ପ୍ରେମରେ ଧୋକା ଖାଇଥିବା ଲୋକଙ୍କ ପାଇଁ ମାଗଣା ବର୍ଗର, ଏକ୍ସଙ୍କ ଫଟୋ ଦିଅ ପେଟପୂରା ବର୍ଗର ଖାଅ

ପ୍ରେମରେ ଯଦି କିଏ କାହାର ହୃଦୟ ଭାଙ୍ଗେ ତେବେ ସେତେବେଳେ ବହୁତ କଷ୍ଟ ହୋଇଥାଏ କିନ୍ତୁ ଏହି ଭାଲେନଟାଇନ୍ସ ଓ୍ଵିକରେ ହୃଦୟ ଭାଙ୍ଗିଥିବା ବ୍ୟକ୍ତିଙ୍କୁ ବର୍ଗରକିଙ୍ଗ୍‌ ଏମିତି ଅଫର ଦେଇଛି ଯାହାକୁ ଶୁଣିବା ପରେ ସେମାନଙ୍କୁ ସାମାନ୍ୟ ଖୁସି ତ ନିଶ୍ଚୟ ମିଳିବ। ଯଦି ଆପଣଙ୍କର ମଧ୍ୟ ନିଜ ପ୍ରେମୀ କିମ୍ବା ପ୍ରେମୀକାଙ୍କ ସହିତ ସମ୍ପର୍କ ଭାଙ୍ଗି ଯାଇଛି ତେବେ ଆପଣ ବର୍ଗର କିଙ୍ଗ୍‌ ଯାଇ ବିନା ଟଙ୍କାରେ ଅର୍ଥାତ ମାଗଣାରେ ପେଟ ପୂରା ବର୍ଗର ଖାଇପାରିବେ।

burgerହୃଦୟ ଭାଙ୍ଗିଯାଇଥିବା ଲୋକଙ୍କ ପାଇଁ ବର୍ଗର କିଙ୍ଗ ମାଗଣାରେ ବର୍ଗର ଖାଇବାକୁ ଅଫର ଦେଉଛି। କିନ୍ତୁ ଏହି ଅଫରକୁ ପାଇବା ପାଇଁ ହେଲେ ବର୍ଗର କିଙ୍ଗର ଏକ ସର୍ତ୍ତ ଆପଣଙ୍କୁ ମାନିବାକୁ ପଡିବ। ସେହି ସର୍ତ୍ତ ଏୟା ଯେ ଆପଣଙ୍କୁ ବର୍ଗର କିଙ୍ଗରେ ନିଜର ଏକ୍ସ ପ୍ରେମୀ କିମ୍ବା ଏକ୍ସ ପ୍ରେମିକାଙ୍କ ଫଟୋ ନେଇ ଗଲେ ମାଗଣାରେ ଆପଣଙ୍କୁ ବର୍ଗର ମିଳିପାରିବ।

ଆପଣ ଅନେକ ଦିନର ପୁରୁଣା ଫଟୋକୁ ବି ନେଇ ମାଗଣାରେ ବର୍ଗର ଖାଇବାର ମଜା ଉଠାଇପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ମାଗଣା ବର୍ଗର ଖାଇବାର ଅଫର ଭାରତରେ ନୁହେଁ ବରଂ ଆମେରିକାର ବର୍ଗର କିଙ୍ଗ୍‌ ଦେଉଛି। କମ୍ପାନୀ ପକ୍ଷରୁ ଏହି ସ୍କୀମ କେବଳ କିଛି ବଛା ବଛା ଷ୍ଟୋର ପାଇଁ ରହିଛି।

burgerବର୍ଗର କିଙ୍ଗର ଏହି ମାଗଣା ବର୍ଗର ସ୍କୀମ ଆମେରିକାର ନ୍ୟୁୟର୍କ, ଲସ ଆଞ୍ଜେଲସ, ସାନ ଫ୍ରାନସିକୋ ଏବଂ ବୋଷ୍ଟନର ବଛା ବଛା ବ୍ରାଞ୍ଚରେ ପ୍ରଭାବୀ ହେବ। ଏହି ଅଫର ଆଗମୀ ନୂଆ ଫିଲ୍ମ ବର୍ଡସର ପ୍ରମୋସନ ପାଇଁ ଦିଆଯାଉଛି। କାରଣ ଏହି ଫିଲ୍ମରେ ବର୍ଗର କିଙ୍ଗ୍‌ କମ୍ପାନୀ ପାର୍ଟନର ଅଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.