ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଲଗାନ୍ତୁ ଏହି ଜିନିଷଗୁଡିକର ଭୋଗ, ଧନ -ବୈଭବ ହେବ ପ୍ରାପ୍ତି

ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ସମର୍ପିତ | ମା’ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେଲେ ବ୍ୟକ୍ତି ସୁଖ -ସମୃଦ୍ଧି ଏବଂ ଧନ ପ୍ରାପ୍ତି ହୋଇଥାଏ | ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ବ୍ୟକ୍ତି ବିଭିନ୍ନ ପ୍ରକାର ଉପାୟ କରିଥାଏ | ଶୁକ୍ରବାର ଦିନ ମା’ ଙ୍କୁ ତାଙ୍କ ପ୍ରିୟ ଜିନିଷ ଭୋଗ ଲଗାଇଲେ ସେ ଶୀଘ୍ର ପ୍ରସନ୍ନ ହୋଇଥାନ୍ତିଏବଂ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି | ଆସନ୍ତୁ ଜାଣିବା କ’ଣ ସବୁ ଭୋଗ –

1- ଖିରୀ ଏବଂ ମିଶ୍ରି – ଧନ ଦେବୀ ଲକ୍ଷ୍ମୀଙ୍କୁ ଧଳା ରଙ୍ଗର ଜିନିଷ ଏବଂ ଦୁଗ୍ଧରେ ତିଆରି ଜିନିଷ ପସନ୍ଦ ହୋଇଥାଏ | ଖିରୀ -ମିଶ୍ରିର ଭୋଗ ଲଗାଇବା ପରେ ସାତ ବର୍ଷରୁ କମ ବୟସର କନ୍ୟାଙ୍କୁ ଘରକୁ ଡାକି ଭୋଜନ କରାଇଲେ ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି |

2- ମଖାନେର ଭୋଗ – ମଖାନେକୁ ପଦ୍ମ ଫୁଲ ମଞ୍ଜିରୁ ତିଆରି କରାଯାଇଥାଏ | ଏଥିପାଇଁ ଏହାକୁ ଫୁଲ ମଖାନା ମଧ୍ୟ କୁହାଯାଇଥାଏ | ମା’ ଲକ୍ଷ୍ମୀଙ୍କୁ ଭୋଗ ଲଗାଇବା ସମୟରେ ସ୍ୱତନ୍ତ୍ର ଭାବରେ ଅର୍ପଣ କରାଯାଇଥାଏ |

3- ବତାଶେ ଭୋଗ – ଧଳା ରଙ୍ଗ ହୋଇଥିବାରୁ ମା’ ଲକ୍ଷ୍ମୀଙ୍କୁ ବତାଶେ ର ଭୋଗ ମଧ୍ୟ ଲଗାଯାଇପାରେ | ଶୁକ୍ରବାର ଦିନ ଗରିବ ଲୋକଙ୍କୁ ଧଳା ରଙ୍ଗର କପଡା ବା ଚାଉଳ ଦାନ କରନ୍ତୁ, ଓଁ ମନ୍ତ୍ର ଉଚ୍ଚାରଣ କରନ୍ତୁ ଏବଂ କେଶର ମିଶା ଗାଈ ଘିଅର ଦୀପ ଜଳାନ୍ତୁ | ଦକ୍ଷିଣାବର୍ତ୍ତୀ ଶଙ୍ଖରେ ଜଳ ପୂର୍ଣ୍ଣକରି ଭଗବାନ ବିଷ୍ଣୁଙ୍କୁ ଅଭିଷେକ କରିବା ଦ୍ୱାରା ମା’ ଲକ୍ଷ୍ମୀ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି |

Leave A Reply

Your email address will not be published.