ଦାଦନ ଶ୍ରମିକରୁ ଏବେ ଓଏଏସ୍, ବିନା କୋଚିଂରେ ସଫଳତା ପାଇଲେ ବିଷ୍ଣୁଚରଣ

ଭଞ୍ଜନଗର: ଦୃଢ଼ ଇଚ୍ଛା ଶକ୍ତି ଥିଲେ ଯେତେ ପ୍ରତିବନ୍ଧକ ଆସିଲେ ବି ସବୁ ଅସମ୍ଭବ କାର୍ଯ୍ୟ ସମ୍ଭବ ହୁଏ । ଖାଲି ଇଚ୍ଛାଶକ୍ତି ଥିଲେ କଣ ହେବ, ସେଥିପାଇଁ କୋଠର ପରିଶ୍ରମ ଓ ଗଭୀର ଅଧ୍ୟବସାୟ ବି ନିହାତୀ ଅବଶ୍ୟକ । ତେବେ ଜଣେ ଯେକୌଣସୀ କାମକୁ ଯଦି ମନ ପ୍ରାଣ ଦେଇ କରିଥାଏ ସେହି କାର୍ଯ୍ୟରେ ସେ ସଫଳତା ପାଇବାଟା ନିଶ୍ଚିତ।

ଏମିତି ଏକ କାହାଣୀ ଆଜି ଆମେ ଅଆପଣଙ୍କ ପାଖକୁ ଆସିଛୁ । ଯାହାଙ୍କ ପାଇଁ ପରିଶ୍ରମ ସାଜିଛି ସଫଳତା ପଛର ଚାବିକାଠି । ଖରା, ବର୍ଷା, ଶୀତ, କାକର ବାଧା ଦେଇ ପାରିନି ତାଙ୍କ ପାଠ ପଢିବାର ଇଚ୍ଛା ଆଗରେ । ଆଖିରେ ତାଙ୍କର ଅସୁମାରୀ ସ୍ୱପ୍ନ । କିଛି କରିଦେଖାଇବାର ଇଚ୍ଛା ।

ଅକ୍ଲାନ୍ତ ପରିଶ୍ରମ ପରେ ଆଜି ମିଳିଛି ତାଙ୍କୁ ସଫଳତା । ହଁ ଦର୍ଶକବନ୍ଦୁ ସୁରତରେ ଦାଦନ ଶ୍ରମିକରୁ ଆଜି ଓଏଏସ୍ । ଏମିତି ସଫଳତା ପାଇଛନ୍ତି, ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ବଡପଡା ଗାଁର ସୁନା ପୁଅ ବିଷ୍ଣୁଚରଣ ନାୟକ । ଚଳିତବର୍ଷ ଫଳାଫଳ ଘୋଷଣା ପରେ ୪୨୬ ରାଙ୍କରେ ରହି ସେ ଏହି ସଫଳତା ପାଇଥିବା ଜଣାପଡିଛି । ପ୍ରଥମେ ଗାଁରେ ରହି ସେ ଏକ ଏସଟିଡି ବୁଥ୍ ଟିଏ କରିଥିଲେ ।

ପରବର୍ତ୍ତୀ ସମୟରେ ପରିବାରର ଆର୍ଥିକ ଅନାଟନ ଏବଂ ନିଜେ ସ୍ଵାବଲମ୍ବୀ ହେବା ଲକ୍ଷ୍ୟରେ ୨୦୦୧ ରେ ସୁରତ ଯାଇ ସେଠାରେ ଏକ ସୂତାକଳରେ କାମ କଲେ । ସେଠାରୁ +୨ ଏବଂ +୩ ପାସ୍ କଲେ । ସେତେବେଳେ ମାତ୍ର ୬ ହଜାର ଟଙ୍କା ରୋଜଗାରରେ ପରିବାର ଚଳାଇବା ସହ ନିଜେ ବିନା କୋଚିଂରେ ପାଠ ପଢ଼ିଲେ । ଶେଷରେ ସେ ଆଜି ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଛନ୍ତି ।

You might also like