଆଶ୍ଚର୍ଯ୍ୟ ହୋଇଯିବେ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ୪ ଟ୍ରେନ୍‌କୁ ଏକ ସାଥୀରେ ଏବଂ ଗୋଟିଏ ହିଁ ଦିଗ ଆଡ଼କୁ ଦୌଡ଼ୁଥିବାର ଦେଖିବାକୁ ମିଳିଛି, ଯାହାକୁ ଶତାଧିକ ଲୋକେ ନିଜ କ୍ୟାମେରାରେ କଏଦ କରି ନେଇଛନ୍ତି।

୪୫ ସେକେଣ୍ଡର ଏହି ଭିଡିଓକୁ ଅଲଗା ଅଲଗା ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମରେ ଲକ୍ଷାଧିକ ଥର ଦେଖାଯାଇ ସାରିଲାଣି। ସେହିପରି ହଜାର ହଜାର ଲୋକେ ଏହାକୁ ଲାଇକ୍‌ ମଧ୍ୟ କରିଛନ୍ତି। ଭିଡିଓକୁ ଆଇପିଏସ୍‌ ଅଫିସର ରୁପିନ୍‌ ଶର୍ମା ନିଜ ଟ୍ଵିଟର ହ୍ୟାଣ୍ଡେଲରେ ବି ସେୟାର କରିଛନ୍ତି। ସେ ଭିଡିଓ ସେୟାର କରି କ୍ୟାପସନ ଲେଖିଛନ୍ତି, ‘୪ ଟ୍ରେନ୍‌ ଗୋଟିଏ ହିଁ ଦିଗରେ ଚାଲିବାର ଦୁର୍ଲ୍ଲଭ ଭିଡିଓ’।

ଭିଡିଓରେ ଦେଖିବାକୁ ମିଳୁଛି ଯେ ବାଷ୍ପଚାଳିତ ଇଞ୍ଜିନଯୁକ୍ତ ୪ ଟ୍ରେନ୍‌ ଗୋଟିଏ ହିଁ ଦିଗରେ ୪ଟି ଟ୍ରାକ୍‌ରେ ଦୌଡ଼ୁଛନ୍ତି। ଏକା ବେଳକେ ୪ ଟ୍ରାକ୍‌ରେ ୪ ଟ୍ରେନ୍‌ ଯାଉଥିବାର ଦୃଶ୍ୟ ବେଶ୍‌ ମଜାଦାର ରହିଛି। ପାଖ ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକାଧିକ ଲୋକେ ଏହି ଦୁର୍ଲ୍ଲଭ ଦୃଶ୍ୟକୁ ନିଜ କ୍ୟାମେରାରେ କଏଦ କରୁଥିବାର ନଜର ଆସୁଛନ୍ତି।

ଏହି ଭାଇରାଲ ଭିଡିଓରେ ନେଟିଜନ୍ସ ବି ଖୁବ୍‌ ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ଅଷ୍ଟ୍ରେଲିଆରେ Maitland/Hunter Valley Steamfest ନାମକ ବାର୍ଷିକ ଷ୍ଟିମ୍‌ ଟ୍ରେନର ଦୌଡ଼ ଭଳି ଲାଗୁଛି’। ଆଉ ଜଣେ ୟୁଜର ଲେଖିଛନ୍ତି, ‘ଡର ତ ଏହି କଥାକୁ ନେଇ ରହିଛି କି, ୪ଟି ଯାକ ଟ୍ରେନ୍‌ର ଷ୍ଟପିଙ୍ଗ୍‌ ଷ୍ଟେଶନ ଗୋଟିଏ ନ ହେଉ’। ସେହିପରି ଅନ୍ୟ ଜଣେ ଏହାକୁ ଦୁର୍ଲ୍ଲଭ ଏବଂ ଐତିହାସିକ ବୋଲି କହିଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.