ଜାଣନ୍ତୁ ଆପଣଙ୍କ ଜନ୍ମ ତାରିଖରୁ ଆପଣଙ୍କ ଲକି ନମ୍ବର ଓ ଆପଣଙ୍କ ବ୍ୟକ୍ତିତ୍ୱ

ଜ୍ୟୋତିଷ ଶାସ୍ତ୍ରରେ ନ୍ୟୁମରଲୋଜି ବା ଅଙ୍କ ଜ୍ୟୋତିଷକୁ ବିଶେଷ ମାନ୍ୟତା ଦିଆଯାଇଛି । ଏହା ମାଧ୍ୟମରେ ନା ଆପଣ କେବଳ ଆପଣଙ୍କ ସ୍ୱଭାବ ଜାଣି ପାରିବେ ଆପଣଙ୍କ ଭବିଷ୍ୟତ ସମ୍ପର୍କରେ ଅନୁମାନ ଲଗାଇ ପାରିବେ । ଆସନ୍ତୁ ଜାଣିବା ଆପଣଙ୍କ ଶୁଭ ଅଙ୍କ ରୁ ଆପଣ କେମିତି ।

ଯେଉଁ ଦିନ ଆପଣ ଜନ୍ମ ହୋଇଛନ୍ତି ସେହି ତାରିଖ, ମାସ ଓ ବର୍ଷର ସମସ୍ତ ତାରିଖକୁ ମିଶାଇ ଦିଅନ୍ତୁ । ଯେଉଁ ସଂଖ୍ୟା ମିଳିବ ତାହା ହିଁ ହେବ ଆପଣଙ୍କ ଲକି ନମ୍ବର ।

ଉଦାହରଣ ସ୍ୱରୁପ – ଧରି ନିଅନ୍ତୁ ଆପଣଙ୍କ ଜନ୍ମ ୧୨ ନଭେମ୍ବର ୧୯୭୫ । ଅର୍ଥାତ : ୧୨-୧୧-୧୯୭୫ ତେବେ ଆପଣଙ୍କ ଲକି ନମ୍ବର ହେବ ୧+୨+୧+୧+୧+୯+୭+୫=୨୭ ବା ୨+୭ = ୯

ଅର୍ଥାତ  ଉପରୋକ୍ତ ଜନ୍ମ ତାରିଖ ଅନୁଯାୟୀ ଆପଣଙ୍କ ଲକି ନମ୍ବର –୯

ଏହିପରି ଆପଣଙ୍କ ଜନ୍ମ ତାରିଖ (ଡେଟ ଅଫ୍‌ ବାର୍ଥ), ମାସ ଓ ବର୍ଷର ଫଳକୁ ମିଶାଇ ଆପଣଙ୍କ ଲକି ନମ୍ବର ଜାଣିପାରିବେ ।

ଆସନ୍ତୁ ଜାଣିବା ଅଙ୍କ ଅନୁଯାୟୀ, ଆପଣଙ୍କ ସ୍ୱଭାବ,ଶୁଭ ରଂଗ ଓ ଶୁଭ ତିଥି :

 

no6-
p.c : numerlogy centre

ଅଙ୍କ : ୬

ଏହି ପବିତ୍ର ଅଙ୍କରେ ଜାତ ବ୍ୟକ୍ତିଙ୍କ ଋଚି କଳା-ସଂସ୍କୃତିରେ ରହିଥାଏ । ଏମାନଙ୍କ ମଧ୍ୟରେ କିଛି ନୂଆ କରିବାର ଇଚ୍ଛା ରହିଥାଏ । ଏହି ଅଙ୍କର ବ୍ୟକ୍ତି ପରିଶ୍ରମ କରି ସୁଖ ପାଇବାକୁ ଚାହିଁଥାନ୍ତି । ଯାତ୍ରା କରିବା, ସାଙ୍ଗ ସାଥୀ ମେଳ କରିବା, ଭଲ ଖାଇବା-ପିଇବା ଓ ପିନ୍ଧିବା ଏମାନଙ୍କର ସୌକ ହୋଇଥାଏ । ଫେସନ, ସିନେମା, ହୋଟେଲ, ରାଜନୀତି, କମ୍ପ୍ୟୁଟର ସହ ଜଡିତ କାର୍ଯ୍ୟରେ ଏମାନଙ୍କୁ ସଫଳତା ମିଳିଥାଏ ।

ଏହି ବ୍ୟକ୍ତିମାନେ ନ୍ୟାୟ ଓ ଆଦର୍ଶକୁ ବହୁତ ମାନ୍ୟତା ଦେଇଥାନ୍ତି । ଏମାନେ ଶାନ୍ତ ଓ ମୃଦୁ ସ୍ୱଭାବର ହୋଇଥାନ୍ତି । ଏମାନେ କଳ୍ପନାଶୀଳ ତ ହୋଇଥାନ୍ତି ହେଲେ ବିମାନ ବନ୍ଦର ନିର୍ମାଣ କରନ୍ତି ନାହିଁ । ଏମାନେ ସମୟର କଡ଼ା ପାଳନ କରିଥାନ୍ତି । ଏହି ଅଙ୍କର ସ୍ତ୍ରୀ-ପୁରୁଷ ଆଦର୍ଶ ପତି-ପତ୍ନୀ ହୋଇଥାନ୍ତି । ବ୍ୟବସାୟରେ ସଫଳ ହୋଇଥାନ୍ତି । ଏମାନେ ନିଷ୍ପକ୍ଷ ଓ ନ୍ୟାୟପ୍ରିୟ ହୋଇଥାନ୍ତି । ଅଙ୍କ ୩ ଓ ୧ ବାଲାଙ୍କ ସହ ଏମାନଙ୍କର ଭଲ ପଟିଥାଏ ।

ଶୁଭ ରଂଗ- କମଳା, ଶୁଭ ତିଥି – ୬ ଓ ୨୩

 

କ୍ରମଶଃ…. ଆଗାମୀ ଥର ସଂଖ୍ୟା ୭ ଅଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.