ଆଇଏଏସ୍ ହେବାର ନିଶା ପାଇଁ ଛାଡ଼ି ଦେଲେ ୫ ଲକ୍ଷ ଟଙ୍କାର ଚାକିରି, ପ୍ରଥମ ଥରରେ ପାଇଲେ ୬୪ ତମ ର୍ୟାଙ୍କ
ନିଶା ଯଦି ପେସାକୁ ବଳିଗଲା ତେବେ ବ୍ୟକ୍ତି ପାଖରେ ସବୁ କିଛି ସମ୍ଭବ ହୋଇପାରେ । ଏମିତି ଏକ କାହାଣୀ ହେଉଛି ଜଣେ ଡାକ୍ତରଙ୍କର । ଯେ ଆଇଏଏସ୍ ହେବାର ନିଶାରେ ତାଙ୍କର ଡାକ୍ତରୀ ପେଶାକୁ ବି ଛାଡ଼ି ଦେଇଥିଲେ । ମାସିକ ୫ ଲକ୍ଷ ଟଙ୍କାର ଚାକିରି ଛାଡ଼ି ଆଇଏଏସ୍ ହେବା ପାଇଁ ମନ ବଳାଇଥିଲେ । ଖାଲି ସେତିକି ନୁହେଁ ପ୍ରଥମ ପ୍ରୟାସରେ ସେ ଆଇଏଏସ୍ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ ।
ଆଜି ଆମେ କହିବାକୁ ଯାଉଛୁ ଗୋରଖପୁର ରେ ରହୁଥିବା ଧୀରଜ କୁମାର ସିଂହଙ୍କ ସମ୍ପର୍କରେ । ଯେ କି ୨୦୧୯ ମସିହାରେ ପ୍ରଥମ ପ୍ରୟାସରେ ଆଇଏଏସ୍ ପାଇବାକୁ ସମର୍ଥ ହୋଇଥିଲେ । ୟୁପିଏସ୍ସି ପରୀକ୍ଷାରେ ସେ ପ୍ରଥମ ଥରରେ ୬୪ ତମ ର୍ୟାଙ୍କ ପାଇ ଆଇଏଏସ୍ ହୋଇଥିଲେ ।
ସବୁଠୁ ବଡ଼ କଥା ହେଲା ସେ ୟୁପିଏସ୍ସି ଦେବା ପୂର୍ବରୁ ନିଶ୍ଚିତ କରିଥିଲେ ଯେ ଯଦି ସେ ପ୍ରଥମ ଥରରେ ଆଇଏଏସ୍ ନ ପାଆନ୍ତି ତେବେ ସେ ତାଙ୍କର ପୂର୍ବ ଡାକ୍ତରୀ ପେଶାକୁ ଫେରି ଆସିବେ ।ଧୀରଜ ହିନ୍ଦି ମିଡିୟମ ସ୍କୁଲରେ ଦ୍ୱାଦଶ ଶ୍ରେଣୀରେ ଭଲ ମାର୍କରେ ପାସ କରିବା ପରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରେ ଏମ୍ବିବିଏସ୍ ପଢ଼ିଲେ । ସେଠାରୁ ମଧ୍ୟ ଏମ୍ଡି ଡିଗ୍ରୀ ହାସଲ କଲେ ।
କ’ଣ ପାଇଁ ଘାରିଲା ଆଇଏଏସ୍ ନିଶା :
ଧୀରଜ ଡାକ୍ତରୀ ପାସ କଲା ପରେ ମା’ଙ୍କ ଦେହ ଖରାପ ହେତୁ ବାରମ୍ବାର ଗାଁକୁ ଆସିବାକୁ ପଡ଼ୁଥିଲା । ବାପା ମଧ୍ୟ ଅଲଗା ସହରରେ ଚାକିରି କରୁଥିବାରୁ ସେ ମଧ୍ୟ ସବୁ ସମୟରେ ଆସିପାରୁ ନଥିଲେ । ତେଣୁ ବାପାଙ୍କ ବଦଳି ପାଇଁ ସେ ବରିଷ୍ଠ ଅଧିକାରୀଙ୍କୁ ଭେଟିଲେ । ହେଲେ ଫଳ କିଛି ମିଳିଲାନି । ବରଂ ତାଙ୍କୁ ଅପମାନିତ ହେବାକୁ ପଡ଼ିଲା । ସେହିଠାରୁ ସେ ଚିନ୍ତା କଲେ ସେ ଆଇଏଏସ୍ ହେବେ । ତାହାହିଁ ହେଲା ତାଙ୍କର ଆଇଏଏସ୍ ହେବାର ଜିଦି ତାଙ୍କୁ ଆଜି ସେହି ସୌଭାଗ୍ୟ ଦେଇଛି । ସେ ଡାକ୍ତରୀରୁ ବନି ଯାଇଛନ୍ତି ଆଇଏଏ୍ ।