ଜାଣନ୍ତୁ ଆପଣଙ୍କ ଜନ୍ମ ତାରିଖରୁ ଆପଣଙ୍କ ଲକି ନମ୍ବର ଓ ଆପଣଙ୍କ ବ୍ୟକ୍ତିତ୍ୱ

ଜ୍ୟୋତିଷ ଶାସ୍ତ୍ରରେ ନ୍ୟୁମରଲୋଜି ବା ଅଙ୍କ ଜ୍ୟୋତିଷକୁ ବିଶେଷ ମାନ୍ୟତା ଦିଆଯାଇଛି । ଏହା ମାଧ୍ୟମରେ ନା ଆପଣ କେବଳ ଆପଣଙ୍କ ସ୍ୱଭାବ ଜାଣି ପାରିବେ ଆପଣଙ୍କ ଭବିଷ୍ୟତ ସମ୍ପର୍କରେ ଅନୁମାନ ଲଗାଇ ପାରିବେ । ଆସନ୍ତୁ ଜାଣିବା ଆପଣଙ୍କ ଶୁଭ ଅଙ୍କ ରୁ ଆପଣ କେମିତି ।

ଯେଉଁ ଦିନ ଆପଣ ଜନ୍ମ ହୋଇଛନ୍ତି ସେହି ତାରିଖ, ମାସ ଓ ବର୍ଷର ସମସ୍ତ ତାରିଖକୁ ମିଶାଇ ଦିଅନ୍ତୁ । ଯେଉଁ ସଂଖ୍ୟା ମିଳିବ ତାହା ହିଁ ହେବ ଆପଣଙ୍କ ଲକି ନମ୍ବର ।

ଉଦାହରଣ ସ୍ୱରୁପ – ଧରି ନିଅନ୍ତୁ ଆପଣଙ୍କ ଜନ୍ମ ୧୨ ନଭେମ୍ବର ୧୯୭୫ । ଅର୍ଥାତ : ୧୨-୧୧-୧୯୭୫ ତେବେ ଆପଣଙ୍କ ଲକି ନମ୍ବର ହେବ ୧+୨+୧+୧+୧+୯+୭+୫=୨୭ ବା ୨+୭ = ୯

ଆସନ୍ତୁ ଜାଣିବା ଅଙ୍କ ଅନୁଯାୟୀ, ଆପଣଙ୍କ ସ୍ୱଭାବ,ଶୁଭ ରଂଗ ଓ ଶୁଭ ତିଥି :

n05-
p.c : wikimedia commons

ଅଙ୍କ ୫ :

ଏହି ପବିତ୍ର ଅଙ୍କରେ ଜନ୍ମିତ ବ୍ୟକ୍ତି ସ୍ପଷ୍ଟବାଦୀ ଓ ମହତ୍ୱାକାଂକ୍ଷୀ ହୋଇଥାନ୍ତି । ଏମାନେ ନିଜର ବିଚାରକୁ ବହୁତ ସ୍ପଷ୍ଟ ଭାବେ ବ୍ୟକ୍ତ କରିଥାନ୍ତି । ନିଜର କଥା କହିବାର ଶୈଳୀ ଓ ଯକ୍ତି ବଳରେ ସମସ୍ତଙ୍କୁ ବଶ କରିଦିଅନ୍ତି । କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଏମାନେ କଥା ଶୈଳୀର ପ୍ରୟୋଗ କରିବାକୁ ଭୁଲିନ୍ତି ନାହିଁ । ଏମାନଙ୍କର ରଂଗ ସଫା ଓ ବ୍ୟକ୍ତିତ୍ୱ ଆକର୍ଷକ ହୋଇଥାଏ ।

ହେଲେ ଏମାନଙ୍କ ଦାମ୍ପତ୍ୟ ଜୀବନ କଳହପୂର୍ଣ୍ଣ ହୋଇଥାଏ । ସନ୍ତାନ ସୁଖ ଉତ୍ତମ ହୋଇଥାଏ । ଏମାନେ ଶାରିରୀକ ଶ୍ରମ ଅପେକ୍ଷା ମାନସିକ ଶ୍ରମ କରିବାକୁ ଭଲ ପାଆନ୍ତି । ଏମାନେ ଲେଖକ, ଇଂଜିନିୟର, ବ୍ୟବସାୟୀ, ପ୍ରଫେସର, ଡାକ୍ତର, ପ୍ରପଟି ଡିଲର, ସମାଚାର ପତ୍ର ମାଲିକ, ସମ୍ପାଦକ, ରାଜନେତା, ପ୍ରକାଶକ ଆଦି ହୋଇଥାନ୍ତି । ଏମାନଙ୍କର ଗାୟନ, ବାଦନ ଓ ଲେଖିବାର ସୌକ ଥାଏ । ଏମାନେ ସଫଳ ହୋଇଥାନ୍ତି ।

ଶୁଭ ରଂଗ –ସବୁଜ, ଶୁଭ ତିଥି – ୨୩ ଓ ୩୦

କ୍ରମଶଃ…. ଆଗାମୀ ଥର ସଂଖ୍ୟା ୬ ଅଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.