ବିପଦ ସମୟରେ ଯାହା କଥା ଆଗ ମନେ ପଡେ ସେ ହେଉଛି ସାଙ୍ଗ, ଆଉ ତା’ ପାଇଁ ଆଜି ସ୍ପେଶାଲ ଦିନଟିଏ

ବିପଦ ସମୟରେ ଯାହା କଥା ଆଗ ମନେ ପଡେ ସେହି ପ୍ରକୃତ ବନ୍ଧୁ। ସାଙ୍ଗ ଏମିତି ଏକ ଶବ୍ଦ, ଯାହାର ଉପସ୍ଥିତି ଆଉ କେହି ପୂରଣ କରିପାରେନି। ସୁଖ ହେଉ ଅବା ଦୁଃଖ, ଯିଏ ସବୁବେଳେ ପାଖରେ ଥାଏ, ଆଉ ଯାହା ଆଗରେ ସବୁ ମନ କଥା କହି ହୋଇଯାଏ, ସିଏ ହେଉଛି ବନ୍ଧୁ। ଯଦିଓ ଏହି ସୁନ୍ଦର ସଂପର୍କ ଲାଗି ପ୍ରତିଟି ଦିନି ସ୍ପେଶାଲ ତଥାପି ଏହାକୁ ଆହୁରି ନିବିଡ କରିବା ଲାଗି ପାଳନ ହୋଇଥାଏ ବନ୍ଧୁତା ଦିବସ। ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍‌ ଡେ ଭାବେ ପାଳନ କରାଯାଏ।

11

ଛୋଟ ବେଳରୁ ଗାଁ ଦାଣ୍ଡରେ ଖେଳିବା ଠାରୁ ଆରମ୍ଭ କରି ବୁଲିବା ପର୍ଯ୍ୟନ୍ତ, ଗଛରେ ଚଢିବା କୋଳି, ଆମ୍ବ ଖାଇବା ଠାରୁ ଆରମ୍ଭ କରି ଘରୁ ଲୁଚି ଲୁଚି ଦିନ ଦ୍ୱିପ୍ରହରରେ ଖେଳିବା ସବୁ କାମର ସାଥୀ ସାଙ୍ଗ। ଘର ଲୋକଙ୍କ ଠାରୁ ମାଡ ଏବଂ ଗାଳିଗୁଲଜ ଖାଇବା ଠାରୁ ବି ରକ୍ଷା କରିଥାଏ ସାଙ୍ଗ। ସ୍କୁଲ ପାଠ ହେଉ କି ଟିଉସନର ହୋମ ୱାର୍କ, ସବୁଥିରେ ଆଗ ହାତ ବଢାଇଥାଏ ସାଙ୍ଗ । ଏହି ଦିନଟି ଅଛି ସତ, କିନ୍ତୁ ବ୍ୟସ୍ତବହୁଳ ଜୀବନ ଭିତରେ ଆଜି ସମସ୍ତେ ନିଜ ନିଜ କାମ ଭିତରେ ବ୍ୟସ୍ତ। କିଏ ବିଦେଶରେ ରହୁଛି, ଆଉ କିଏ ବର୍ଡରରେ ଦେଶ ଜଗିଛି। କିନ୍ତୁ ଏହି ଦିନକୁ କେହି ଭୁଲିନାହାନ୍ତି।

nd

ସାଙ୍ଗ, ଏପରି ଏକ ବନ୍ଧନ ଯେଉଁଥିରେ ଭରିରହିଥାଏ ଅନେକ ସାରା କଥା, ଗୁମର ରହସ୍ୟ, ସୁନ୍ଦର ଅନୁଭୂତି। ପରସ୍ପର ଭିତରେ ଥିବା ବୁଦ୍ଧିମତ୍ତା, ଅତୁଟ ବିଶ୍ୱାସ, ସତ୍ୟତା, ପାରିଦର୍ଶିତା, ସମର୍ପଣ, ସମ୍ମାନ ହେଉଛି ବନ୍ଧୁତା। ପରିବାର ପରେ ସାଙ୍ଗ ହିଁ ଆପଣଙ୍କ ଜୀବନର ସୁଖ ଦୁଃଖର ସାଥି।ତେବେ ଆଜି ହେଉଛି ସେହି ବନ୍ଧୁତ୍ୱ ଦିବସ । ସେହି ସାଙ୍ଗକୁ ମନେ ପକାଇବାର ଦିନଟିଏ । ତେଣୁ ଆମ କେନ୍ୟୁଜ ତରଫରୁ ଆପଣଙ୍କୁ ବନ୍ଧୁତ୍ୱ ଦିବସର ଅନେକ ଶୁଭେଚ୍ଛା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.