କିଡନୀ ଦେବେ କହି ଲୁଟିନେଲେ ଟଙ୍କା, ମୋ ସ୍ୱାମୀଙ୍କୁ ବଞ୍ଚାଇବି କେମିତି ?
କିଡନୀ ଦେବା ନାଁରେ ଟଙ୍କା ଠକିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ବାସିନ୍ଦା। ଏନେଇ ଏହି ଘଟଣାରେ ଅଭିଯୁକ୍ତ ମାର୍କଣ୍ଡକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ମଙ୍ଗଳାବାଗ ଥାନା ପୋଲିସ । ସେପଟେ ମାର୍କଣ୍ଡ ୫ ଲକ୍ଷ ନେଇଥିବା ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛି।
କଟକ : କିଡନୀ ଦେବେ କହି ଲୁଟିନେଲେ ସବୁ ଟଙ୍କା। ଏବେ ମୋ ସ୍ୱାମୀଙ୍କୁ ବଞ୍ଚାଇବି କେମିତି। ହଁ ଆଜ୍ଞା, ଏପରି ଅଭିଯୋଗ ଆଣିଛନ୍ତି ଏହି ମହିଳା ଜଣକ । କିଡିନି ଦେବେ ବୋଲି ଭାଇ ନାନୀ କରି ସମ୍ପର୍କ ଗଢ଼ିଥିଲେ। ହେଲେ ଟଙ୍କା ୧୨ ଲକ୍ଷ ନେବା ପରେ କିଡିନି ଦେବେ ବୋଲି ମନା କରିଦେଲେ। ଏଭଳି ସାଂଘାତିକ ଘଟଣା କୌଣସି ବାହାର ରାଜ୍ୟର ନୁହେଁ ଖୋଦ୍ କଟକ ରାଣୀ ହାଟ ଅଞ୍ଚଳରେ ଦେଖିବାକୁ ମିଳିଛି ।
କିଡନୀ ଦେବା ନାଁରେ ଟଙ୍କା ଠକିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି ସ୍ଥାନୀୟ ବାସିନ୍ଦା। ରାଣୀହାଟ ଅଞ୍ଚଳରେ କିଛି ଲୋକ ବ୍ୟକ୍ତିଙ୍କୁ ଅଟକ ରଖି ଗାଳି ଗୁଲଜ କରୁଥିବା ସହ ହୋହାଲ୍ଲା କରିଥିଲେ। ତେବେ କେନ୍ଦୁଝର ଅଞ୍ଚଳର ଜଣେ ରୋଗୀଙ୍କ ଠାରୁ ୯, ୫୦୦୦୦ ଟଙ୍କା ଠକିଥିବା ଅଭିଯୋଗରେ ମାର୍କଣ୍ଡ ନାଥ ନାମକ ବ୍ୟକ୍ତିଙ୍କୁ ଅଟକ ରଖିଲେ।
ତେବେ ପୂରା ଘଟଣାଟି ହେଉଛି, କେନ୍ଦୁଝର ଜିଲ୍ଲାର କୁଟୁଲ ମାଝୀଙ୍କ ଦୁଇଟି କିଡନୀ ଖରାପ ହୋଇଯାଇଛି। ତେଣୁ କୁଟୁଲ୍ ମାର୍କଣ୍ଡଙ୍କୁ କିଡିନୀ ଦେବା ପାଇଁ କହିଥିଲେ ଏବାବଦକୁ ତାଙ୍କୁ କିଛି ଟଙ୍କା ଦେବେ ବୋଲି ମଧ୍ୟ ଏଗ୍ରିମେଣ୍ଟ କରିଥିଲେ। ତା ପରେ ମାର୍କଣ୍ଡ, ତାଙ୍କ ପତ୍ନୀଙ୍କ କିଡନୀ ଦେବା ପାଇଁ ରାଜି ହୋଇଯାଇଥିଲେ। ଏହା ପରେ କୁଟୁଲଙ୍କ ଠାରୁ ମାର୍କଣ୍ଡ ୯ ଲକ୍ଷ ୫୦ ହଜାର ଟଙ୍କା ଏଗ୍ରିମେଣ୍ଟରେ ଓ ଅତିରିକ୍ତ ୩ ଲକ୍ଷ ଟଙ୍କା ନେଇଥିଲେ। ଏହି ଅତିରିକ୍ତ ଟଙ୍କା ରେ ମାର୍କଣ୍ଡ ଓ ତାଙ୍କର ପତ୍ନୀଙ୍କ ଏକ ବର୍ଷ ଧରି ଭରଣ ପୋଷଣ କରୁଥିଲେ କୁଟୁଲ ମାଝୀ। ଯେତେବେଳେ କୁଟୁଲ୍ ମାଝୀଙ୍କ ପାଖରେ ପଇସା ସରିଗଲା ସେ ମାର୍କଣ୍ଡକୁ କହିଥିଲେ ମୁଁ ଆଉ ଟଙ୍କା ଦେଇପାରିବିନି ତମେ ଏତିକି ଟଙ୍କାରେ ମୋତେ କିଡିନି ଦେବା ପାଇଁ ରାଜି ହୁଅ । ହେଲେ ଏହାପରେ ଧରା ଛୁଆଁ ଦେଇନଥିଲେ ମାର୍କଣ୍ଡ। ଆଜି କୁଟୁଲ ଓ ତାଙ୍କର ପତ୍ନୀ ସ୍ଥାନୀୟ ଯୁବକଙ୍କ ସହାୟତାରେ ମାର୍କଣ୍ଡ ଓ ତାଙ୍କର ପତ୍ନୀଙ୍କୁ ଅଟକ ରଖିଥିଲେ। ଏହା ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଏନେଇ ଏହି ଘଟଣାରେ ଅଭିଯୁକ୍ତ ମାର୍କଣ୍ଡକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ମଙ୍ଗଳାବାଗ ଥାନା ପୋଲିସ । ସେପଟେ ମାର୍କଣ୍ଡ ୫ ଲକ୍ଷ ନେଇଥିବା ଗଣମାଧ୍ୟମ ସମ୍ମୁଖରେ ସ୍ୱୀକାର କରିଛି।